www.samajalive.in
Sunday, December 14, 2025
23.1 C
Bhubaneswar

କାର୍ଡ ପକ୍ଷରୁ ଉଦ୍ୟୋଗ ଶିଳ୍ପ ସହ ଶିକ୍ଷା ବ୍ୟବସ୍ଥାର ସମନ୍ୱୟ ଶୀର୍ଷକ ଆଲୋଚନାଚକ୍ର ଆୟୋଜିତ

ଭୁବନେଶ୍ୱର: ସେଣ୍ଟର ଫର ଆଦିବାସୀ ରିସର୍ଚ୍ଚ ଆଣ୍ଡ ଡେଭଲପ୍ମେଣ୍ଟ, ଆଇଆଇଏମ ସମ୍ବଲପୁର, ସେଣ୍ଟ୍ରାଲ ୟୁନିଭରସିଟି ଅଫ ଓଡ଼ିଶା ଓ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଚାଲିଥିବା ୱ।ଲଡ଼୍ ହ୍ୟୁମାନ ସାଇନ୍ସ ଆଣ୍ଡ ମ୍ୟାନେଜମେଣ୍ଟ କନ୍ଫରେନ୍ସର ୮୬ତମ ଆଲୋଚନା ଚକ୍ର ଅନଲାଇନ ଜୁମ ଓ ଫେସବୁକ ଲାଇଭ ମାଧ୍ୟମରେ ଆୟୋଜିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ଟାଟା କଳିଙ୍ଗନଗରର ପୂର୍ବତନ ସିଏଚଆରଏମ ତଥା ଅମନାୟା କର୍ପୋରେସନ ଆମେରିକାର ସଦସ୍ୟ, ବିଶିଷ୍ଟ ବକ୍ତା ତଥା ସମାଜସେବୀ ପାର୍ଥସାରଥୀ ମିଶ୍ର ଯୋଗଦେଇ ଦି ଗ୍ୟାପ ବିଟୁଇନ ଇଣ୍ଡଷ୍ଟ୍ରି ଆଣ୍ଡ ଏକାଡେମୀକ ରିସର୍ଚ୍ଚ ଶୀର୍ଷକ ବିଷୟରେ ଆଲୋକପାତ କରିଥିଲେ। ଶ୍ରୀଯୁକ୍ତ ମିଶ୍ର ଉଦ୍ୟୋଗ ଶିଳ୍ପ ସହିତ ଶିକ୍ଷା ବ୍ୟବସ୍ଥାର ସମନ୍ୱୟରେ ଆସିଥିବା ଦୂରତା, ଗବେଷଣାର ଦୁର୍ବଳତା ଓ ଉପଯୁକ୍ତ ଭାବରେ ଗବେଷଣା ମାଧ୍ୟମ ନବାଛିବା ଭଳି ଅନେକ ବିଷୟରେ ନିଜର ଚିନ୍ତାଧାରା ବ୍ୟକ୍ତ କରିଥିଲେ।

ଏହି ସମ୍ମିଳନୀର ଆବାହକ ତଥା ବିଶିଷ୍ଠ ଐତିହାସିକ ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଆଲୋଚନାଚକ୍ରରେ ବିଶିଷ୍ଟ ଲେଖକ ତଥା ସମାଜସେବୀ ଚାରୁଦତ୍ତ ପାଣିଗ୍ରାହୀ, ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକ, ଆଇଆଇଏମ ସମ୍ବଲପୁରର ନିର୍ଦେଶକ ପ୍ରଫେସର ମହାଦେଓ ଜୟସ୍ୱାଲ, ସେଣ୍ଟ୍ରାଲ ୟୁନିଭରସିଟି ଅଫ ଓଡ଼ିଶାର କୁଳପତି ପ୍ରଫେସର ଶରତ କୁମାର ପାଲିତା, କାର୍ଡର ନିର୍ଦ୍ଦେଶକ ଡକ୍ଟର ବିକ୍ରମ କେଶୋରୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ କାର୍ଡର ଯୁଗ୍ମ ନିର୍ଦେଶକ ଅଧ୍ୟପାକ ରୁଦ୍ରନାରାୟଣ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ବିଷୟ ବସ୍ତୁ ସମ୍ପର୍କରେ ସାରଗର୍ଭକ ଅଭିଭାଷଣ ରଖିଥିଲେ।

- Advertisement -

ଆଲୋଚନାଚକ୍ରର ଦ୍ଵିତୀୟ ପର୍ଯ୍ୟାୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ଅଧ୍ୟପାକ ଶ୍ରବଣ ବାଗ ପରିଚାଳନା କରିଥିଲେ। ଅନ୍ୟାନ୍ୟ ମାନ୍ୟଗଣ୍ୟମାନଙ୍କ ମଧ୍ୟରେ କାର୍ଡର ଉପଦେଷ୍ଟା ପ୍ରଫେସର ଶ୍ରୀନିବାସୁଲୁ ଏନ, ପ୍ରଫେସର ସୁଦର୍ଶନ ମିଶ୍ର, ପ୍ରଫେସର ଲୋକନାଥ ମିଶ୍ର, ପ୍ରଫେସର ବିକଳି ଚରଣ ଦାସ, ଡ଼ ସାମୁଏଲ ଲିମା, ଡା. ପ୍ରୀତି ଶ୍ରୀରଞ୍ଜନ, ଡ଼ କମଳ ପ୍ରସାଦ ମହାନ୍ତି, ଡ଼ ନୁପୁର ପଟନାୟକ, ଡ଼ ନେହା ଶର୍ମା, ଶୁଭମ ଦାସ, ଡ଼ ନିନା ଦାଶ, ଡ଼ ଅମୁଲ୍ୟ ଆଚାର୍ଯ୍ୟ, କାର୍ଡର ଅନ୍ୟତମ ଯୁଗ୍ମ ନିର୍ଦ୍ଦେଶକ ଚିନ୍ମୟ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଆଲୋଚନାଚକ୍ରରେ ବିଶ୍ୱର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପାକ ଅଧ୍ୟାପିକା, ଛାତ୍ରଛାତ୍ରୀ, ଗବେଷକ ଓ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ। ଅଧ୍ୟାପକ ରୁଦ୍ରନାରାୟଣ ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories