www.samajalive.in
Monday, December 15, 2025
27.1 C
Bhubaneswar

ଆସୁଛି କ୍ୟୁଆର କୋଡ଼, ଜଣାପଡ଼ିବ ଔଷଧ ଅସଲି ନା ନକଲି

ନୂଆଦିଲ୍ଲୀ: ଆଗକୁ ସବୁ ଔଷଧ ସାମଗ୍ରୀର ପ୍ୟାକ୍‌ ଉପରେ ରହିବ କ୍ବିକ୍‌ ରେସପନ୍ସ (କ୍ୟୁଆର୍‌) ​କୋଡ଼। ଏହା ଫଳରେ ଗ୍ରାହକ ଜାଣିପାରିବେ କେଉଁ ଔଷଧ ଅସଲି ଓ କେଉଁଟି ନକଲି। ଏମିତିକ ଏକ ନୂଆ ବ୍ୟବସ୍ଥାର କାର୍ଯ୍ୟକାରିତା ଉପରେ ବିଚାର କରୁଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ଏକ କମିଟି ଗଠନ କରାଯାଇଛି। କମିଟି ବ୍ୟବସ୍ଥାର ରୂପରେଖ କିଭଳି ରହିବ ସେ ନେଇ ବିଚାର ସମ୍ପ୍ରତି ବିଚାର କରାଯାଉଛି। କ୍ୟୁଆର୍‌ ​କୋଡ଼‌ କାର୍ଯ୍ୟକାରିତା ସମ୍ପର୍କିତ ଯୋଜନା ନେଇ ଖୁବ୍‌ଶୀଘ୍ର ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି କୋଡ୍‌ ଔଷଧ କେଉଁଠାରୁ ଆସୁଛି ତାହା ଉପରେ ନଜର ରଖିବା ସହ ନକଲି ଔଷଧ ସାମଗ୍ରୀର ଉପଲବ୍‌ଧତା କମ୍‌ କରିବ।

ଏହି ଯୋଜନାକୁ ବାସ୍ତବତାର ରୂପ ଦେବା ଲାଗି ଗତ ସପ୍ତାହରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ), ନୀତି ଆୟୋଗ, ବାଣିଜ୍ୟ ମନ୍ତ୍ରାଳୟ ଏବଂ ସ୍ବାସ୍ଥ୍ୟ ମନ୍ତ୍ରାଳୟର ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। କମିଟି ୨୧ ଦିନ ମଧ୍ୟରେ ଏ ନେଇ ରିପୋର୍ଟ ପ୍ରଦାନ କରିବ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories