www.samajalive.in
Monday, December 15, 2025
17.1 C
Bhubaneswar

ବୁଦ୍ଧିମତୀ ବିଦ୍ୟା

ସିନେଜଗତରେ ଅଭିନେତ୍ରୀମାନେ ନିଜ ସୌନ୍ଦର୍ଯ୍ୟ, ତନୁପାତେଳୀ ସ୍ବାସ୍ଥ୍ୟକୁ ନେଇ ଖୁବ୍ ସଚେତନ। ଓଜନ ଯେପରି ନିୟନ୍ତ୍ରଣରେ ରହୁ, ଏହା ହିଁ ସେମାନଙ୍କର ମୂଳ ଲକ୍ଷ୍ୟ। ଏଇ ତାଲିକାରୁ କିନ୍ତୁ ଅଭିନେତ୍ରୀ ବିଦ୍ୟା ବାଲାନ୍ ବାଦ୍ ପଡ଼ିଯାଇଛନ୍ତି। ତାଙ୍କର ଏକମାତ୍ର ଲକ୍ଷ୍ୟ ହେଲା ଭଲ ଚରିତ୍ରଟିଏ ଅଭିନୟ ପାଇଁ ମିଳିଯାଉ। ସିନେଜଗତରେ କ୍ୟାରିୟର ପାଇଁ ରୂପର ନୁୁହେଁ, ବରଂ ଅଭିନୟ ଦକ୍ଷତା ସବୁଠୁ ଜରୁରୀ ବୋଲି ସେ କହନ୍ତି। ଗତ କିଛି ବର୍ଷ ମଧ୍ୟରେ ତାଙ୍କ ଓଜନ ବଢ଼ିଯାଇଛି। ସେ ମଧ୍ୟ ତାଙ୍କ ଓଜନ କମ୍ କରିବାରେ ଆଗ୍ରହୀ ନୁହେଁ; ବରଂ ବିଦ୍ୟାଙ୍କ ଯୁକ୍ତି ହେଲା, ବୟସ ବଢ଼ିଲେ ଏହାର ଛାପ ତ୍ବଚାରେ ଦେଖାଯିବ। ଏଣୁ ସେ ଏହି ସତ୍ୟକୁ ଗ୍ରହଣ କରି ନିଜ ଅଭିନୟ ଦକ୍ଷତାକୁ ପ୍ରମାଣ କରିବାରେ କୌଣସି ଅବହେଳା କରୁନଥିବା କହିଛନ୍ତି। ନିକଟରେ ତାଙ୍କ ଅଭିନୀତ ‘ଶକୁନ୍ତଳା ଦେବୀ’ର ଟ୍ରେଲର୍ ମୁକ୍ତିଲାଭ କରିଛି। ବିଭିନ୍ନ ମହଲରେ ତାଙ୍କ ଅଭିନୟକୁ ପ୍ରଶଂସା କରାଯାଇଥିବାବେଳେ ଚଳଚ୍ଚିତ୍ରଟି ଆମାଜନ୍ ପ୍ରାଇମ୍‌ରେ ଜୁଲାଇ ୩୧ରେ ମୁକ୍ତିଲାଭ ହେବାର ଯୋଜନା ଥିବାର ପ୍ରକାଶ। ମହାନ୍ ଗଣିତଜ୍ଞ ଶକୁନ୍ତଳା ଦେବୀଙ୍କ ଉପରେ ନିର୍ମିତ ହୋଇଥିବା ଏହି ଚଳଚ୍ଚିତ୍ରରେ ବିଦ୍ୟାଙ୍କ ଦମ୍‌ଦାର୍‌ ଅଭିନୟକୁ ସମୀକ୍ଷକ ମହଲ ସବୁଜ ସଙ୍କେତ ଦେଇସାରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories