www.samajalive.in
Friday, December 5, 2025
26.1 C
Bhubaneswar

ବ୍ରିଟେନରେ କରୋନାର ତୃତୀୟ ଲହର; ଡେଲଟା ଭାରିଆଣ୍ଟ ଘାତକ ସାଜିଛି

ଲଣ୍ଡନ: ବ୍ରିଟେନରେ ସଂପ୍ରତି କୋଭିଡ-୧୯ର ତୃତୀୟ ଲହର ବ୍ୟାପିବାରେ ଲାଗିଛି। ମାରାତ୍ମକ ସଂକ୍ରମଣ କ୍ଷମତା ରଖୁଥିବା ଡେଲଟା ଭାରିଆଣ୍ଟ ପାଇଁ ଦେଶରେ କୋଭିଡ-୧୯ର ତୃତୀୟ ଲହର ଆରମ୍ଭ ହୋଇଥିବା ଜଣେ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି। ବ୍ରିଟେନ ସରକାରଙ୍କୁ ଟିକାକରଣ କ୍ଷେତ୍ରରେ ପରାମର୍ଶ ଦେଉଥିବା ପ୍ରଫେସର ଆଡାମ ଫିନ୍‍ ଶନିବାର କହିଛନ୍ତି, ଦେଶର କୋଭିଡର ତୃତୀୟ ଲହର ସଂକ୍ରମଣ ବୃଦ୍ଧିପାଇବାରେ ଲାଗିଛି। ତେବେ ଟିକାକରଣକୁ ବ୍ୟାପକ କରାଯିବା ଦ୍ୱାରା ଏହାର ପ୍ରଭାବକୁ ହ୍ରାସ କରାଯାଇପାରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମନେ କରୁଛନ୍ତି। ତେଣୁ ପ୍ରତିଯୋଗିତା ଏବେ ସଂକ୍ରମଣ ଏବଂ ଟିକାକରଣ ମଧ୍ୟରେ ଚାଲିଛି। ବୟସ୍କ ବ୍ୟକ୍ତିଙ୍କୁ ଯେତେଶୀଘ୍ର ଟିକାର ଦ୍ୱିତୀୟ ପାନ ଦିଆଯାଇପାରିବ, ସେତେଶୀଘ୍ର ଡେଲଟା ଭାରିଆଣ୍ଟ ଦ୍ୱାରା ସୃଷ୍ଟି ହେଉଥିବା ତୃତୀୟ ଲହରକୁ ମୁକାବିଲା କରାଯାଇପାରିବ। ଇତିମଧ୍ୟରେ ବ୍ରିଟେନରେ ଦୈନିକ ସଂକ୍ରମଣ ସଂଖ୍ୟା ଶୁକ୍ରବାର ୧୦୪୭୬କୁ ବୃଦ୍ଧି ପାଇଛି ଏବଂ ପୂର୍ବ ସପ୍ତାହ ତୁଳନାରେ ଏଥିରେ ଲଗାତର ବୃଦ୍ଧି ଘଟିବାରେ ଲାଗିଛି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories