ଭୁବନେଶ୍ୱର : ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛୁଇଁ ଥିଲେ ମଧ୍ୟ ଏଯାଏଁ ବର୍ଷାର ଦେଖା ନାହିଁ। ରାଜ୍ୟରେ ହୋଇ ନାହିଁ ମୌସୁମୀ ବର୍ଷା। ମାତ୍ର ଚିନ୍ତା ବଢାଇଲାଣି ଡେଙ୍ଗୁ ରୋଗ। ଚଳିତ ବର୍ଷ ରାଜ୍ୟରେ ଏଯାଏଁ ୨୩୫ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି। ରୋଗୀ ମାନଙ୍କ ମଧ୍ୟରେ ଖୋର୍ଦ୍ଧା, କଟକ, ପୁରୀ ଓ ଭୁବନେଶ୍ୱରର, ମାଲକାନଗିରିରୁ ବାସିନ୍ଦା ରହିଛନ୍ତି। ଡେଙ୍ଗୁ ପାଇଁ ସତର୍କ ରହିବା ସହ ଚିକିତ୍ସା ପାଇଁ ସଠିକ୍ ପଦକ୍ଷେପ ଓ ସବୁ ଜିଲା ହସ୍ପିଟାଲରେ ଡେଙ୍ଗୁ ୱାର୍ଡ କରିବାକୁ ସିଡିଏମଓଙ୍କୁ କହିବା ସହ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ସମସ୍ତ ଜିଲା ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି।
୨୦ ଟଙ୍କିଆ ବି.. ବରଣମାଳା ପୂର୍ବରୁ ବାହାଘର ଭାଙ୍ଗିଲେ କନ୍ୟା ; ଫେରିଲା ବର, ହୋସ୍ ଉଡାଇବ କାରଣ..



