www.samajalive.in
Tuesday, December 9, 2025
16.1 C
Bhubaneswar

ଓଡିଶାର ସବୁ ମନ୍ଦିରରେ ଓମ୍‌ଫେଡ୍ ଘିଅ ବ୍ୟବହାର କରିବାକୁ ଦାବି

ଭୁବନେଶ୍ଵର: ଆନ୍ଧ୍ରପ୍ରଦେଶ ସ୍ଥିତ ତିରୁପତି ମନ୍ଦିରରେ ପ୍ରସ୍ତୁତ ଲଡୁରେ ପଶୁ ଚର୍ବି ମିଶାଯାଇଥିବା ଘଟଣା ଏବେ ସାରା ବିଶ୍ଵରେ ହଇଚଇ ସୃଷ୍ଟି କରିଛି। କୋଟି କୋଟି ଭକ୍ତଙ୍କର ଆସ୍ଥା ଓ ବିଶ୍ଵାସ ଦୋହଲି ଯାଇଛି। ଭେଙ୍କଟେଶ୍ଵରଙ୍କ ପ୍ରସାଦରେ ଘିଅର ଅପମିଶ୍ରଣ ଭକ୍ତ ମାନଙ୍କୁ ଶକ୍ତ ଆଘାତ ଦେଇଛି। ଏହି ପରିପ୍ରେକ୍ଷୀରେ  ଓଡିଶାର ସବୁ ମନ୍ଦିରରେ ଓମଫେଡ୍ ଦ୍ଵାରା ପ୍ରସ୍ତୁତ ବିଶୁଦ୍ଧ ଘିଅ ଏବଂ ଦୁଗ୍ଧଜାତ ଦ୍ରବ୍ୟ ବ୍ୟବହାର କରିବାକୁ ଓଡିଶା ଦୁଗ୍ଧଚାଷୀ ମହାସଂଘ ପକ୍ଷରୁ ଦାବି କରାଯାଇଛି। ମହାସଂଘର ରାଜ୍ୟ ଅଧ୍ୟକ୍ଷ ରବି ବେହେରା  ଏ ନେଇ ଏକ ପ୍ରେସ୍ ବିବୃତି ଜାରି କରିଛନ୍ତି। ସେ କହିଛନ୍ତି ଓମଫେଡ୍ ଘିଅ ମନ୍ଦିରରେ ବ୍ୟବହାର କରାଗଲେ ଅପମିଶ୍ରଣକୁ ରୋକାଯିବା ସଙ୍ଗେ ସଙ୍ଗେ ଭକ୍ତ ମାନଙ୍କ ଅତୁଟ ଆସ୍ଥା ଓ ବିଶ୍ଵାସକୁ ସମ୍ମାନ ଦିଆଯାଇପାରିବ। ଏହାବ୍ୟତୀତ ରାଜ୍ୟରେ ଗ୍ରାମାଞ୍ଚଳରେ ଦୁଗ୍ଧ ଉତ୍ପାଦନ ଓ ଘିଅ ଉତ୍ପାଦନ ବୃଦ୍ଧି ପାଇବ। ଓ ଅଧିକରୁ ଅଧିକ ଲୋକ ରୋଜଗାର ପାଇପାରିବେ। ଗୋଟେପଟେ ରାଜ୍ୟରେ କୋଟି କୋଟି ଭକ୍ତଙ୍କ ଆସ୍ଥା ବିଶ୍ଵାସ ଏବଂ ଅନ୍ୟପଟେ ଗ୍ରାମାଞ୍ଚଳରେ ଥିବା ବେକାର ଯୁବକ ଯୁବତୀଙ୍କୁ ରୋଜଗାରକ୍ଷମ କରାଇବା ଲକ୍ଷ୍ୟ ନେଇ ସବୁ ମନ୍ଦିରରେ ଓମଫେଡ୍ ଘିଅ ବ୍ୟବହାର କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେବାକୁ ଶ୍ରୀବେହେରା ଦାବି କରିଛନ୍ତି।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories