ରଥରେ ପଡ଼ିଲା ଛନ୍ଦାଗୟଳ
ପୁରୀ : ନିର୍ମାଣାଧୀନ ତିନିରଥରେ ଶନିବାର ଦୁଇଟି ଲେଖାଏ ଛନ୍ଦାଗୟଳ ପକାଯାଇଛି। ନନ୍ଦିଘୋଷ ରଥର ଭାଙ୍ଗିଥିବା ପଛପାର୍ଶ୍ବ ଅଖ ପରିବର୍ତ୍ତନ କରାଯାଇଛି। ତାଳଧ୍ବଜ, ନନ୍ଦିଘୋଷ ଏବଂ ଦେବଦଳନ ରଥରେ ୧୬ଟି ପୋଲଗୟଳ ସଂଯୋଗ କରାଯାଇଛି। ରଥଖଳାରେ ମହାରଣା ସେବକ ଧୂଳିଦଣ୍ଡା ଏବଂ ଜଗତପୃଷ୍ଠ ଶେଣୀ ଚଉପଟ କରୁଛନ୍ତି। ରୂପକାର ସେବକ ତିନିରଥ ସିଂହାସନରେ ପଦ୍ମପାଖୁଡା ଖୋଦେଇ ପରେ ନାଟଗୋଡରେ ଖୋଦେଇ ଆରମ୍ଭ କରିଛନ୍ତି। ଦୋଳବେଦୀ କୋଣ ଅସ୍ଥାୟୀ କମାରଶାଳରେ ଓଝା ସେବକ କଣ୍ଟାକବ୍ଜା ପ୍ରସ୍ତୁତ କରୁଛନ୍ତି। ଦେବସ୍ନାନ ପୂର୍ଣ୍ଣିମା ପାଇଁ ଦରଜି ସେବକଙ୍କ ଦ୍ବାରା ଚାନ୍ଦୁଆ ପ୍ରସ୍ତୁତ କରାଯାଉଛି।
Comments are closed.