ଭୁବନେଶ୍ବର : କିଛି ଜିଲାକୁ ବାଦ୍ ଦେଇ ପ୍ରାୟ ସମସ୍ତ ଜିଲାର ବିଦ୍ୟାଳୟ ବୁଧବାରରୁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ତାହା ପୁଣି ଦିନ ୧୦ଟାରୁ ୪ଟା। ଏବେ ଦିନ ୧୦ଟାରୁ ୪ଟା ମଧ୍ୟରେ ଘରୁ ବାହାରିବା କଷ୍ଟସାଧ୍ୟ। ଆଜି ମଧ୍ୟ ଉପକୂଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ସକାଳ ୯ଟାରୁ ଭୀଷଣ ତାତି ଅନୁଭବ ହୋଇଛି। ତାପମାତ୍ରା ହ୍ରାସ ନ ହେବା ପର୍ଯ୍ୟନ୍ତ ବିଦ୍ୟାଳୟ ସମୟକୁ ସକାଳ ୬ଟାରୁ ସାଢ଼େ ୯ଟା କରାଯାଉ ବୋଲି ନୂତନ ପେନସନ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ସରକାରଙ୍କୁ ନିବେଦନ କରିଛି।
ଏକ ପ୍ରେସ ବିବୃତିରେ କୁହାଯାଇଛି ଯେ, ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାର କେତେକ ଜିଲାର ବିଦ୍ୟାଳୟ ଛୁଟିକୁ ବଢ଼ାଇ ଥିବାବେଳେ କିଛି ଜିଲାରେ ସକାଳ ବିଦ୍ୟାଳୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସଂଘ ଏହାକୁ ସ୍ବାଗତ କରୁଛି। କିନ୍ତୁ ଏବେ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ଅଧିକ ରହୁଛି। ବହୁ ବିଦ୍ୟାଳୟ ଘର ଆଜବେଷ୍ଟସ୍ କିମ୍ବା ଏକ ମହଲା ଛାତ ବିଶିଷ୍ଟ। ବିଦ୍ୟାଳୟର ସମସ୍ତ ଶ୍ରେଣୀଗୃହରେ ପଙ୍ଖାର ସୁବିଧା ନାହିଁ। କିଛି ଉପାନ୍ତ ଅଞ୍ଚଳରେ ବିଦ୍ୟୁତ ସୁବିଧା ନ ଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଇଁ ୧୦ଟାରୁ ୪ଟା ବିଦ୍ୟାଳୟ ସମୟ କରାଯିବା ଦ୍ୱାରା ଅଂଶୁଘାତର ଭୟ ରହୁଛି। ସରକାର ଏ ଦିଗରେ ନିଷ୍ପତ୍ତି ନିଅନ୍ତୁ ବୋଲି ସଂଘ ପକ୍ଷରୁ କୁହାଯାଇଛି।
ତାତି ନ କମିବା ଯାଏ ସକାଳୁଆ ପାଠପଢ଼ା ହେଉ
Popular Categories



