www.samajalive.in
Friday, December 5, 2025
27.1 C
Bhubaneswar

ହାରିବା ପରେ ବି ମନ୍ତ୍ରୀପଦ ପାଇଲେ ଏହି ନେତା; ୫ମ ଥର ଜିତିବା ସତ୍ୱେ ମନ୍ତ୍ରିମଣ୍ଡଳରେ ମିଳିଲାନି ସ୍ଥାନ

ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ମନ୍ତ୍ରିମଣ୍ଡଳ ରବିବାର ଶପଥ ଗ୍ରହଣ କରିଛନ୍ତି। ମନ୍ତ୍ରିମଣ୍ଡଳରେ ଅନେକ ନୂଆ ଚେହେରାଙ୍କୁ ବି ଦେଖିବାକୁ ମିଳିଛି। ତେବେ ମନ୍ତ୍ରୀ ଚୟନ ନେଇ ଦଳର କେତେକ ନିଷ୍ପତ୍ତି ଏବେ ସାଧାରଣରେ ଆଲୋଚନାର ବିଷୟ ପାଲଟିଛି। କାରଣ ଯେଉଁ ସାଂସଦ ୫ ଥର ଲେଖାଏ ନିର୍ବାଚନ ଜିତିଛନ୍ତି ସେମାନଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିନାହିଁ। ଅନ୍ୟପଟେ ନିର୍ବାଚନ ହାରିଥିବା ନେତାଙ୍କୁ ମିଳିଛି ମନ୍ତ୍ରୀପଦ। ଏଭଳି କିଛି ନଜିର ଦେଖିବାକୁ ମିଳିଛି ମୋଦୀ କ୍ୟାବିନେଟ ୩.୦ରେ।

ବିଜେପିର ବରିଷ୍ଠ ନେତା ଅନୁରାଗ ଠାକୁର, ଯିଏ ଚଳିତ ନିର୍ବାଚନରେ ୫ମ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ସେ ହିମାଚଳପ୍ରଦେଶର ହମିରପୁର ଆସନରୁ ଜିତିଛନ୍ତି। ମୋଦୀଙ୍କ ୨ୟ କାର୍ଯ୍ୟକାଳରେ ସେ ପ୍ରଥମେ ରାଷ୍ଟ୍ରମନ୍ତ୍ରୀ ଏବଂ ପରେ କ୍ୟାବିନେଟ ମନ୍ତ୍ରୀ ପଦ ପାଇଥିଲେ। ତାଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପୋର୍ଟଫୋଲିଓ ମିଳିଥିଲା। ହେଲେ ଏଥର ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇ ନାହିଁ। ତେବେ ଏଥର ହିମାଚଳର ଅନ୍ୟତମ ପ୍ରମୁଖ ନେତା ଜେପି ନଡ୍ଡାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିବାରୁ ଅନୁରାଗଙ୍କୁ ପଦବୀ ମିଳି ନ ଥିବା କୁହାଯାଉଛି।

- Advertisement -

ଅନ୍ୟପଟେ ନିର୍ବାଚନ ହାରିଥିବା ପଞ୍ଜାବର ରଭନୀତ ସିଂହ ବିଟ୍ଟୁଙ୍କୁ ବିଜେପି ମନ୍ତ୍ରୀପଦ ଦିଆଯାଇଛି। ବିଟ୍ଟୁ ପୂର୍ବରୁ କଂଗ୍ରେସରୁ ୨ ଥର ସାଂସଦ ନିର୍ବାଚିତ ହୋଇଛନ୍ତି। ଚଳିତ ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗଦେଇ ନିର୍ବାଚନ ଲଢ଼ିଥିଲେ। ହେଲେ ବିଜୟୀ ହୋଇପାରି ନ ଥିଲେ। ଏହା ସତ୍ୱେ ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଣ୍ଟ ସିଂହଙ୍କ ନାତି ହେଉଛନ୍ତି ବିଟ୍ଟୁ। ଖଲିସ୍ତାନୀ ଆତଙ୍କବାଦୀ ଆକ୍ରମଣରେ ବିଣ୍ଟ ସିଂହ ନିହତ ହୋଇଥିଲେ। କୁହାଯାଉଛି ସିଖ ସମ୍ପ୍ରଦାୟଙ୍କୁ ଖୁସି କରିବା ଲାଗି ବିଜେପି ଏହି ନିଷ୍ପତ୍ତି ନେଇଛି।

ସେହିପରି କେରଳର ବିଜେପି ସାଧାରଣ ସମ୍ପାଦକ ଜର୍ଜ କୁରେନଙ୍କୁ ବି ମିଳିଛି ମନ୍ତ୍ରୀପଦ। କୁରେନ ଲୋକ ସଭା କି ରାଜ୍ୟ ସଭା, କୌଣସି ଗୃହରେ ସଦସ୍ୟ ନାହାନ୍ତି। ଏଥର ସେ ନିର୍ବାଚନ ବି ଲଢ଼ି ନାହାନ୍ତି। କିନ୍ତୁ ଦଳ ତାଙ୍କୁ ମନ୍ତ୍ରୀପଦ ପ୍ରଦାନ କରିଛି। ତେବେ କୁରେନ ବିଗତ ୩ ଦଶନ୍ଧି ଧରି ବିଜେପିରେ ସକ୍ରିୟ ଭାବେ କାର୍ଯ୍ୟ କରିଆସିଛନ୍ତି।

ତେବେ ନିର୍ବାଚନରେ ନ ଜିତି ମନ୍ତ୍ରୀ ପଦ ପାଇଥିବା ଏହି ନେତାମାନଙ୍କୁ ଆଗାମୀ ୬ ମାସ ମଧ୍ୟରେ କୌଣସି ସ୍ଥାନରୁ ନିର୍ବାଚନ ଲଢ଼ି ସଂସଦକୁ ଯିବାକୁ ପଡ଼ିବ। ନଚେତ ଦଳ ଉଭୟଙ୍କୁ ରାଜ୍ୟସଭାକୁ ନିର୍ବାଚିତ କରିବା ଦରକାର। ସେହିପରି ବିଜେପିର ଅନ୍ୟତମ ବରିଷ୍ଠ ନେତା ରବିଶଙ୍କର ପ୍ରସାଦ ଏବଂ ରାଜୀବ ପ୍ରତାପ ରୁଡୀଙ୍କୁ ବି ଏଥର ମନ୍ତ୍ରିପଦ ମିଳିନାହିଁ। ରବିଶଙ୍କର ବିହାରର ପାଟନାସାହିବରୁ ଚଳିତଥର ସଂସଦକୁ ନିର୍ବାଚିତ ହୋଇଥିବାବେଳେ ରାଜୀବ ପ୍ରତାପ ସାରନ ଆସନରୁ ବିଜୟୀ ହୋଇଛନ୍ତି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories