www.samajalive.in
Friday, December 5, 2025
20.1 C
Bhubaneswar

ରିଲ୍ସ କରିବା ସମୟରେ ନଦୀରେ ଖସିପଡ଼ିଲେ ବିଜେପି ବିଧାୟକ

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମରେ ରିଲ୍ କରିବା ସମୟରେ ଦିଲ୍ଲୀ ବିଜେପି ବିଧାୟକ ରବିନ୍ଦର ସିଂହ ନେଗୀ ଭାରସାମ୍ୟ ହରାଇ ଯମୁନା ନଦୀରେ ଖସିପଡିଛନ୍ତି। ବିଧାୟକ ନେଗୀ ନଦୀରେ ଖସିପଡିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବାବେଳେ ବିରୋଧୀ ଏହାକୁ ନେଇ କଟାକ୍ଷ କରୁଛନ୍ତି। ଏହି ୧୯ ସେକେଣ୍ଡର ଭିଡିଓରେ ପଟପରଗଞ୍ଜ ବିଧାୟକ ରବିନ୍ଦର ସିଂହ ନେଗୀ ଦୁଇଟି ପାଣି ବୋତଲ ଧରି ନଦୀ ପାଣି ସଫା ବୋଲି କହୁଛନ୍ତି। ତେବେ ଭାରସାମ୍ୟ ହରାଇ ସେ ନଦୀରେ ଖସିପଡୁଛନ୍ତି। ତାଙ୍କୁ ଜଣେ ଧରିବାକୁ ଚେଷ୍ଟା କରି ବିଫଳ ହେବା ପରେ ନେଗୀ ନିିକଟରେ ଥିବା ଏକ କାଠ ସାହାରାରେ ଉଠୁଛନ୍ତି। ଆମ ଆଦମୀ ପାର୍ଟି ବିଧାୟକ ସଞ୍ଜୀବ ଝା ଏହାକୁ ସାମାଜିକ ଗଣମାଧ୍ୟମ ଏକ୍ସରେ ସେୟାର କରି ତାଙ୍କୁ କଟାକ୍ଷ କରିଛନ୍ତି। ସେ ଲେଖିଛନ୍ତି ଯେ ନେଗୀଙ୍କ ମିଛ ଓ ଦେଖାଣିଆ ରାଜନୀତିରେ ଅତିଷ୍ଠ ହୋଇ ଯମୁନା ମା’ ତାଙ୍କୁ ନିଜ ପାଖକୁ ଡାକିନେଇଛନ୍ତି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories