ସାପ୍ତାହିକ ରାଶିଫଳ (୧୨/୦୬ ରୁ ୧୮/୦୬/୨୦୨୨) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By samajalive Last updated Jun 12, 2022 Share ମେଷ : ରବିବାର ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି। ସୋମବାରଠାରୁ ବୁଧବାର ପର୍ଯ୍ୟନ୍ତ ସମୟ ଅନୁସାରେ କାର୍ଯ୍ୟ କରି ପ୍ରଶଂସିତ ହେବେ। ଗୁରୁବାରଠାରୁ ଶନିବାର କାର୍ଯ୍ୟରେ ପ୍ରତିଷ୍ଠା ଲାଭ କରିବେ। ମହିଳା ଓ ବିଦ୍ୟାର୍ଥୀ ଆନନ୍ଦିତ ହେେବ। ରିଷ୍ଟଖଣ୍ଡନ ପାଇଁ ଓଁ ହ୍ରୀଂ ଓଁ ମନ୍ତ୍ର ଜପ କରନ୍ତୁ। ବୃଷ : ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଗର୍ବ ଅନୁଭବ କରିବେ। ବୁଧବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ମାଲିମକଦ୍ଦମାର ଶିକାର ହୋଇପାରନ୍ତି। ଶନିବାର ଆୟ ବୃଦ୍ଧି ହେବ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ପାଇବେ। ରିଷ୍ଟଖଣ୍ଡନ ପାଇଁ ଓଁ ଏକଦନ୍ତାୟ ବିଦ୍ମହେ ବକ୍ରତୁଣ୍ଡାୟ ଧୀମହି ତନ୍ନୋଦନ୍ତୀ ପ୍ରଚୋଦୟାତ୍ ମନ୍ତ୍ର ଜପ କରନ୍ତୁ। ମିଥୁନ : ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଗର୍ବ ଅନୁଭବ କରିବେ। ବୁଧବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ମାଲିମକଦ୍ଦମାର ଶିକାର ହୋଇପାରନ୍ତି। ଶନିବାର ଆୟ ବୃଦ୍ଧି ହେବ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ପାଇବେ। ରିଷ୍ଟଖଣ୍ଡନ ପାଇଁ ଓଁ ଏକଦନ୍ତାୟ ବିଦ୍ମହେ ବକ୍ରତୁଣ୍ଡାୟ ଧୀମହି ତନ୍ନୋଦନ୍ତୀ ପ୍ରଚୋଦୟାତ୍ ମନ୍ତ୍ର ଜପ କରନ୍ତୁ। କର୍କଟ : ରବିବାର ଓ ସୋମବାର ଆନନ୍ଦରେ ସମୟ କଟିବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ନିଜର ଜ୍ଞାନ ବଳରେ ଶତ୍ରୁକୁ ପରାସ୍ତ କରିବେ। ଶୁକ୍ରବାର ଓ ଶନିବାର ଦ୍ରବ୍ୟ ଚୋରି ହୋଇପାରେ। ମହିଳା ଓ ବିଦ୍ୟାର୍ଥୀ ପ୍ରତିକ୍ରିୟାଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଭୁବନେଶ୍ବରୀଙ୍କ ମନ୍ତ୍ର ଜପ କରନ୍ତୁ। ସିଂହ : ରବିବାର ଶାରୀରିକ ଅସୁସ୍ଥତା ଦେଖାଦେବ। ସୋମବାରଠାରୁ ବୁଧବାର ପର୍ଯ୍ୟନ୍ତ ଧାର୍ମିକ କାର୍ଯ୍ୟରେ ଯୋଗଦେବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ନୂତନ ଦ୍ରବ୍ୟ କ୍ରୟ କରିବେ। ମହିଳା ଓ ବିଦ୍ୟାର୍ଥୀ ଯଶଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଓଁ ଘୃଣି ସୂର୍ଯ୍ୟନାରାୟଣାୟ ମନ୍ତ୍ର ଜପ କରନ୍ତୁ। କନ୍ୟା : ରବିବାର ମନନଶୀଳ ହେବେ। ସୋମବାର ଓ ମଙ୍ଗଳବାର ମାନସିକ ଅବସାଦ ଦେଖାଦେବ। ବୁଧବାର ଓ ଗୁରୁବାର ବ୍ୟବସାୟରେ ଲାଭବାନ ହେବେ। ଶୁକ୍ରବାର ଓ ଶନିବାର ଭାବିଚିନ୍ତି କାର୍ଯ୍ୟ କରିବା ଆବଶ୍ୟକ। ମହିଳା ଓ ବିଦ୍ୟାର୍ଥୀ ସମ୍ବେଦନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ଗଂ ଗଣପତୟେ ନମଃ ମନ୍ତ୍ର ଜପ କରନ୍ତୁ। Related Posts ସ୍କୁଲରେ ଦୋଳିରୁ ପଡ଼ି ଛାତ୍ର ମୃତ Jan 18, 2025 ୨୦ ମିନିଟ ବିଳମ୍ବ ହୋଇଥିଲେ ଆମକୁ ହତ୍ୟା… Jan 18, 2025 ତୁଳା : ରବିବାର ଜଗିରଖି ଚଳନ୍ତୁ। ସୋମବାର ଓ ମଙ୍ଗଳବାର ଆନନ୍ଦିତ ହେବେ। ବୁଧବାର ଓ ଗୁରୁବାର ଯାତ୍ରା ଜନିତ ସମସ୍ୟା ଦେଖାଦେବ। ଶୁକ୍ରବାର ଓ ଶନିବାର ସନ୍ତାନ ଲାଭ କରିପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ଯଶ ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଓଁ ରାଂ ସୀତାରାମାୟ ନମଃ ମନ୍ତ୍ର ଜପ କରନ୍ତୁ। ବିଛା : ରବିବାର କାର୍ଯ୍ୟରେ ଆର୍ଥିକ ପ୍ରଗତି ହେବ। ସୋମବାର ମଙ୍ଗଳବାର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ବୁଧବାର ଓ ଗୁରୁବାର ଦୂରଯାତ୍ରା କରିପାରନ୍ତି। ଶୁକ୍ରବାର ଓ ଶନିବାର ବିବାଦଠାରୁ ଦୂରେଇ ରୁହନ୍ତୁ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀଲକ୍ଷ୍ମୀ ନୃସିଂହ ମନ୍ତ୍ର ଜପ କରନ୍ତୁ। ଧନୁ : ରବିବାର ମାନସିକ ଅସ୍ଥିରତା ଦେଖାଦେବ। ସୋମବାର ଓ ମଙ୍ଗଳବାର ସ୍ତ୍ରୀ ହେତୁକ ଧନପ୍ରାପ୍ତି ହେବ। ବୁଧବାର ଓ ଗୁରୁବାର ବାକ୍ସଂଯମୀ ହେବେ। ଶୁକ୍ରବାର ଓ ଶନିବାର ଆୟ ମଧ୍ୟମ ରହିବ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ଦ୍ରୁଂ ଦୁର୍ଗାୟୈ ନମଃ ମନ୍ତ୍ର ଜପ କରନ୍ତୁ। ମକର : ରବିବାର ନିଜ କର୍ମରେ ସାମାଜିକ ସ୍ବୀକୃତି ଲାଭ ହେବ। ସୋମବାର ଓ ମଙ୍ଗଳବାର ପ୍ରଗତିର ପଥରୋଧ ହେବ। ବୁଧବାର ଓ ଗୁରୁବାର ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବେ। ଶୁକ୍ରବାର ଓ ଶନିବାର ଦୁଃସମ୍ବାଦ ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ କର୍ମାଶ୍ରୟୀ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀନାରାୟଣ କବଚ ପାଠ କରନ୍ତୁ। କୁମ୍ଭ : ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କର୍ମହେତୁକ ଫଳପ୍ରାପ୍ତି ହେବ। ବୁଧବାର ଓ ଗୁରୁବାର ପାରିବାରିକ ଅଶାନ୍ତି ଦେଖାଦେବ। ଶୁକ୍ରବାର ଓ ଶନିବାର ପ୍ରତିଯୋଗିତାରେ ବିଜୟୀ ହେବେ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ପାଇବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଅାପଦୁଦ୍ଧାର ବଟୁକ ଭୈରବ କବଚ ପାଠ କରନ୍ତୁ। ମୀନ : ରବିବାର ଓ ସୋମବାର ଶକ୍ତି ଅନୁସାରେ କାର୍ଯ୍ୟ କରି ସଫଳତା ପାଇବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ଶୁକ୍ରବାର ଓ ଶନିବାର ପଡ଼ୋଶୀଙ୍କ ସହିତ ମନାନ୍ତର ହୋଇପାରେ। ମହିଳା ଓ ବିଦ୍ୟାର୍ଥୀ ଆନନ୍ଦିତ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀଦୁର୍ଗା ସହସ୍ରନାମ ପାଠ କରନ୍ତୁ। Share FacebookTwitterWhatsApp
Comments are closed.