ନୂଆଦିଲ୍ଲୀ : ଦିଲ୍ଲୀରେ ନିକଟରେ ଘଟିଥିବା ଏକ ଘଟଣା ହଇଚଇ ସୃଷ୍ଟି କରିଛି । ଜଣେ ୪୦ ବର୍ଷୀୟ ବ୍ୟକ୍ତି ରାଗରେ ନିଜ ପୁଅକୁ ଛୁରୀ ଭୁସି ହତ୍ୟା କରିଥିବା ଜଣାପଡିଛି । ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଛି । ୪୦ ବର୍ଷୀୟ ବ୍ୟକ୍ତି ଜଣକ ନିଜ ୧୦ ବର୍ଷର ପୁଅକୁ ଛୁରୀ ଭୁସି ହତ୍ୟା କରିଛନ୍ତି । ଶିଶୁଟି ବର୍ଷାରେ ବାହାରେ ଖେଳିବାକୁ ଜିଦ୍ କରିଥିଲା । ବ୍ୟକ୍ତି ଜଣକ ନିଜ ପୁଅକୁ ବାରମ୍ବାର ବାରଣ କରିବା ପରେ ମଧ୍ୟ ସେ ଅରାଜି ହୋଇ ଖେଳିବାକୁ ଜିଦ୍ କରିଥିଲେ । ସେହି ସମୟରେ ବ୍ୟକ୍ତି ଜଣକ ରୋଷେଇ ଘରୁ ଛୁରୀ ଆଣି ପୁଅକୁ ହତ୍ୟା କରିଥିଲେ । ପୁଲିସ ଅଭିଯୁକ୍ତ ବାପାକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଛୁରୀକୁ ଜବତ କରି ତଦନ୍ତ ଜାରି ରଖିଛି।
ଦେଖନ୍ତୁ ଭିଡିଓ ; ଘରୁ ଆସୁଥିଲା ଅଜବ ଅଜବ ଶବ୍ଦ, ଫ୍ରିଜ୍ ଖୋଲିବା ମାତ୍ରେ ଦେଖିଲେ..
ଜୁଲାଇରେ ଗ୍ରହଙ୍କ ମହାଚଳନ .. ଏହି ରାଶିଙ୍କ ପାଇଁ ଆସୁଛି ବଡ ଖୁସି; ମିଳିବ ଖାଲି ସଫଳତା, ଚାକିରି, କିଣିବେ ଘର,ଗାଡି..



