www.samajalive.in
Saturday, December 6, 2025
16.1 C
Bhubaneswar

ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକରେ ଥାଏ କେତେ ସୁନା, ବଜାରରେ ବିକିଲେ ପାଇବେ କେତେ ଟଙ୍କା ?

ସମାଜ ଡିଜିଟାଲ ଡେସ୍କ: କ’ଣ ଆପଣ ଜାଣନ୍ତି କି, ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ସମ୍ପୂର୍ଣ୍ଣ ସୁନାରେ ତିଆରି ନୁହେଁ? ୫୨୯ ଗ୍ରାମ ଓଜନ ବିଶିଷ୍ଟ ଏହି ପଦକରେ କେବଳ ୬ ଗ୍ରାମ(୧.୩%) ଅସଲି ସୁନା ଥାଏ। ବାକି ସବୁ ରୂପାରେ ତିଆରି। ପଦକ ଉପର ଭାଗରେ ସୁନାର ଆସ୍ତରଣ ଥାଏ। ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ର ସ୍ୱର୍ଣ୍ଣ ପଦକରେ ମଧ୍ୟ ମାତ୍ର ୬ ଗ୍ରାମ ସୁନା ରହିଛି। ବାକି ଅଂଶ ରୂପାରେ ତିଆରି। ଅକ୍ସଫୋର୍ଡ ଇକୋନୋମିକ୍ସ ମୁତାବକ, ଏହି ପଦକର ମୂଲ୍ୟ ୯୫୦ ୟୁରୋ(ପ୍ରାୟ ୮୫, ୯୨୮ ଟଙ୍କା)। ୨୦୩୨ ସୁଦ୍ଧା ଏହା ୧,୫୦୦ ୟୁରୋରେ ପହଞ୍ଚିବ ବୋଲି ଆଶା କରାଯାଉଛି।

ପ୍ରଥମ ବିଶ୍ୱଯୁଦ୍ଧ ପୂର୍ବରୁ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ପ୍ରାୟତଃ ସୁନାରେ ହିଁ ତିଆରି ହେଉଥିଲା। କିନ୍ତୁ ଯୁଦ୍ଧ ପରେ ଖର୍ଚ୍ଚ କମାଇବା ପାଇଁ ସୁନା ପରିମାଣ ହ୍ରାସ କରାଗଲା। ୧୯୨୦ ମସିହାର ଆଣ୍ଟୱର୍ପ ଗେମ୍ସ ପରଠାରୁ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକଗୁଡ଼ିକରେ ଅସଲୀ ସୁନାର ପରିମାଣ ହ୍ରାସ ପାଉଛି। ରୂପା ପଦକ ସଂପୂର୍ଣ୍ଣ ରୂପାରେ ତିଆରି ହେଉଥିବାବେଳେ କାଂସ୍ୟ ପଦକ ତମ୍ବା, ଟିଣ ଏବଂ ଦସ୍ତା ମିଶ୍ରଣରୁ ତିଆରି କରାଯାଏ।

- Advertisement -

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ସ୍ୱର୍ଣ୍ଣ ପଦକ ଅନେକ କାରଣ ପାଇଁ ସ୍ୱତନ୍ତ୍ର। ଏଫିଲ୍ ଟାୱାରରୁ ନିଆଯାଇଥିବା ଲୁହା ଖଣ୍ଡ ମଧ୍ୟ ଏଥିରେ ରହିଛି। ଟାୱାର ମରାମତି ସମୟରେ ବାହାରିଥିବା ଏହି ଐତିହାସିକ ଖଣ୍ଡଟିକୁ ଅଧିକାରୀମାନେ ସାଇତି ରଖିଥିଲେ। ଏବେ ଏହାକୁ ପ୍ୟାରିସ୍ ୨୦୨୪ର ପ୍ରତୀକ ସହିତ ପଦକରେ ଲଗାଯାଇଛି।

ଏହି ପଦକକୁ ଡିଜାଇନ୍‌ କରିବା ପାଇଁ ପ୍ୟାରିସ୍ ୨୦୨୪ର ଅଧିକାରୀଗଣ ଏବଂ ଫ୍ରାନ୍ସର ପ୍ରସିଦ୍ଧ ଅଳଙ୍କାର ଏବଂ ଘଣ୍ଟା ନିର୍ମାଣକାରୀ କମ୍ପାନୀ ଚୌମେଟ୍ ମିଳିତ ଭାବେ କାମ କରିଛନ୍ତି। ଅକ୍ସଫୋର୍ଡ ଇକୋନୋମିକ୍ସ ଆକଳନ କରିଛି ଯେ ସମୟ ସହିତ ଅଲିମ୍ପିକ ସ୍ୱର୍ଣ୍ଣ ପଦକଗୁଡ଼ିକର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇବ। ୨୦୩୨ର ବ୍ରିସବେନ୍ ଗ୍ରୀଷ୍ମକାଳୀନ କ୍ରୀଡ଼ା ସୁଦ୍ଧା ଏହାର ମୂଲ୍ୟ ୧,୫୦୦ ୟୁରୋରେ ପହଞ୍ଚିପାରେ। ଏହା ଦର୍ଶାଉଛି ଯେ, ଏହି ପଦକଗୁଡ଼ିକ କେବଳ କ୍ରୀଡା ପୁରସ୍କାର ନୁହେଁ, ବରଂ ଏକ ଅମୂଲ୍ୟ ଐତିହ୍ୟ ମଧ୍ୟ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories