www.samajalive.in
Monday, December 15, 2025
16.1 C
Bhubaneswar

ଜଳିଗଲା ଦୋକାନ; ଅଳ୍ପକେ ବର୍ତ୍ତିଲେ ମାଲିକ

ଦେଓଗାଁ: ଦେଓଗାଁ ଥାନା ଅନ୍ତର୍ଗତ ମହଲାଇ ଗାଁର ପଞ୍ଚାୟତ ଛକ ନିକଟରେ ଥିବା ଏକ ଦୋକାନରେ ନିଆଁ ଲାଗି ଜଳିଯାଇଥିବାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ଶନିବାର ସନ୍ଧ୍ୟାରେ ମହଲାଇ ଗାଁର ନିତ୍ୟନନ୍ଦ ବିଶ୍ୱାଳଙ୍କ ଦୋକାନରେ କୌଣସି କାରଣରୁ ନିଆଁ ଲାଗିଯିବାରୁ ନିଆଁ ବ୍ୟାପି ଯାଇଥିଲା । ଫଳରେ ଦୋକାନ ଭିତରେ ଥିବା ବିଭିନ୍ନ ଫ୍ୟାନ୍ସି ସାମଗ୍ରୀ ସହ ଫ୍ରିଜ, ଫ୍ରିଜର, ଇନଭେଟର ମଧ୍ୟ ପୋଡି ପାଉଁଶ ହୋଇଯାଇଛି । ନିଆଁ ଜଳିବା ଦେଖି ସ୍ଥାନୀୟ ଲୋକ ଲିଭାଇବା ପାଇଁ ଚେଷ୍ଟା କରିଥିଲେ। ହେଲେ ସବୁ କିଛି ପୋଡି ଛାରଖାର ହୋଇଯାଇଥିଲା ।  ପୋଡ଼ି ଯାଇଥିବା ସାମଗ୍ରୀର ମୂଲ୍ୟ ୫ରୁ ୬ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । କ୍ଷତି ଗ୍ରସ୍ତ ହୋଇଥିବା ଦୋକାନ ମାଲିକଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories