www.samajalive.in
Friday, December 5, 2025
16.1 C
Bhubaneswar

ବିହାରକୁ ଏକ ନମ୍ବର ରାଜ୍ୟରେ ପରିଣତ ପ୍ରତିଶ୍ରୁତି

ପାଟନା: ବିହାର ନିର୍ବାଚନ ନିମନ୍ତେ ମହାଗଠବନ୍ଧନ ତରଫରୁ ମଙ୍ଗଳବାର ଇସ୍ତାହାର ଜାରି କରାଯାଇଛି। ଇସ୍ତାହାରର ନାମ ‘ବିହାର କା ତେଜସ୍ବୀ ପ୍ରଣ’ ରଖାଯାଇଛି। ବିହାରକୁ ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରିବାକୁ ଇସ୍ତାହାରରେ ପ୍ରତିଶ୍ରୁତି ଦିଆଯାଇଛି। ଇସ୍ତାହାରରେ ପ୍ରତି ପରିବାରରୁ ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ପ୍ରଦାନ କରିବାକୁ ଦର୍ଶାଯାଇଛି। ସମସ୍ତ ଚୁକ୍ତି ଭିତ୍ତିକ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ସହ ‘ଜୀବିକା ଦିଦି’ଙ୍କୁ ସରକାରୀ ମାନ୍ୟତା ଓ ମାସିକ ୩୦ ହଜାର ଟଙ୍କା ପ୍ରଦାନ ପାଇଁ ପ୍ରତିଶ୍ରୁତି ପ୍ରଦାନ କରାଯାଇଛି।

ସେହିପରି ମା-ବେହେନ ଯୋଜନାରେ ମହିଳାଙ୍କୁ ମାସିକ ଅଢ଼େଇ ହଜାର ଟଙ୍କା ଲେଖାଏଁ ପ୍ରଦାନ, ସାମାଜିକ ସୁରକ୍ଷା ପେନ୍‌ସନ ଯୋଜନାରେ ବିଧବା ଏବଂ ବୟସ୍କଙ୍କୁ ମାସିକ ଦେଢ଼ ହଜାର ଓ ଦିବ୍ୟାଙ୍ଗଙ୍କୁ ମାସିକ ୩ ହଜାର ଟଙ୍କା ପ୍ରଦାନ, ପ୍ରତି ଘରକୁ ୨୦୦ ୟୁନିଟ୍‌ ମାଗଣା ବିଦ୍ୟୁତ୍‌, ପ୍ରତି ନାଗରିକଙ୍କ ନିମନ୍ତେ ୨୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା, ସଂରକ୍ଷଣ ସୀମା ୫୦%ରୁ ୬୦%କୁ ବୃଦ୍ଧି, ମନେରେଗା ଶ୍ରମିକଙ୍କୁ ଦୈନିକ ୩୦୦ ଟଙ୍କା ପାରିଶ୍ରମିକ ସହ ବର୍ଷକୁ ଅତିକମ୍‌ରେ ୨୦୦ ଦିନ କର୍ମଯୋଗାଣ, ଦୁର୍ନୀତିମୁକ୍ତ ବିହାର ଗଠନ, ସଂଖ୍ୟାଲଘୁ ସମ୍ପ୍ରଦାୟକୁ ସୁରକ୍ଷା ପ୍ରଦାନ ଆଦି ଇସ୍ତାହାରରେ ସ୍ଥାନ ପାଇଛି।

- Advertisement -

ଇସ୍ତାହାର ଜାରି ସମୟରେ ମହାଗଠବନ୍ଧନର ଉପମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମୁକେଶ ସାହାଣୀ କହିଛନ୍ତି ନୂତନ ବିହାର ଗଠନ ନିମନ୍ତେ ଆମେ ଆଜି ଇସ୍ତାହାର ଜାରି କରିଛୁ। ଆଗାମୀ ୩୦ରୁ ୩୫ ବର୍ଷ ପର୍ଯ୍ୟନ୍ତ ବିହାରର ଉନ୍ନତି ଓ ଏହାକୁ ଏକନମ୍ବର ରାଜ୍ୟରେ ପରିଣତ କରିବା ଉଦ୍ଦେଶ୍ୟ ରଖି ଏହି ଇସ୍ତାହାର ପ୍ରସ୍ତୁତ କରାଯାଇଛି। ବିହାରବାସୀଙ୍କ ସେବା କରିବା ସହ ଯେଉଁ ସବୁ ପ୍ରତିଶ୍ରୁତି ପ୍ରଦାନ କରାଯାଇଛି କ୍ଷମତାକୁ ଆସିଲେ ମହାଗଠବନ୍ଧନ ସେଗୁଡ଼ିକୁ ପୂରଣ କରିବ। ମହାଗଠବନ୍ଧନ ପ୍ରତି ଭୋଟରଙ୍କ ସମର୍ଥନ ରହିଛି ଏବଂ ଆମେ ସରକାର ଗଢ଼ିବାକୁ ଯାଉଛି।

ଏହି ଅବସରରେ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା ଆରଜେଡି ନେତା ତେଜସ୍ବୀ ଯାଦବ କହିଥିଲେ ଆଗାମୀ ନିର୍ବାଚନରେ ମହାଗଠବନ୍ଧନ ସରକାର ଗଢ଼ିବା ସହ ବିହାରର ବିକାଶ କରି ଏହି ରାଜ୍ୟକୁ ନୂଆ ରୂପ ଦେବ। ବିହାରର ବିକାଶ ପାଇଁ ମହାଗଠବନ୍ଧନ ନିକଟରେ ଦୂରଦୃଷ୍ଟି ଓ ଯୋଜନା ରହିଛି। ଏନ୍‌ଡିଏକୁ ସମାଲୋଚନା କରି ତେଜସ୍ବୀ କହିଥିଲେ ମହାଗଠବନ୍ଧନ ତରଫରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ ଏନ୍‌ଡିଏ ତରଫରୁ କିଏ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସେ ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। ଏଥିସହ ଏନଡିଏ ତରଫରୁ ଇସ୍ତାହାର ମଧ୍ୟ ଜାରି କରାଯାଇ ନାହିଁ। ବିହାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି କରିନଥିବା ତେଜସ୍ବୀ ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ଯେତେବେଳେ ବିହାର ଆସନ୍ତି ସେ​ ସର୍ବଦା ବିରୋଧୀ ଦଳ ନେତାଙ୍କ ବିରୋଧରେ କଥା ହୁଅନ୍ତି ଏବଂ ନକାରାତ୍ମକ ରାଜନୀତିକୁ ପ୍ରୋତ୍ସାହନ ଦିଅନ୍ତି ବୋଲି ତେଜସ୍ବୀ କହିଥିଲେ।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories