www.samajalive.in
Sunday, December 14, 2025
26.1 C
Bhubaneswar

ଗହଣା ଦୋକାନରେ ଜିଏସଟି ଚଢଉ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ସହର ଦୈନିକ ବଜାରରେ ଥିବା ବନମାଳୀ ଜୁଏଲର୍ସ ଗହଣା ଦୋକାନରେ ବଲାଙ୍ଗୀର ଓ ନୂଆପଡା ବାଣିଜ୍ୟକର ଓ ଦ୍ରବ୍ୟ ସେବାକର ଏନଫୋର୍ସମେଣ୍ଟ ଟିମ ଓ ବଲାଙ୍ଗୀର ପୁଲିସର ମିଳିତ ଭାବେ ଏକ ୧୫ଜଣିଆ ଟିମ ଚଢଉ କରିଥିଲେ। ମଧ୍ୟାହ୍ନରୁ ରାତି ୯ଟା ପର୍ଯ୍ୟନ୍ତ ଚଢଉ ଜାରି ରଖି ଥିଲେ। ପରେ ଏହି ଟିମ ଗହଣା ଦୋକାନର ଲାପଟପ, ଷ୍ଟକ ଖାତା, ଜିଏସଟି ବିଲ ବହି ଏବଂ କିଛି ଆନୁସଙ୍ଗିକ କାଗତ ପତ୍ର ଜବତ କରି ତର୍ଜମା ପାଇଁ ସାଙ୍ଗରେ ବଲାଙ୍ଗୀର ନେଇଥିବା ବେଳେ, ଆସନ୍ତା ମଙ୍ଗଳବାର ବଲାଙ୍ଗୀର କାର୍ଯ୍ୟାଳୟରେ ହଜାର ହୋଇ ନିଜର ପକ୍ଷ ରଖିବାକୁ ସମନ ଦେଇଥିବା ଡେପୁଟି କମିଶନର ସୂଚନା ଦେଇଛନ୍ତି।
ସୂଚନା ମତେ, ରାଜ୍ୟ ମୁଖ୍ୟ ବାଣିଜ୍ୟକର ଓ ଦ୍ରବ୍ୟ ସେବାକର କମିଶନରଙ୍କ ନିର୍ଦେଶ ଅନୁସାରେ, ବଲାଙ୍ଗୀର ଏନଫୋର୍ସମେଣ୍ଟ ଟିମର ଡେପୁଟି କମିଶନର କିଶୋର ଚନ୍ଦ୍ର ମେହେର, ନୂଆପଡା ଜିଲ୍ଲା ଡେପୁଟି କମିଶନର ପ୍ରିୟବ୍ରତ ଗଡତିଆଙ୍କ ନେତୃତ୍ୱରେ ବାଣିଜ୍ୟକର ଓ ଦ୍ରବ୍ୟ ସେବାକର ସହକାରୀ ରାଜ୍ୟ ସହକାରୀ କମିଶନର ରାଜେନ୍ଦ୍ର ନାଏକ, ରାଜ୍ୟ ଟିକସ ଅଧିକାରୀ ଜିତେନ୍ଦ୍ରିୟ ବାଗ, ସହକାରୀ ରାଜ୍ୟ ଟିକସ ଅଧିକାରୀ ସରୋଜ କୁମାର ବେରିଆ, ଏବଂ ନୂଆପଡା ଜିଲ୍ଲା ଏନଫୋର୍ସମେଣ୍ଟ ଟିମରସହକାରୀ ରାଜ୍ୟ ଟିକସ ଅଧିକାରୀ ଯତୀନ କୁମାର ବାଗ, ଅଧିକାରୀ କ୍ଷୀରୋଦ୍ର ଭୋଇ, ନନ୍ଦକିଶୋର ଜାଲଙ୍କ ସହ ବଲାଙ୍ଗୀର ପୁଲିସ ଉପସ୍ଥିତରେ, ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ବଡ ଗହଣା ଦୋକାନରେ  ଯାଞ୍ଚ କାର୍ଯ୍ୟରେ ସାମିଲ ଥିବା ଡେପୁଟି କମିଶନର ସୂଚନା ଦେଇଛନ୍ତି। ଗୁରୁବାର ଏକ କାଳୀନ ରାଜ୍ୟର ସମ୍ବରପୁର, ଝାରସୁଗୁଡା, ଭବାନୀପାଟଣା, ବରଗଡ଼ ଜିଲ୍ଲାର କିଛି ଗହଣା ଦୋକାନରେ ଯାଞ୍ଚ କରାଯାଇଥିବା ଏନଫୋର୍ସମେଣ୍ଟ ଟିମ୍ ସୂତ୍ରରୁ ଜଣାପଡିଛି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories