www.samajalive.in
Sunday, December 14, 2025
19.1 C
Bhubaneswar

ସାହାରପଡା ଓ ପାଟଣା ବ୍ଲକ କଂଗ୍ରେସ ପକ୍ଷରୁ ସଂକୀର୍ତ୍ତନ ସତ୍ୟାଗ୍ରହ

ପାଟଣା : କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ କଂଗ୍ରେସ ପକ୍ଷରୁ ଉଦୟପୁର ଜଗନ୍ନାଥ ମନ୍ଦିର ନିକଟରେ ବ୍ଲକ କଂଗ୍ରେସ ସଭାପତି ମୁକୁନ୍ଦ ମହାନ୍ତଙ୍କ ସଭାପତିତ୍ୱରେ ସଂକୀର୍ତ୍ତନ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ମନ୍ଦିରର ଚାରି ଦ୍ୱାର ଖୋଲା ଯିବା ଏବଂ ରତ୍ନ ଭଣ୍ଡାର ଅଳଙ୍କାର ଗଣତି, ଭଣ୍ଡାର ଘର ମରାମତି, ବେଦାନ୍ତ ଅଧିଗହଣ କରିଥିବା ଶ୍ରୀ ଜଗନ୍ନାଥଙ୍କ ଅମୃତ ମଣୋହି ଜମି ଓ ଚାଷୀଙ୍କ ଚାଷଜମିକୁ ତୁରନ୍ତ ଫେରସ୍ତ ଦାବିରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଡାକରାରେ ଏହି ସଂକୀର୍ତ୍ତନ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷ ଗୌରହରି ନାଏକ, ଭୋଳାନାଥ ବଘେଲ ବାବୁ, ଶିବକୁମାର ବେହେରା, ଗୌର ଦାସ, ବଳରାମ ମହାନ୍ତ, ମଧୁସୂଦନ ସାହୁ, ଶ୍ରୀକାନ୍ତ ସେଠୀ, ବେଣୁଧର ନାଏକ,ସାରଥୀ ମୁଦୁଲି,ସୁବଳ ସାହୁ,ଗୌତ୍ତମ ସାହୁ,ଗୋବିନ୍ଦ ମହାନ୍ତ,ଅଜିତ ମହାପାତ୍ର,ସରୋଜ କୁମାର ବଘେଲ୍ ବାବୁ,ଚିତ୍ତରଞ୍ଜନ ରାଉତ, ନୀଳାଦ୍ରି ସେଠୀ, ବିଦ୍ୟାଧର ସିଂହ, ମହେଶ୍ୱର ମହାନ୍ତ ପ୍ରମୁଖ ସାମିଲ ଥିବା ବେଳେ ବେଗନା ବାଲି ସାହିର ଝିଅ ସଂକୀର୍ତ୍ତନ ଦଳ ଏଠାରେ ସଂକୀର୍ତ୍ତନ ସତ୍ୟାଗ୍ରହରେ ସାମିଲ ଥିଲେ।
ପାଟଣା ବ୍ଲକ କଂଗ୍ରେସ

ସେହିପରି ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର ଠାରେ ବ୍ଲକ କଂଗ୍ରେସ ପକ୍ଷରୁ ସଂକୀର୍ତ୍ତନ ସତ୍ୟାଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଟଣା ବ୍ଲକ କଂଗ୍ରେସ ତରଫରୁ ଏହି କାର୍ଯ୍ୟକ୍ରମରେ ବିଜେଡି ସରକାରର କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ କରି ଓଡିଶାର ସମସ୍ତ ଜନତାଙ୍କ ବିଶ୍ୱାସର ପ୍ରତୀକ ସମସ୍ତଙ୍କର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ପ୍ରତି କରାଯାଇଥିବା ଅବହେଳାର ପ୍ରତିବାଦ ସ୍ୱରୂପ ରତ୍ନ ଭଣ୍ଡାର ଖୋଲିବା, ୪ ଦୁଆର ଖୋଲିବା, ବେଦାନ୍ତକୁ ବେଆଇନ ଭାବେ ହସ୍ତାନ୍ତର କରାଯାଇଥିବା ଜମି ତୁରନ୍ତ ଜଗନ୍ନାଥଙ୍କ ଖାତାକୁ ଆଣିବା,ରତ୍ନ ଭଣ୍ଡାର ମରାମତି କରିବା ମୁଖ୍ୟ ଉଦେଶ୍ୟ ଥିବା ବେଳେ ଏହି କାର୍ଯ୍ୟକ୍ରମକୁ ବ୍ଲକ ସଭାପତି ଶତ୍ରୁଘନ ସିଂହଙ୍କ ନେତୃତ୍ୱରେ ପରିଚାଳନା କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ପୂର୍ଵତନ ବିଧାୟକ ହୃଷିକେଶ ନାୟକ, ମୁଖ୍ୟ ବକ୍ତା ଭାବେ ଜିଲ୍ଲା କଂଗ୍ରେସ ଉପସଭାପତି କୈଳାଶ ଚନ୍ଦ୍ର ବାରିକ, ବସନ୍ତ କୁମାର ମିଶ୍ର, ମହେନ୍ଦ୍ର କୁମାର ସିଂହ ଏବଂ କଂଗ୍ରେସ ନେତା ଗୁରୁବକ୍ସ ସିଂହ ଆହଲୁୱାଲିଆଙ୍କ ସହିତ ଅନେକ କର୍ମୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories