www.samajalive.in
Sunday, December 7, 2025
26.1 C
Bhubaneswar

ଦେବଗଡ ପୌର ପରିଷଦରେ ଅନିୟମିତତା : ଭିଜିଲାନ୍ସ ତଦନ୍ତ ପାଇଁ ଉପାଧ୍ୟକ୍ଷ ଓ କାଉନସିଲରଙ୍କ ଦାବି

ଦେବଗଡ଼ : ଦେବଗଡ଼ ପୌର ପରିଷଦ କାର୍ଯ୍ୟାଳୟରେ ଅଧିକାରୀ ମାନଙ୍କ ଅନୁପସ୍ଥିତି ଠାରୁ ଆରମ୍ଭ କରି ବିଭିନ୍ନ ଦୁର୍ନୀତି ଓ ଟେଣ୍ଡର ଫିକ୍ସିଂ ପାଇଁ ଗତ କିଛିବର୍ଷ ହେଲା ଚର୍ଚ୍ଚାରେ ରହି ଆସିଥିବାବେଳେ ଏବେ ଇସ୍ୟୁ-ଡେସପାଚ ରେଜିଷ୍ଟରରେ ଟ୍ୟାମ୍ପରିଂ ବା ଜାଲିଆତି ପାଇଁ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ ଦେବଗଡ ପୌର ପରିଷଦ କାର୍ଯ୍ୟାଳୟରେ ଥିବା ଇସ୍ୟୁ-ଡେସପାଚ ରେଜିଷ୍ଟରରେଏକାଧିକ ପୃଷ୍ଟାରେ ଶତାଧିକ ନମ୍ବର ପକାଯାଇ ଏହାର ଡାହାଣ ପଶ୍ୱର୍କୁ ଖୋଲା ରଖାଯାଇଛି। ଅର୍ଥାତ ଇସ୍ୟୁ-ଡେସପାଚ ରେଜିଷ୍ଟରରେ ସମ୍ପୃକ୍ତ ଚିଠି କେଉଁ ସେକ୍ସନରୁ କାହା ନିକଟ ଓ କେଉଁ ବିଭାଗକୁ ପଠାଯାଇଛି ସେ ସମ୍ପର୍କରେ କୌଣସି ତଥ୍ୟ ଉଲ୍ଲେଖ କରାଯାଇନାହିଁ । ଫଳରେ ଏହା ପଛରେ ପୌର କର୍ତ୍ତୃପକ୍ଷଙ୍କ ମନ୍ଦ ଉଦ୍ଦେଶ୍ୟ ରହିଥିବା ସ୍ପଷ୍ଟ ହୋଇଛି । ସରକାରୀ ନୀତି ନିୟମ ଅନୁଯାୟୀ କାର୍ଯ୍ୟାଳୟରୁ ପ୍ରତ୍ୟେକ ଚିଠି ଇସ୍ୟୁ ହେବା ସମୟରେ ଇସ୍ୟୁ-ଡେସପାଚ ରେଜିଷ୍ଟରରେ ଏହାର କ୍ରମିକ ନମ୍ବର ସହ ସମ୍ପୃକ୍ତ ଚିଠି ସମ୍ବନ୍ଧିତ ସମ୍ୟକ ସୂଚନା (ରେଫରେନ୍ସ ନମ୍ବର ଆଦି) ମଧ୍ୟ ଉଲ୍ଲେଖ କରାଯିବା କଥା। ସେହିପରି ଏହି ଚିଠି କାହା ନିକଟକୁ ଓ କେଉଁ ବିଭାଗକୁ ପଠାଯାଇଛି ତାହା ମଧ୍ୟ ସ୍ପଷ୍ଟ ଭାବେ ଦର୍ଶାଯିବା କଥା। ଅନ୍ୟଥା ଏହି ଚିଠିର ବୈଧତା ରହିବ ନାହିଁ । ମାତ୍ର ସମସ୍ତ ପ୍ରକାର ନୀତି ନିୟମକୁ ଉଲ୍ଲଙ୍ଘନ କରାଯାଇ ଅନେକ ସ୍ଥାନରେ ନମ୍ବର ପକାଇ ଛାଡି ଦିଆଯିବା ସହ ପରବର୍ତ୍ତୀ ସିରିଏଲ ନମ୍ବରରେ ଚିଠି ଇସ୍ୟୁ କରାଯାଇଥିବା ଦର୍ଶଯାଇଛି । ଏକଥା ଜଣାପଡିବା ପରେ ବିଭାଗୀୟ କର୍ମଚାରୀ, ନବ ନିର୍ବାଚିତ ପୌରାଧ୍ୟକ୍ଷା ଓ ଉପ ପୌରାଧ୍ୟକ୍ଷଙ୍କ ସମେତ କାଉନସିଲର ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଇସ୍ୟୁ-ଡେସପାଚ ରେଜିଷ୍ଟରରେ ଅତୀତରେ ଏଭଳି ଜାଲିଆତି କରାଯାଇ ବହୁ ଦୁର୍ନୀତି ଓ ଆଥିକ ଅନିୟମିତତା କରାଯାଇଥିବା ବେଳେ ଭବିଷ୍ୟତରେ ମଧ୍ୟ ଏଭଳି ଟ୍ୟାମ୍ପରିଂ ପୂର୍ବକ ବିଭୀନ୍ନ ପିଛିଲା ତାରିଖରେ ଟ୍ୟାଣ୍ଡର କାର୍ଯ୍ୟ ଓ ସାମଗ୍ରୀ କ୍ରୟ ଭଳି ବିଭିନ୍ନ ଦୁର୍ନୀତି ପାଇଁ ଉଦ୍ୟମ କରୁଥାଇ ପାରନ୍ତି ବୋଲି ଦେବଗଡ ପୌର ପରିଷଦର ନବ ନିର୍ବାଚିତ ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜ ଓ ୬ ନମ୍ବର ୱାର୍ଡର ସ୍ୱାଧିନ କାଉନସିଲର ଧର୍ମେନ୍ଦ୍ର କୁମାର ଦେବତା ଅଭିଯୋଗ କରିବା ସହ ଏଘଟଣାର ଭିଜିଲାନ୍ସ ତଦନ୍ତ ପାଇଁ ଦାବି ଜଣାଇଛନ୍ତି। ଅଭିଯୋଗ ସମ୍ପର୍କରେ ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଅତସୀ ପରିଡାଙ୍କ ମତାମତ ପାଇଁ ମୋବାଇଲରେ ଯୋଗାଯୋଗ କରାଯାଇଥିଲା । ମାତ୍ର ତାଙ୍କର ମୋବାଇଲ ସୁଇଚ୍ ଅଫ୍ ଥିବାରୁ ଏହା ସମ୍ଭବ ହୋଇପାରିନାହିଁ। ଅନ୍ୟପକ୍ଷରେ ଏସମ୍ପର୍କରେ ନବ ନିର୍ବାଚିତ ପୌରାଧ୍ୟକ୍ଷ ଶାନ୍ତି ମଞ୍ଜରୀ ଦେଇଙ୍କ ମତାମତ ଲୋଡିବାରୁ ସେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଏଭଳି ନିୟମିତତା ହୋଇଥିବା ତାଙ୍କ ନଜରକୁ ଆସିଥିବା ପ୍ରକାଶ କରିବାସହ କାଉନସିଲ ବୈଠକରେ ଏନେଇ ଆଲୋଚନା କରାଯାଇ ପଦେକ୍ଷେପ ଗ୍ରହଣ କରାଯିବ ବୋଲି ଉତ୍ତର ଦେଇଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories