ରେଙ୍ଗାଲି : ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିର ଅନୁଦାନ ସଠିକ୍ ଭାବରେ ଯୋଗାଇ ଦେବାକୁ ରେଙ୍ଗାଲି ଜିଲ୍ଲାପରିଷଦ ଜୋନ୍ (୨) ସଭ୍ୟ ଦେନାରାୟଣ ତିୱାରୀ ସମ୍ବଲପୁର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଛନ୍ତି । ଶ୍ରୀ ତିୱାରୀ ଦେଇଥିବା ଦାବୀପତ୍ରରେ ଜିଲ୍ଲାପରିଷଦ ଜୋନ୍( ୨) ଅଞ୍ଚଳରେ ବିକାଶ ପରିଷଦ ଅନୁଦାନରୁ ହୋଇଥିବା ଅଧିକାଂଶ ଉନ୍ନୟନ ପ୍ରକଳ୍ପ ଅସମ୍ପୂର୍ଣ୍ଣ ହୋଇ ପଡିଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି । ଅସମ୍ପୂର୍ଣ୍ଣ ପ୍ରକଳ୍ପ ଜନସାଧାରଣଙ୍କ କୌଣସି କାମରେ ଆସୁନାହିଁ । ଏଣୁ ଏଥିପ୍ରତି ଦୃଷ୍ଟିଦେଇ ଶୀଘ୍ର ଅସମ୍ପୂର୍ଣ୍ଣ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ଦିଗରେ ପଦକ୍ଷେପ ନେବାକୁ ଦାବୀ କରିବା ସହିତ ଜୋନ୍ (୨) ଅଞ୍ଚଳର ଅଧିକାଂଶ ରାସ୍ତା ଘାଟର ଅବସ୍ଥା ଶୋଚନୀୟ ଥିବା ଉଲ୍ଲେଖ କରି ଏହାର ନବୀକରଣ ତଥା ଉନ୍ନତି କରଣ ସକାଶେ ପଶ୍ଚିମ ଓଡିଶା ବିକାଶ ପରିଷଦରୁ ଅନୁଦାନ ପାଇଁ ଦାବି କରିଛନ୍ତି।
Related Posts
ଏହା ବ୍ୟତୀତ ଅଧିକାଂଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ବିପର୍ଯ୍ୟସ୍ତ ହୋଇ ଥିବାରୁ ବିକାଶ ପରିଷଦ ଅନୁଦାନରୁ ବିଦ୍ୟାଳୟ ଭିତ୍ତିଭୂମିର ଉନ୍ନତି କରଣ କାର୍ଯ୍ୟ ସମ୍ପାଦନ କରିବା । ବିଭିନ୍ନ ଗାଁରେ ଥିବା ବନ୍ଧ, କଟା ଆଦି ପାରମ୍ପରିକ ଜଳ ଉତ୍ସ ଗୁଡିକର ଅବସ୍ଥା ମଧ୍ୟ ଦୟନୀୟ ଥିବାରୁ ଭୂତଳ ଜଳସ୍ତର ନିମ୍ନଗାମୀ ହେଉଛି । ଏଣୁ ବୃହତ୍ତର ସ୍ଵାର୍ଥ ଦୃଷ୍ଟିରୁ ପାରମ୍ପରିକ ଜଳ ଉତ୍ସର ପୁନଃରୁଦ୍ଧାର ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦରୁ ଅନୁଦାନ ଯୋଗାଇ ଦିଆଯାଉ ଏବଂ ଅନ୍ତତଃ ପ୍ରତ୍ୟେକ ଗ୍ରାମରେ ଗୋଟିଏ ପୋଖରୀର ଉପଯୁକ୍ତ ଉନ୍ନତିକରଣ କରି ଆଦର୍ଶ ପୋଖରୀ ନିର୍ମାଣ କରାଯିବାକୁ ଶ୍ରୀ ତିୱାରୀ ଦାବୀ କରିଛନ୍ତି।
Comments are closed.