www.samajalive.in
Saturday, December 13, 2025
26.1 C
Bhubaneswar

ମାତ୍ର ୩୦୦ ଟଙ୍କାରେ କୁଲରକୁ କରନ୍ତୁ ଏସି !

ସମାଜ ଡିଜିଟାଲ ଡେସ୍କ: ବର୍ତ୍ତମାନ ଯେଉଁଭଳି ଗରମ ହେଉଛି, ଲାଗୁଛି ଯେପରି ଏସି ବିନା ବଞ୍ଚିବା ସମ୍ଭବ ନୁହେଁ। ହେଲେ ଏସି କିଣି ଘରେ ଲଗେଇବା ସମସ୍ତଙ୍କ ପକ୍ଷେ ସହଜ କଥା ନୁହେଁ। ଅନେକ ଲୋକ ଏସି ବଦଳରେ କୁଲର କିଣି ପରିସ୍ଥିତିକୁ ସମ୍ଭାଳି ନିଅନ୍ତି। ହେଲେ ଏବେ ସ୍ମାର୍ଟ ଯୁଗରେ ନୂଆ ନୂଆ ଚିନ୍ତାଧାରା ଲୋକଙ୍କୁ ଅନେକ ସମସ୍ୟାରୁ ମୁକ୍ତି ଦେଉଛି। ଯେମିତି କି ସ୍ୱଳ୍ପ ଖର୍ଚ୍ଚରେ ଆପଣ ଚାହିଁଲେ ନିଜ କୁଲରକୁ ଏସିରେ ବଦଳାଇପାରିବେ। ଆସନ୍ତୁ ଜାଣିବା ଏହା କେମିତି ସମ୍ଭବ ହୋଇପାରିବ…

ଥଣ୍ଡା ପବନ କଥା ଉଠିଲେ ଏସି ସହିତ କୁଲରକୁ ତୁଳନା କରାଯାଇ ପାରିବ ନାହିଁ। କୁଲରଠାରୁ ଏସିରୁ ଅଧିକ ଥଣ୍ଡା ପବନ ବାହାରେ ଏବଂ ଘରକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଥଣ୍ଡା ରଖିଥାଏ। ଯେଉଁମାନେ ଏସି କିଣିବାକୁ ଅକ୍ଷମ ସେମାନେ କୁଲରରେ କାମ ଚଳାଇ ନିଅନ୍ତି। କିନ୍ତୁ ଏବେ କୁଲରରେ ଛୋଟ ପରିବର୍ତ୍ତନ କରିବା ଦ୍ୱାରା ଏସି ଭଳି ଥଣ୍ଡା ପବନ ମିଳିପାରିବ। ଏହି ପ୍ରକ୍ରିୟା ଅତି ସହଜ ଏବଂ ଏଥିରେ କମ୍‌‌ ଖର୍ଚ୍ଚ ମଧ୍ୟ ହୋଇଥାଏ। ମାତ୍ର ୩୦୦ରୁ ୪୦୦ ଟଙ୍କା ଖର୍ଚ୍ଚ କରି ଏହି ସୁବିଧା ପାଇପାରିବେ।

- Advertisement -

ଏଥିପାଇଁ ଆପଣଙ୍କୁ କୁଲରର କୁଲିଂ ପ୍ୟାଡ୍‌‌ ବଦଳାଇବାକୁ ପଡ଼ିବ। ପ୍ରଥମତଃ କୁଲରରେ ଗ୍ରାସ କୁଲିଂ ପ୍ୟାଡ୍‌‌ ଲଗାଯାଇଥାଏ। ଏହା ପୁରୁଣା ହୋଇଯିବା ଦ୍ୱାରା ସେଥିରେ ଅଳିଆ ଓ ଶିଉଳି ଜମିଯାଏ ଏବଂ ଥଣ୍ଡା କରିବା କ୍ଷମତା ହ୍ରାସ ପାଇଥାଏ। ଏହି କୁଲିଂ ପ୍ୟାଡ୍‌‌ର ଉପଯୁକ୍ତ ରକ୍ଷଣାବେକ୍ଷଣ ଦ୍ୱାରା ଏହାର ଥଣ୍ଡା କରିବାର କ୍ଷମତା ଦୀର୍ଘକାଳ ପର୍ଯ୍ୟନ୍ତ ରହିଥାଏ। କିନ୍ତୁ ଏହା ଅନେକ କ୍ଷେତ୍ରରେ ସମ୍ଭବ ହୋଇ ନ ଥାଏ।
ତେଣୁ ଏହା ବଦଳରେ କୁଲିଂ ପ୍ୟାଡ୍‌‌ ଅପଗ୍ରେଡ୍‌‌ କରିବା ଏକ ସରଳ ପ୍ରଣାଳୀ। ଗ୍ରାସ କୁଲିଂ ପ୍ୟାଡ୍‌‌ ବଦଳରେ ମହୁ ଫେଣା(ହନିକମ୍ବ)ରୁ ପ୍ରସ୍ତୁତ କୁଲିଂ ପ୍ୟାଡ୍‌‌ ଲଗାଇଲେ କୁଲରର ଥଣ୍ଡା କରିବାର ଦକ୍ଷତା ବୃଦ୍ଧି ପାଇଥାଏ। ଯଦିଓ ଏହା ଏସି ଭଳି ଘରକୁ ଥଣ୍ଡା ରଖି ନ ପାରେ, ତେବେ ଏସି ଭଳି ଥଣ୍ଡା ପବନ ଦେଇଥାଏ ନିଶ୍ଚୟ। ମହୁଫେଣାରୁ ପ୍ରସ୍ତୁତ କୁଲିଂ ପ୍ୟାଡ୍‌‌ରେ ଜଳ ପ୍ରବାହିତ ଭଲ ଭାବରେ ହୋଇଥାଏ ଏବଂ ଆର୍ଦ୍ରତାକୁ ଅଧିକ ସମୟ ପର୍ଯ୍ୟନ୍ତ ଧାରଣ କରି ରଖିଥାଏ। ଯାହାଦ୍ୱାରା କୁଲରରୁ ଅଧିକ ଥଣ୍ଡା ପବନ ବାହାରିଥାଏ।

ଏହି କୁଲିଂ ପ୍ୟାଡ୍‌‌ ସହଜରେ ମଧ୍ୟ ଉପଲବ୍ଧ ହେଉଛି। ଫ୍ଲିପକାର୍ଟ ଏବଂ ଆମାଜନ ଭଳି ଇ-କମର୍ସ ସାଇଟ୍‌‌ରେ ଏହାକୁ ବିକ୍ରି କରାଯାଉଛି। ଏହାର ମୂଲ୍ୟ ୩୦୦ ଟଙ୍କାରୁ ଆରମ୍ଭ ହୋଇଛି। ବଜେଟ ଅନୁସାରେ ଉନ୍ନତ ମାନର କୁଲିଂ ପ୍ୟାଡ୍‌‌ କିଣିପାରିବେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories