www.samajalive.in
Monday, December 15, 2025
16.1 C
Bhubaneswar

ପୁରୁଣା କଟକ-ସମ୍ବଲପୁର ରାସ୍ତାର କଖଡି ଠାରେ ବ୍ୟାରିକେଡ ପାଇଁ ଦାବି

ଗୁରୁଡିଝାଟିଆ : ମହାନଦୀରେ ମଧୁସୂଦନ ସେତୁ ହେବା ପରେ ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଶହ ଶହ ସଂଖ୍ୟାରେ ଯାନବାହନ ଚଳାଚଳ କରୁଛି। ରାସ୍ତାର ଗୋଟିଏ ପାର୍ଶ୍ବରୁ ଅନ୍ୟ ପାର୍ଶ୍ବକୁ ଯିବା ପାଇଁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡୁଛି । ଯେହେତୁ ରାସ୍ତାଟି ଗାଁ ମଝିରେ ଯାଇଛି ଅନେକ ସମୟରେ ଦୁର୍ଘଟଣାମାନ ଘଟୁ ଛି। କଖଡି ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ କଲେଜ ମଧ୍ୟରେ ଦୂରତା ମାତ୍ର ୨ଶହ ମିଟର ହୋଇଥିବାରୁ ରାସ୍ତାରେ ବହୁ ସଂଖ୍ୟାରେ ଗାଡି ଚଳାଚଳ କରୁଥିବାରୁ ବିଦ୍ୟାର୍ଥୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସେମାନଙ୍କ ଜୀବନ ପ୍ରତି ବିପଦ ମଧ୍ୟ ରହିଛି । ତେଣୁ ଶିକ୍ଷାନୁଷ୍ଠାନ ନିକଟରେ ଚୌଦ୍ୱାର କମିସନରେଟ ପୋଲିସ ପକ୍ଷରୁ ବ୍ୟାରିକେଡ ରଖିବା ପାଇଁ ସାଧାରଣରେ ଦାବି ହୋଇଛି । ଏଥିସହିତ ଛାତ୍ରଛାତ୍ରୀଙ୍କୁ ନେଇ ସଡକ ସଚେତନତା କାର୍ଯ୍ୟକ୍ରମ କରାଗଲେ ଏହାର ସୁଦୂରପ୍ରସାରୀ ପ୍ରଭାବ ପଡିବ। ଯାହାକି ଦୁର୍ଘଟଣାକୁ ରୋକିବା ଦିଗରେ ଏହି ସଚେତନତା ଅନେକାଂଶରେ ସହାୟକ ହେବ ବୋଲି ବୁଦ୍ଧିଜୀବିମାନେ ମତପ୍ରକାଶ କରିଛନ୍ତି।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories