www.samajalive.in
Friday, December 5, 2025
20.1 C
Bhubaneswar

ଦେଢବର୍ଷ ପରେ ବାପା ମା’ଙ୍କ ସହିତ ମିଳିତ ହେଲା ୫ବର୍ଷର ଅଷ୍ଟ୍ରେଲୀୟ ଶିଶୁ କନ୍ୟା

ମେଲବୋର୍ଣ୍ଣ: କୋଭିଡ-୧୯ ମହାମାରୀ କାରଣରୁ ଦେଢବର୍ଷ କାଳ ଅଷ୍ଟ୍ରେଲିଆର ଏକ ୫ବର୍ଷର ଶିଶୁ କନ୍ୟା ଅଟକି ରହିଥିଲା ଭାରତରେ। ଅନ୍ୟପକ୍ଷରେ ତା’ ବାପା ମା’ ଅଷ୍ଟ୍ରେଲିଆରେ ଥିଲେ। ପରିସ୍ଥିତି ସାମାନ୍ୟ ସୁଧୁରିବା ପରେ ଉକ୍ତ ଶିଶୁ କନ୍ୟା ଶେଷରେ ଅଷ୍ଟ୍ରେଲିଆ ଯାଇ ନିଜ ବାପା ମା’ଙ୍କୁ ଭେଟିଛି।
ଜଣାଯାଇଛି ଯେ ଅଷ୍ଟ୍ରେଲିଆ ବାସିନ୍ଦା ଏହି ଶିଶୁ କନ୍ୟା ଏବଂ ତାହାର ଭାରତୀୟ ବଂଶୋଦ୍ଭବ ବାପା ମା’ କେରଳକୁ ଆସିଥିଲେ। ଜୋହାନା ନାମ୍ନୀ ଏହି ଶିଶୁ କନ୍ୟା ନିଜ ଜେଜେବାପା ଓ ଜେଜେ ମା’ଙ୍କୁ ଭେଟିବାକୁ ତା ବାପା ଦିଲିନ ଓ ମା’ ଦ୍ରିଶ୍ୟାଙ୍କ ସହିତ ୨୦୧୯ ନଭେମ୍ବରରେ ଆସିଥିଲା। କିନ୍ତୁ ୨୦୨୦ ମାର୍ଚ୍ଚ ବେଳକୁ କରୋନା ପ୍ରକୋପ ବୃଦ୍ଧିପାଇବାରୁ ତା’ ବାପା ମା’ ତାକୁ କେରଳରେ ଛାଡି ଅଷ୍ଟ୍ରେଲିଆ ଚାଲିଯାଇଥିଲେ। ସେମାନେ ଭାବିଥିଲେ କିଛିଦିନ ମଧ୍ୟରେ ପରିସ୍ଥିତି ସୁଧୁରିବା ପରେ ସେମାନେ ନିଜ ଝିଅକୁ ନେଇଯିବେ। ସେପର୍ଯ୍ୟନ୍ତ ସେ ଜେଜେବାପା ଜେଜେ ମା’ଙ୍କ ନିକଟରେ ରହିଥାଉ। ତେବେ ପରିସ୍ଥିତି ଜଟିଳ ହେବାରେ ଲାଗିଲା। ଦିଲିନ ଏବଂ ଦ୍ରିଶ୍ୟା ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଉଥିବା ବିମାନ ଅଥବା ବ୍ୟବସାୟିକ ବିମାନରେ ଝିଅକୁ ଅଷ୍ଟ୍ରେଲିଆ ଫେରାଇ ନେବାକୁ ଯେତେ ଚେଷ୍ଟା କଲେ ମଧ୍ୟ ସଫଳ ହୋଇପାରିଲେ ନାହିଁ। କାରଣ ବିମାନରେ ୧୪ ବର୍ଷରୁ କମ୍‍ ବୟସର ପିଲାଙ୍କୁ ଏକାକି ଯାତ୍ରା କରିବାକୁ ଅନୁମତି ଦିଆଯାଇନଥିଲା। ଶେଷରେ ଗତ ସପ୍ତାହରେ ସେମାନଙ୍କ ଦୀର୍ଘ ପ୍ରତୀକ୍ଷା ଓ ମାନସିକ ଦୁଶ୍ଚିନ୍ତାରେ ଅନ୍ତ ଘଟିଛି। ଜୋହାନା ବିମାନ ଯୋଗେ ସିଡନିରେ ପହଞ୍ଚିବା ପରେ ନିଜ ମା’ଙ୍କ ସହିତ ସଂଗରୋଧରେ ରହିଛି। ଜୋହାନାଙ୍କୁ ଅଷ୍ଟ୍ରେଲିଆ ଫେରାଇନେଦା ଦିଗରେ ସେଠାକାର ଏକ ଫେସବୁକ ଗ୍ରୁପ୍‍ ସହାୟତା କରିଥିବା ଜଣାଯାଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories