www.samajalive.in
Sunday, December 14, 2025
23.1 C
Bhubaneswar

ଆଉ ଏକ ପ୍ରଜାତି ‘ଡେଲଟାକ୍ରନ’ ଚିହ୍ନଟ

ନିକୋସିଆ : କରୋନାର ଓମିକ୍ରନ ପ୍ରଜାତି ଭୂତାଣୁକୁ ନେଇ ସମଗ୍ର ବିଶ୍ବରେ ଆତଙ୍କ ଖେଳିଯାଇଥିବାବେଳେ ଆଉ ଏକ ପ୍ରଜାତିର କରୋନା ଭୂତାଣୁ ଚିହ୍ନଟ ହୋଇଛି। ରବିବାର ସାଇପ୍ରସ୍‌ରେ ନୂଆ ପ୍ରଜାତିର ଭୂତାଣୁ ଚିହ୍ନଟ ହୋଇଛି। ଏହି ନୂଆ ପ୍ରଜାତି କରୋନା ଭୂତାଣୁର ନାମ ‘ଡେଲ୍‌ଟାକ୍ରନ’। କରୋନାର ଡେଲ୍‌ଟା ପ୍ରଜାତି ଭୂତାଣୁର ଅନୁରୂପ ଗୁଣସୂତ୍ର ଏହି ପ୍ରଜାତି ଭୂତାଣୁରେ ରହିଛି। ଏହା ସହିତ ଓମିକ୍ରନ ପ୍ରଜାତି ଭୂତାଣୁର ପରିବର୍ତ୍ତନ ହୋଇ ଏହି ନୂଆ ପ୍ରଜାତି ସୃଷ୍ଟି ହୋଇଛି। ତେଣୁ ଉଭୟ ଡେଲଟା ଓ ଓମିକ୍ରନର ପ୍ରଜାତି ସହ ସମାନତା ଥିବାରୁ ଏହାର ନାମ ଡେଲଟାକ୍ରନ ରଖାଯାଇଛି। ସାଇପ୍ରସ୍‌ର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଦେଶରେ ଓମିକ୍ରନ ପ୍ରଜାତି ଭୂତାଣୁରେ ଗୁଣସୂତ୍ର ପରିବର୍ତ୍ତନକୁ ଚିହ୍ନଟ କରାଯାଇଛି । ୨୫ଟି ନମୁନାକୁ ପରୀକ୍ଷା ପରେ ଏଥିରେ ୧୦ପ୍ରକାର ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ସାଇପ୍ରସ ବିଶ୍ବବିଦ୍ୟାଳୟର ବାୟୋଟେକ୍ନୋଲୋଜି ଏବଂ ମଲିକ୍ୟୁଲାର ଭିରୋଲୋଜି ବିଭାଗ ମୁଖ୍ୟ ଡାକ୍ତର ଲିଓଣ୍ଡିସ୍‌ କୋଷ୍ଟ୍ରିକିସ୍‌ କହିଛନ୍ତି ଯେ ନୂଆ ପ୍ରଜାତି ଡେଲଟାକ୍ରନର ଡେଲଟା ଓ ଓମିକ୍ରନ ପ୍ରଜାତି ସହିତ ସମାନ ଲକ୍ଷଣ ରହିଛି। ଏହି ପ୍ରଜାତି ଭୂତାଣୁକୁ ନେଇ ଏବେ କୌଣସି ବିବ୍ରତ ହେବାର ନାହିଁ ବୋଲି ସାଇପ୍ରସ୍ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ନୂଆ ପ୍ରଜାତିର କରୋନା ଭୂତାଣୁକୁ ଆମର ବୈଜ୍ଞାନିକମାନେ ଚିହ୍ନଟ କରିବା ଗର୍ବର ବିଷୟ। ଏହାଦ୍ବାରା ସାଇପ୍ରସ ଆନ୍ତର୍ଜାତିକସ୍ତରରେ ଚର୍ଚ୍ଚିତ ହୋଇଛି। ଓମିକ୍ରନ ପ୍ରଜାତି ପରେ ବିଶ୍ବରେ ଏହା ଦ୍ବିତୀୟ ପ୍ରଜାତି ଭୂତାଣୁ। ଏପରିକି ସପ୍ତାହକ ମଧ୍ୟରେ କରୋନାର ଦୁଇଟି ନୂଆ ପ୍ରଜାତି ଭୂତାଣୁ ଚିହ୍ନଟ ହୋଇଛି। ଜାନୁଆରୀ ୪ ତାରିଖରେ ଫ୍ରାନ୍ସରେ ନୂଆ ପ୍ରଜାତି ଭୂତାଣୁକୁ ‘ଆଇଏଚ୍‌ୟୁ’ ବା ବି.୧.୬୪୦.୨ ଚିହ୍ନଟ କରାଯାଇଥିଲା। ଆଇଏଚୟୁର ୪୬ଥର ଜୈବ ପରିବର୍ତ୍ତନ (ମ୍ୟୁଟେସନ) ହୋଇଛି। ନଭେମ୍ବର ଶେଷ ସପ୍ତାହରେ ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ପ୍ରଜାତି ଭୂତାଣୁ ଚିହ୍ନଟ ହୋଇଥିଲା।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories