ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୩୫୭୭ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୨୦୩୯ ଏବଂ ସ୍ଥାନୀୟ ସଂକ୍ରମିତ ୧୫୩୮ ରହିଛନ୍ତି। ଚିହ୍ନଟ ହୋଇଥିବା ନୂଆ ଆକ୍ରାନଙ୍କ ମଧ୍ୟରୁ ଅନୁଗୁଳ ଜିଲାରୁ ୧୨୭, ବାଲେଶ୍ୱର ୨୦୫, ବରଗଡ ୫୧, ଭଦ୍ରକ ୧୮୬, ବଲାଙ୍ଗୀର ୩୬, ବଉଦ ୫୯, କଟକ ୪୦୭, ଦେବଗଡ ୧୨, ଢେଙ୍କାନାଳ ୯୬, ଗଜପତି ଜିଲାରୁ ୨୯ ଜଣ ରହିଛନ୍ତି। ସେହିଭଳି ଗଞ୍ଜାମରୁ ୨୭, ଜଗତସିଂହପୁର ୧୦୩, ଯାଜପୁର ୩୩୭, ଝାରସୁଗୁଡା ୧୩, କଳାହାଣ୍ଡି ୩୧, କନ୍ଧମାଳ ୪୧, କେନ୍ଦ୍ରାପଡା ୧୪୧, କେନ୍ଦୁଝର ୬୧, ଖୋର୍ଦ୍ଧା ୫୭୧, କୋରାପୁଟରୁ ୫୯ ଜଣ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ମାଲକାନଗିରି ଜିଲାରୁ ୮୬, ମୟୁରଭଞ୍ଜ ୧୮୭, ନବରଙ୍ଗପୁର ୫୭, ନୟାଗଡ ୧୧୪, ନୂଆପଡା ୧୯, ପୁରୀ ୨୩୭, ରାୟଗଡା ୮୮, ସମ୍ବଲପୁର ୩୧, ସୋନପୁର ୨୯, ସୁନ୍ଦରଗଡ ୪୩ ଏବଂ ଷ୍ଟେଟପୁଲରୁ ୮୪ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ୮୩୫୧୩୨ ଜଣ ଆରୋଗ୍ୟଲାଭ କରିସାରିଥିବାବେଳେ ୩୮୭୨୭ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।
୨୪ ଘଣ୍ଟାରେ ରାଜ୍ୟରେ ୩୫୭୭ ନୂଆ କରୋନା ସଂକ୍ରମିତ ଚିହ୍ନଟ; ସଂଗରୋଧରୁ ୨୦୩୯, ସ୍ଥାନୀୟ ସଂକ୍ରମିତ ୧୫୩୮
Popular Categories



