www.samajalive.in
Saturday, December 6, 2025
23.1 C
Bhubaneswar

ଶିକ୍ଷକଙ୍କ ଡଷ୍ଟର ମାଡ଼ରେ ଫାଟିଲା ଛାତ୍ରର ମୁଣ୍ଡ

ଦେଓଗାଁ: ବିଦ୍ୟାଳୟରେ ଦଣ୍ଡ ମୁକ୍ତ କରିଛନ୍ତି ସରକାର। ହେଲେ ଜଣେ ଶିକ୍ଷକଙ୍କ ଡ଼ଷ୍ଟର ମାଡ଼ରେ ଜଣେ ଛାତ୍ରର ମୁଣ୍ଡ ଫାଟିଥିବାର ଜଣାପଡିଛି। ଏନେଇ ମୁଣ୍ଡ ଫାଟିଥିବା ଛାତ୍ରର ବାପା ଶିକ୍ଷା ବିଭାଗ ଠାରେ ଗୁହାରୀ କରିବା ପରେ ପୁଲିସ ନିକଟରେ ଅଭିଯୋଗ କରିବେ ବୋଲି ସୂଚନା ଦେଇଛନ୍ତି।
ଦେଓଗାଁ ବ୍ଲକ ଅନ୍ତର୍ଗତ ଦେଶଣ୍ଡ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ଗତକାଲି ଶ୍ରେଣୀ କୋଠରୀ ଭିତର ପାଠ ପଢ଼ାଉଥିବା ସମୟରେ ସମ୍ପୃକ୍ତ ଶିକ୍ଷକ ଜଣକ ରାଗରେ ଛାତ୍ରଙ୍କୁ ଲକ୍ଷ୍ୟ କରି ଡଷ୍ଟର ଫିଙ୍ଗିବାରୁ ମୁଣ୍ଡରେ ବାଜି ରକ୍ତସ୍ରାବ ହୋଇଥିଲା। ଏନେଇ ଛାତ୍ର ଜଣଙ୍କ ଘରେ ଜଣାଇବା ପରେ ତାଙ୍କ ପରିବାର ଲୋକେ ପ୍ରଧାନ ଶିକ୍ଷକଙ୍କ ନିକଟରେ ଅଭିଯୋଗ କରି ଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏନେଇ ଦେଓଗାଁ ବିଇଓ ମମତା ମହାଡିକଙ୍କୁ ପଚାରିବାରୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କହିଛନ୍ତି। ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

ଭିଡିଓରେ ଦେଖନ୍ତୁ ; ଘରକୁ ପଶି ଆସିଲା ବାଘ, ତା’ପରେ ପୋଷାକ କୁକୁର..

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories