www.samajalive.in
Sunday, December 14, 2025
23.1 C
Bhubaneswar

ବୌଦ୍ଧରେ ବଜରଙ୍ଗ ଦଳ ଓଡିଶା ପଶ୍ଚିମ ସପ୍ତ ଦିବସୀୟ ପ୍ରାନ୍ତୀୟ ଶୌର୍ଯ୍ୟ ପ୍ରଶିକ୍ଷଣ ବର୍ଗ

ବୌଦ୍ଧ  : ବିଶ୍ୱ ହିନ୍ଦୁ ପରିଷଦ ବୌଦ୍ଧ ଜିଲା ଆନୁକୂଲ୍ୟରେ ସରସ୍ୱତୀ ବିଦ୍ୟା ମନ୍ଦିର ପରିସରରେ ବଜରଙ୍ଗ ଦଳ ଓଡିଶା ପଶ୍ଚିମ ପ୍ରାନ୍ତ ପକ୍ଷରୁ ସାତଦିନ ବ୍ୟାପି ପ୍ରଶିକ୍ଷଣ ବର୍ଗର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ପରମ ପୂଜ୍ୟ ସ୍ୱାମୀ ଜୀବନ ମୁକ୍ତାନନ୍ଦଜୀ ଯୋଗଦାନ କରି ରାଷ୍ଟ୍ର ନିର୍ମାଣରେ ବଜରଙ୍ଗ ଦଳର ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତାଭାବେ ପଶ୍ଚିମ ପ୍ରାନ୍ତ ସଂଯୋଜକ ଶରତ ଚନ୍ଦ୍ର ପ୍ରଧାନ ଯୋଗଦାନ କରି ସାତଦିନ ବ୍ୟାପି ହେବାକୁଥିବା ତାଲିମ ସଂପର୍କରେ ସମୀକ୍ଷା କରିବା ସହିତ ବିଶ୍ୱ ହିନ୍ଦୁ ପରିଷଦର ଇତିହାସ ସଂପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା ସଂଘ ଚାଳକ ସୂର୍ଯ୍ୟକାନ୍ତ ଦଳ ବେହେରା, ଅମଳ ଚକ୍ରବର୍ତୀ ପ୍ରମୁଖ ନିଜ ନିଜ ମତପ୍ରକାଶ କରିଥିଲେ। ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ଏହି ବର୍ଗରେ ପଶ୍ଚିମ ଓଡିଶାର ସୁନ୍ଦରଗଡ, ବରଗଡ, ନୂଆପଡା, ବଲାଙ୍ଗିର, ସମ୍ବଲପୁର, ସୁବର୍ଣ୍ଣପୁର, ଦେବଗଡ, କଳାହାଣ୍ଡି ଓ ବୌଦ୍ଧରୁ ଶତାଧିକ ଯୁବକ ଯୋଗଦାନ କରିଛନ୍ତି। ପ୍ରଶିକ୍ଷକ ଭାବେ ସତ୍ୟନାରାୟଣ ସେନାପତି, ଦିଲ୍ଲିପ ମେହେର, ରାମଚନ୍ଦ୍ର ନାଏକ, ଚକ୍ରଧର ମିଶ୍ର ଓ କିଶୋର ପଟେଲ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଶ୍ୱ ହିନ୍ଦୁ ପରିଷଦର ବୌଦ୍ଧଜିଲ୍ଲା ସଭାପତି ଶମ୍ଭୁପ୍ରସାଦ ମିଶ୍ର, ସଂପାଦକ ପ୍ରେମାନନ୍ଦ ମିଶ୍ର, ତାପସ ପଟ୍ଟନାୟକ, ଦୁର୍ଯ୍ୟୋଧନ ବିଶି, ଆଶୁତୋଷ ଦାଶ ଓ ସମ୍ବିତ୍ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ।

 

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଜର୍ମାନୀ...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories