www.samajalive.in
Sunday, December 14, 2025
23.1 C
Bhubaneswar

ଗୋପାଳପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ପଦ ପୂରଣ ନେଇ ସିଡିଏମଓଙ୍କୁ ଦାବିପତ୍ର

ଗୋପାଳପୁର : ଗୋପାଳପୁରଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ନୂତନ)ରେ ଦୀର୍ଘ ମାସ ହେଲା ଡାକ୍ତର ପଦବୀ ଖାଲି ପଡ଼ିଥିବା ଯୋଗୁଁ ଜନସାଧାରଣ ହନ୍ତସନ୍ତ ହେଉଥିବା ବେଳେ ତୁରନ୍ତ ସ୍ଥାୟୀ ଡାକ୍ତର ନିଯୁକ୍ତି ପ୍ରଦାନ ନିମନ୍ତେ ଗ୍ରାମବାସୀଙ୍କ ପକ୍ଷରୁ ସିଡିଏମଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସୂଚନା ଯୋଗ୍ୟ ଗତ କିଛିବର୍ଷ ହେଲା ହେଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏମବିବିଏସ ପାସ କରିଥିବା କନିଷ୍ଠ ଡାକ୍ତର ମାନଙ୍କୁ ନିଯୁକ୍ତି ଦିଆଯାଉଥିବା ବେଳେ ନିଯୁକ୍ତି ପାଉଥିବା ଡାକ୍ତର ମାନେ କିଛି ମାସ ପରେ ପିଜିରେ ନାମଲେଖା ବାହାନାରେ ଚାକିରି ଛାଡ଼ି ଚାଲି ଯାଉଥିବା ଦେଖିବାକୁ ମିଳୁଛି। ଯା‌ହା ଦ୍ବାରା ଅନେକ ସମୟରେ ମେଡିକାଲ ଡାକ୍ତର ଶୂନ୍ୟ ରହିଥାଏ। ଏହି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ଗୋପାଳପୁର ସମେତ ଆଖପାଖ ବକ୍ସିପଲ୍ଲି, ନାରାୟଣପୁର ପଞ୍ଚାୟତ ସମେତ କାଳିପଲ୍ଲୀ ପଞ୍ଚାଯତର ୨୫ରୁ ଉର୍ଦ୍ଧ୍ବ ଗ୍ରାମବାସୀଙ୍କ ସମେତ ଗୋପାଳପୁର ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ଜରୁରୀ କାଳୀନ ପରିସ୍ଥିତିରେ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି,ଏହା ସହ ପ୍ରତିମାସରେ ଗୋପାଳପୁର ସମୁଦ୍ରରେ ଗାଧୋଉଥିବା ବେଳେ ଅନେକ ପ୍ରଖର ସ୍ରୋତରେ ଭାସିଯାଇ ଗୁରୁତର ହେଉଥିବା ବେଳେ ତୁରନ୍ତ ଚିକିତ୍ସା ନିମନ୍ତେ ଅସୁବିଧା ହେଉଛନ୍ତି । ଡାକ୍ତର ନଥିବାରୁ ଜନସାଧାରଣ ଖର୍ଚ୍ଚାନ୍ତ ହେବା ସହ ବ୍ରହ୍ମପୁର ବଡ ମେଡିକାଲ ଉପରେ ନିର୍ଭର କରିବାକୁ ବାଧ୍ୟ ହୋଇଥାନ୍ତି । ଏଣୁ ଏଠାରେ ଡାକ୍ତର ପଦବୀ ପୂରଣ ନିମନ୍ତେ ଗୁରୁବାର ଗୋପାଳପୁରର‌ ପଞ୍ଚୁ ବେହେରା, ବି. ରାମା ରାଓ, କାଳିଦାସ ଗୈଡ, କାଉନସିଲର କେ. କାଲେସୁ, ଜି. ନାରାୟଣା,ଏ. କ୍ରିଷ୍ଣା ପ୍ରମୁଖ ସିଡିଏମଓ ଡ଼ ଉମା ମିଶ୍ରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏ ନେଇ ଡ଼ ମିଶ୍ର, ଗୋପାଳପୁରରେ ତୁରନ୍ତ ଡାକ୍ତର ପଦବୀ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories