www.samajalive.in
Sunday, December 7, 2025
14.1 C
Bhubaneswar

୧୧ ଦିନରେ ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣ ହେଉଛି ; ବ୍ରିଟେନ ସରକାରଙ୍କ ଚିନ୍ତା ବଢାଇଛି ଡେଲଟା ଭାରିଆଣ୍ଟ

ଲଣ୍ଡନ: କୋଭିଡ-୧୯ର ଡେଲଟା ଭାରିଆଣ୍ଟ ଏବେ ବ୍ରିଟେନ ସରକାରଙ୍କ ଚିନ୍ତା ବଢାଇ ଦେଇଛି। ଏଠାରେ ସଂପ୍ରତି କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧିପାଇବାରେ ଲାଗିଛି। କହିବାକୁ ଗଲେ ପ୍ରତି ୧୧ ଦିନରେ ଦୁଇଗୁଣ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଦେଶରେ ଭୂତାଣୁର ଡେଲଟା ଭାରିଆଣ୍ଟ ତାହାର କାୟା ବିସ୍ତାର କରିବାରେ ଲାଗିଛି। ଲଣ୍ଡନସ୍ଥିତ ଇମ୍ପେରିଆଲ କଲେଜ ନେତୃତ୍ୱରେ କରାଯାଇଥିବା ବାସ୍ତବ ସମୟ ଭିତ୍ତିକ ଗୋଷ୍ଠୀ ସଂକ୍ରମଣ ଅଧ୍ୟୟନ ରିପୋର୍ଟରେ କୁହାଯାଇଛି ଯେ ଚଳିତ ବର୍ଷ ମଇ ୨୦ରୁ ଜୁନ୍‍ ୭ ତାରିଖ ମଧ୍ୟରେ ୧ ଲକ୍ଷ ପରିବାରରୁ ନମୁନା ସଂଗ୍ରହ କରା ଯାଇଥିଲା। ସେଥିରୁ ୦.୧୫ ପ୍ରତିଶତ ଅଥବା ୬୭୦ ଜଣ ଲୋକଙ୍କ ଠାରେ ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣ ରହିଥିବା ଜଣାପଡିଥିଲା। ତେବେ ୧୧ ଦିନ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣ ବୃଦ୍ଧିପାଇଥିବା ଲକ୍ଷ୍ୟ କରାଯାଇଥିଲା। ଦେଶରେ ଡେଲଟା ଭାରିଆଣ୍ଟ ଜନିତ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ତାଲାବନ୍ଦ କଟକଣା ଅବଧି ଆଉଏକ ବୃଦ୍ଧି କରିବାକୁ ଘୋଷଣା କରିବା ପରେ ଏହି ଗବେଷଣା ତଥ୍ୟ ସର୍ବସମ୍ମୁଖକୁ ଆସିଛି। ତେବେ ଦେଶରେ ଟିକାକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଥିବାରୁ ସଂକ୍ରମଣ ବୃଦ୍ଧିକୁ ପ୍ରତିହତ କରାଯାଇପାରିବ ବୋଲି ଗବେଷକ ଦଳ ମତ ଦେଇଛନ୍ତି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories