www.samajalive.in
Monday, December 15, 2025
15.1 C
Bhubaneswar

ସେଲଫି ହେଲା କାଳ : ଝରଣାର ଜଳକୁଣ୍ଡରେ ବୁଡି ପ୍ରାଣ ହରାଇଲେ ଡାକ୍ତରୀ ଛାତ୍ର !

ଦେବଗଡ : ସେଲଫି ନେବା ବେଳେ ଝରଣାର ଜଳକୁଣ୍ଡରେ ବୁଡି ପ୍ରାଣ ହରାଇଲେ ଡାକ୍ତରୀ ଛାତ୍ର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଦେବଗଡ ଜିଲା ସଦର ମହକୁମା ସ୍ଥିତ ପ୍ରଧାନପାଟ ଜଳ ପ୍ରପାତର ଏକ ନମ୍ବର ଜଳକୁଣ୍ଡରେ।

ମିଳିଥିବା ସୂଚନା ଅନୁଯାୟୀ, ଏଲ୍ଲାହାବାଦରେ ଡାକ୍ତରୀ ପାଠ ପଢୁଥିବା ଦେବଗଡର ଜଣାଶୁଣା ବ୍ୟବସାୟୀ ସ୍ୱର୍ଗତଃ କ୍ରିଷ୍ନା ପ୍ରସାଦଙ୍କ ପୁଅ ଶୁଭମ ପ୍ରସାଦ(୨)ଗତକାଲି ସକାଳେ ପ୍ରାତଃ ଭ୍ରମଣ ନିମନ୍ତେ ପ୍ରଧାନପାଟ ଜଳପ୍ରପାତର ଉପର ମୁଣ୍ଡରେ ପାହାଡ ଉପରେ ଥିବା ଜଳକୁଣ୍ଡ(୧ ନମ୍ବର)କୁ ଯାଇଥିଲେ। ସେଠାରେ ଉକ୍ତ ଜଳକୁଣ୍ଡ କଡରେ ଠିଆହୋଇ ସେଲଫି ନେବାସହ ତାଙ୍କର ଜଣେ ବନ୍ଧୁଙ୍କ ସହ ଭିଡିଓ କଲିଂ କରି ଏହି ଦୃଶ୍ୟ ଦେଖାଉଥିବା ସମୟରେ ତାଙ୍କର ଗୋଡ ଖସିଯିବାରୁ ସେ ଜଳ କୁଣ୍ଡରେ ପଡିଯିବା ସହ ପାଣିରେ ବୁଡି ମୃତ୍ୟୁ ବରଣ କରିଥିଲେ। ତାଙ୍କ ପରିବାର ଲୋକେ ଗତକାଲି ସକାଳୁ ଶୁଭମଙ୍କୁ ବହୁ ଖୋଜାଖୋଜି କରି ନପାଇବାରୁ ବିବ୍ରତ ହୋଇପଡିଥିଲେ। ତେବେ ଶୁଭମ ଗତକାଲି ତାଙ୍କର ଜଣେ ବନ୍ଧୁଙ୍କୁ ଭିଡିଓ କଲିଂ କରିଥିବା ଏବଂ ମୋବାଇଲଟି ହଠାତ ସୁଇଚ ଅଫ୍‍ ହୋଇଯାଇଥିବା ଉକ୍ତ ଦୃଶ୍ୟ ପ୍ରଧାନପାଟ ଜଳ ପ୍ରପାତର ଉପର ମୁଣ୍ଡରେ ଥିବା ପ୍ରଥମ ଜଳକୁଣ୍ଡର ହୋଇଥିବା ଜାଣିବାପରେ ପରିବାର ଲୋକେ ଆଜି ସେଠାକୁ ଯାଇ ଖୋଜିବା ସମୟରେ ଶୁଭମଙ୍କର ମୃତଦେହ ଜଳକୁଣ୍ଡର ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ସେମାନେ ଦେବଗଡ ଥାନା ପୁଲିସକୁ ସୂଚନା ଦେବାସହ ଦମକଳ ବାହିନୀ ସହାୟତାରେ ଜଳକୁଣ୍ଡରୁ ଶୁଭମଙ୍କ ମୃତଦେହ ଉଦ୍ଧାର କରିଥିବା ଜଣାପଡିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିଲେ ହେଁ ଶୁଭମଙ୍କର ବନ୍ଧୁଙ୍କ କଥାରୁ ସେ ସେଲଫି ନେଉଥିବା ବେଳେ ପାଣିରେ ବୁଡି ଜୀବନ ହରାଇଥିବା ଅନୁମାନ କରାଯାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories