www.samajalive.in
Monday, December 15, 2025
17.1 C
Bhubaneswar

କଲ୍ୟାଣସିଂହପୁରରେ ଡେଙ୍ଗୁ ଆତଙ୍କ: ୧ମୃତ, ଅନେକ ଆକ୍ରାନ୍ତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଡେଙ୍ଗୁରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଅଞ୍ଚଳରେ ବହୁଦିନ ଧରି ଅପରିଷ୍କାର ପାନୀୟ ଜଳ ବ୍ୟବହାର ଓ ପରିବେଶ ପରିଚ୍ଛନ୍ନ ରହି ନଥିବାରୁ କଲ୍ୟାଣସିଂହପୁର ସଦରରେ ବହୁ ଲୋକ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ରାୟଗଡା, ବ୍ରହ୍ମପୁର, ଭୁବନେଶ୍ୱର ଓ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ମେଡିକାଲକୁ ଯାଇ କିଛି ଲୋକ ଚିକିତ୍ସିତ ହୋଇ ଫେରିଥିବା ବେଳେ ଆଉ କିଛି ଲୋକ ଚିକିତ୍ସିତ ହେଉଥିବା ଜଣାପଡିଛି।

ସ୍ଥାନୀୟ ଗୌଡ଼ ସମ୍ପ୍ରଦାୟର କୃଷ୍ଣ ନାୟକଙ୍କ ସାନ ପୁଅ ପ୍ରେମାନନ୍ଦ ନାୟକ(୨୭)ଙ୍କୁ ସାତଦିନ ଧରି ଜ୍ଵର ହୋଇଥିଲା। ସେ ରାୟଗଡା ଯାଇ ଚିକିତ୍ସିତ ହେବା ପରେ ତାଙ୍କୁ ଡେଙ୍ଗୁ ଆକ୍ରାନ୍ତ ହୋଇଥିବା ଜାଣିପାରି ସେ ସଙ୍ଗେ ସଙ୍ଗେ ବ୍ରହ୍ମପୁର ବଡ ମେଡିକାଲ ଯାଇ ଚିକିତ୍ସିତ ହେଉଥିଲେ। ଚିକିତ୍ସିତ ଥିବା ଅବସ୍ଥାରେ ବୁଧବାର ରାତିରେ ତାଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ଅଞ୍ଚଳବାସୀ ଭୟଭୀତ ହୋଇ ରହିଛନ୍ତି। କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସୌମ୍ୟରଞ୍ଜନ ଜେନାଙ୍କୁ ପଚାରିବାରୁ ସେ କହିଲେ ସ୍ୱାସ୍ଥ୍ୟକେନ୍ଦ୍ରକୁ କୌଣସି ଡେଙ୍ଗୁ ଆକ୍ରାନ୍ତ ରୋଗୀ ଆସିନାହାନ୍ତି। ସେମାନେ ଜ୍ଵର ହେଲେ ଘରୋଇ ଚିକିତ୍ସା କରି ବାହାରକୁ ଯାଇ ଚିକିତ୍ସିତ ହେଉଛନ୍ତି। ଏଠାକୁ ରୋଗୀ ଆସିଲେ ସେମାନଙ୍କର ପିଭିସି ପରୀକ୍ଷା କରିବା ପରେ ଡେଙ୍ଗୁ ଚିହ୍ନଟ ହେବା ଜାଣି ରାୟଗଡା ଚିକିତ୍ସାଳୟକୁ ପଠାଇ ଦିଆଯାଉଛି ବୋଲି ସେ କହିଛନ୍ତି। ଏହି ବ୍ଲକ ମ୍ୟାଲେରିଆ ପ୍ରବଣ ଅଞ୍ଚଳ ହୋଇଥିଲେ ମଧ୍ୟ ଏଥିପ୍ରତି ଜିଲା ପ୍ରଶାସନର ଦୃଷ୍ଟି ପଡୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories