www.samajalive.in
Sunday, December 14, 2025
26.1 C
Bhubaneswar

ଆଜିଠୁ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜ ବନ୍ଦ

ଭୁୁବନେଶ୍ୱର: କରୋନା ସଂକ୍ରମଣକୁ ନେଇ ଆଜିଠୁ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜ ବନ୍ଦ । କ୍ଲାସରୁମ୍ ପାଠପଢ଼ା ସହ ହଷ୍ଟେଲଗୁଡ଼ିକ ବନ୍ଦ କରାଯାଇଛି । ଫଳରେ ଗତକାଲି ସଂଧ୍ୟା ସୁଦ୍ଧା ଛାତ୍ରଛାତ୍ରୀ ମାନେ ହଷ୍ଟେଲ ଛାଡ଼ିଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ, ଗତ ୭ ତାରିଖରେ ଏନେଇ ଘୋଷଣା କରାଯାଇଥିଲା । ହେଲେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ପିଲାଙ୍କ ଅନଲାଇନ କ୍ଲାସ, ଏକାଡେମିକ, ସେମି-ଏକାଡେମିକ୍, କାର୍ୟ୍ୟ କରିପାରିବେ । ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର ଆଜିଠୁ ଅଫଲାଇନ ପାଠପଢ଼ା ବନ୍ଦ କରି ଅନଲାଇନରେ ପିଲାମାନଙ୍କୁ ଶିକ୍ଷାଦାନ କରିପାରିବେ ।

ଗତ ଶନିବାରଠାରୁ ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି, ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଅଣ-ଅନୁଦାନପ୍ରାପ୍ତ କଲେଜରେ ବାୟୋମେଟ୍ରିକ୍ ଉପସ୍ଥାନ ବନ୍ଦ ହେବା ସହ ଅଫଲାଇନ ଉପସ୍ଥାନ ଆରମ୍ଭ ହୋଇଛି । ୫୦% କର୍ମଚାରୀଙ୍କୁ ନେଇ ଦୈନିକ କାର୍ୟ୍ୟ ଚାଲିବ । ଶିକ୍ଷକମାନେ କଲେଜ ଆସିବା ପରିବର୍ତ୍ତେ, ଘରେ ରହି ପିଲାମାନଙ୍କ ଅନଲାଇନ୍‍ କ୍ଲାସ ନେବେ ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories