www.samajalive.in
Friday, December 5, 2025
20.1 C
Bhubaneswar

ରଜନୀକାନ୍ତଙ୍କ ଘରକୁ ବୋମାରେ ଉଡ଼ାଇ ଦେବାକୁ ଧମକ

ଚେନ୍ନଇ: ସୁପରଷ୍ଟାର୍‌ ରଜନୀକାନ୍ତ ଓ ଅଭିନେତା ଧନୁଷଙ୍କ ଘରକୁ ବୋମାରେ ଉଡ଼ାଇ ଦେବାକୁ ଇ-ମେଲ୍‌ ଯୋଗେ ଧମକ ମିଳିବା ପରେ ଚେନ୍ନଇରେ ହଇଚଇ ସୃଷ୍ଟି ହୋଇଯାଇଥିଲା। ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଏକ ଅଜ୍ଞାତ ଆକାଉଣ୍ଟରୁ ତାମିଲନାଡୁ ପୁଲିସ ମହାର୍ଦେଶକଙ୍କ କାର୍ଯ୍ୟାଳୟକୁ ଏକ ଇ-ମେଲ୍‌ ଆସିଥିଲା। ଏଥିରେ ରଜନୀକାନ୍ତ, ଧନୁଷ ଓ ତାମିଲନାଡୁ କଂଗ୍ରେସ ସଭାପତି କେ.ସେଭାଲପର୍‌ଉନଥାଗାଇଙ୍କ ଘରେ ବୋମା ଖଞ୍ଜା ଯାଇଥିବା ଦର୍ଶାଯାଇଛି। ଇ-ମେଲ୍‌ ମିଳିବା ପରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ପୁଲିସ ଦଳ ସହ ବୋମା ନିଷ୍କ୍ରିୟକାରୀ ଦଳ ରଜନୀକାନ୍ତଙ୍କ ବାସଭବନରେ ପହଞ୍ଚି ଯାଞ୍ଚ କରିଥିଲା। ତେବେ ସେଠାରୁ କୌଣସି ବିସ୍ଫୋରଣ ଦ୍ରବ୍ୟ ମିଳିନଥିଲା। ସେହିପରି ଧନୁଷ ଓ ସେଭାଲପର୍‌ଉନଥାଗାଇଙ୍କ ଘର ଯାଞ୍ଚ କରିଥିଲେ ମଧ୍ୟ କୌଣସି ବିସ୍ଫୋରକ ମିଳିନଥିଲା। ମିଥ୍ୟା ଇ-ମେଲ୍‌ ଜରିଆରେ ଭୟର ବାତାବରଣ ସୃଷ୍ଟି କରିବାକୁ ପ୍ରୟାସ କରାଯାଇଥିଲା ବୋଲି ପୁଲିସ ସ୍ପଷ୍ଟ କରିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories