ବିନା ଇଞ୍ଜିନରେ ଘଣ୍ଟା ପ୍ରତି ୧୬୦ କିମି ବେଗରେ ଯିବ ଏହି ସ୍ୱଦେଶୀ ଟ୍ରେନ୍‍

0

ନୂଆଦିଲ୍ଲୀ : ଚଳିତ ବର୍ଷ ସେପ୍ଟେମ୍ବରରୁ ଭାରତରେ ନିର୍ମିତ ଦ୍ରୁତ୍‍-ବେଗ ରେଳର ଚଳାଚଳ ଆରମ୍ଭ ହେବ। ସୂଚନା ଅନୁସାରେ ଚେନ୍ନଇ ଇଣ୍ଟ୍ରିଗାଲ କୋଚ୍‍ କାରଖାନା (ଆଇସିଏଫ) ଦ୍ୱାରା ଏହି ରେଳ ନିର୍ମାଣ କରାଯାଇଛି। ଏହି ସ୍ୱଦେଶୀ ଟ୍ରେନ୍‍ ଘଣ୍ଟା ପ୍ରତି ୧୬୦ କିଲୋମିଟର ବେଗରେ ଯାତ୍ରା କରିବ। ଏହି ରେଳରେ ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ରହିବ। ଏହି ରେଳ ନାମ ‘ଟ୍ରେନ୍‍-୧୮’ ରଖାଯାଇଛି। ଏହି ରେଳକୁ ୧୬ ମାସରେ ନିର୍ମାଣ କରାଯାଇଛି। ବିଶ୍ୱର କୌଣସି ବି ଦେଶରେ ଏଭଳି ରେଳ ନିର୍ମାଣ ପାଇଁ ୨ରୁ ୩ ବର୍ଷ ଲାଗିଥାଏ। ଭାରତ ମାତ୍ର ୧୬ ମାସରେ ଏହି ରେଳ ନିର୍ମାଣ କରି ଏକ ରେକର୍ଡ ସୃଷ୍ଟି କରିଛି। ସବୁଠୁ ବଡ଼କଥା ହେଲା ‘ଟ୍ରେନ୍‍-୧୮’ରେ କୌଣସି ଇଞ୍ଜିନ ରହିବ ନାହିଁ। ଏହା ମେଟ୍ରୋ ଟ୍ରେନ୍‍ ଭଳି ଚଳାଚଳ କରିବ। ଏହି ରେଳ ଶତାବ୍ଧୀ ବ୍ୟତୀତ ଅନ୍ୟ ଇଣ୍ଟରସିଟି ଟ୍ରେନ୍‍ର ସ୍ଥାନ ନେଇପାରିବ। ଆଇଏସ୍‍ଏଫ ଏଭଳି ୬ଟି ରେଳ ନିର୍ମାଣ କରିବ। ରେଳର ଦୁଇଟି ବଗିରେ ଦ୍ୱିତୀୟ ଶ୍ରେଣୀ କୋଚ୍‍ ରହିବ। ଗୋଟିଏ ବଗିରୁ ଅନ୍ୟ ବଗିକୁ ଯିବା ପାଇଁ ବାଟ ରହିବ।
ରେଳରେ ମିଳିବ ଏହି ସୁବିଧା
୧- ରେଳରେ ସ୍ୱୟଂଚଳିତ ଦ୍ୱାର ରହିଛି।
୨-ଚଢିବା ପାଇଁ ସୁବିଧାଜନକ ଫୁଟଷ୍ଟେପ୍‍।
୩- ଝଟକା ପ୍ରଭାବ କମ କରିବା ପାଇଁ ଉନ୍ନତ ସେଣ୍ଟର କପଲର୍ସ।
୪-ରେଳରେ ଇଲେକ୍ଟ୍ରି-ନ୍ୟୁମୋଟିକ୍‍ ବ୍ରେିକ୍‍ ବ୍ୟବସ୍ଥା ରହିଛି।
୫-ମଡ୍ୟୁଲର ଜିନିଷ ରଖିବା ଽାକ।
୬-ଏଲଇଡ଼ି ଆଲୋକ ବ୍ୟବସ୍ଥା।
୭-ହ୍ୱିଲ୍‍ ଚେୟାର ପାଇଁ ପର୍ଯ୍ୟାପ୍ତ ସ୍ଥାନ।

kalyan agarbati
Leave A Reply