ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ଔରିୟାରେ ବିବାହର ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଯାହା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣା କ୍ରମେ ବର ଜଣଙ୍କ ଟଙ୍କା ଗଣି ନପାରିବାରୁ ବରଣମାଳା ପୂର୍ବରୁ କନ୍ୟା ବାହାଘର ଭାଙ୍ଗି ଦେଇ ସେଠାରୁ ପଳାଇଛନ୍ତି। ବର ଜଣକ ଟଙ୍କା ଗଣି ନପାରିବା ପରେ ବର ପକ୍ଷ କନ୍ୟାଙ୍କୁ ବୁଝାଇବାକୁ ଅନେକ ଚେଷ୍ଟା କରିଥିଲେ। ମାତ୍ର କନ୍ୟା ଜଣକ ବାହା ହେବାକୁ ସଫା ସଫା ମନା କରି ଦେଇଥିଲେ। ଏହାପରେ ବର ଶିଶୁପାଳ ହୋଇ ଫେରି ଯାଇଥିଲେ। ଉଭୟ ପକ୍ଷ ପରସ୍ପରର ଜିନିଷ ଫେରାଇ ଦେଇଥିଲେ।
ଆଉ କିଛି ଦିନ ପରେ ତ୍ରିଗ୍ରହୀ ଯୋଗ ; ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ଏମିତି ଚମକିବ ଭାଗ୍ୟ..
ଘଟଣା କ୍ରମେ ଯୁବତୀଙ୍କ ବାହାଘର ଇଟାବାର ଭରଥନାର ବାସିନ୍ଦାଙ୍କ ସହ ସ୍ଥିର ହୋଇଥିଲା। ବରଯାତ୍ରୀ ସହ ବର ପହଞ୍ଚିବା ପରେ କନ୍ୟା ପକ୍ଷ ତାଙ୍କୁ ଜୋରଦାର୍ ସ୍ୱାଗତ କରିଥିଲେ। ଏହା ପରେ ବିବାହ ନୀତି ଆରମ୍ଭ ହେବା ପରେ କନ୍ୟାଙ୍କୁ ସନ୍ଦେହ ହୋଇଥିଲା। ବରଣମାଳା ପୂର୍ବର କନ୍ୟା ଜଣଙ୍କ ବରଙ୍କୁ ୨୦ ଟଙ୍କିଆ ନୋଟ୍ ଗଣିବାକୁ ଦେଇଥିଲେ। ମାତ୍ର ବର ଜଣଙ୍କ ନୋଟ୍ ଗଣି ପାରିନଥିଲେ। ଏହାପରେ କନ୍ୟା ବିବାହ ପାଇଁ ରୋକଠୋକ୍ ମନା କରି ଦେଇଥିଲେ। କନ୍ୟାଙ୍କ ଘର ଲୋକେ ମଧ୍ୟ ଜାଣିନଥିଲେ ବର ଲେଖାପଢା ଜାଣି ନାହିଁ ବୋଲି। ସେମାନେ ମଧ୍ୟ ଏହା ଜାଣି ଆଶ୍ଚର୍ଯ୍ୟ ହୋଇଗଲେ। କନ୍ୟାଙ୍କ ନିଷ୍ପତ୍ତି ସହ ପରିବାର ଓ ସମ୍ପର୍କୀୟ ମଧ୍ୟ ଏକମତ ହୋଇଥିଲେ। ଏହାପରେ ବାହାଘର ଭାଙ୍ଗିବା ସହ କନ୍ୟା ବିନା ବର ଫେରିଯାଇଥିଲେ।



