www.samajalive.in
Monday, November 17, 2025
17.1 C
Bhubaneswar

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଆତ୍ମୀୟମାନଙ୍କର ସହାୟତା ପାଇ ଶତ୍ରୁ ବିନାଶ କରିବେ ଓ ମାନସିକ ଶାନ୍ତି ଫେରିପାଇବେ। ମୁଣ୍ଡ ଉପରେ ଥିବା ଋଣ ବୋଝରୁ ମୁକ୍ତ ହୋଇପାରନ୍ତି। ସତ୍‌ କର୍ମରେ ନିଜକୁ ନିୟୋଜିତ କରିବେ।

ବୃଷ: ସାକ୍ଷାତକାରର ସାମନା କରିବା ପାଇଁ ନାନା ଉପାଦେୟ ପୁସ୍ତକ ଅଧ୍ୟୟନରେ ମନୋନିବେଶ କରିବେ। ପତ୍ନୀଙ୍କ ସହଯୋଗରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। କର୍ମଚଞ୍ଚଳ ରହିବେ। ମନ ପ୍ରଫୁଲ୍ଲ ରହିବ। ସୁସ୍ଥ ରହିବେ।

- Advertisement -

ମିଥୁନ:  କୃଷି କ୍ଷେତକୁ ତ୍ବରାନ୍ବିତ କରିବାରେ ସର୍ବଗ୍ରେ ରହିବେ। ଗୃହ ପରିବେଶକୁ ଉତ୍ତମ ମାନର କରିପାରନ୍ତି। ଯାନବାହନ ସୁଖ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିଲେ ବି ପରେ ସୁଧାର ଆସିବ।

କର୍କଟ: ବିଭିନ୍ନ ସୂତ୍ରରୁ ଅର୍ଥାଗମ ହୋଇ ଆର୍ଥିକ ସ୍ଥିତିକୁ ସ୍ବଚ୍ଛଳ କରିପାରନ୍ତି। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବ ଦର୍ଶନ ପାଇ ଆତ୍ମ ତୃପ୍ତି ଲାଭ କରିବେ। ସରକାରୀ ସହାୟତା ମିଳିପାରେ।

ସିଂହ: କର୍ମଚଞ୍ଚଳ ରହିବେ। ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ମତିଜ୍ଞ ହେବେ। ଅକ୍ଷୟ କୀର୍ତ୍ତି ସ୍ଥାପନ କରିପାରନ୍ତି। ମନ ପ୍ରଫୁଲ୍ଲ ରହିବ। ସହିଷ୍ଣୁ ହେବେ। ବିଭିନ୍ନ ସ୍ତରରୁ ଧନରାଶି ପ୍ରାପ୍ତ ହେବେ।

କନ୍ୟା: ଆୟ ଆଶାନୁରୂପ ହେବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ୍‌ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।

ତୁଳା: ବିବାଦୀୟ ବିତର୍କରୁ ଓହରି ଆସିପାରନ୍ତି। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ଶୁଭ କାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ମଧୁର କଥାରେ ପରକୁ ଆପଣାର କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।

ବିଛା: ଜ୍ଞାନ ପିପାସୁ ହେବେ। ସତ୍‌ କର୍ମରେ ନିଜକୁ ନିୟୋଜିତ କରି ଆତ୍ମ ସନ୍ତୋଷ ଲାଭ କରିବେ। ବିଭାଗୀୟ ସ୍ତରରୁ ପ୍ରୋତ୍ସାହନ ଅର୍ଥ ରାଶି ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ଜୀବନ ସ୍ନେହପୂର୍ଣ୍ଣ ହେବ।

ଧନୁ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ବିଭିନ୍ନ ସ୍ତରରୁ ଧନାଗମ ହୋଇ ଆର୍ଥିକ ସ୍ଥିତିକୁ ସ୍ବଚ୍ଛଳ ରଖିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଭାଷା ମାର୍ଜିତ ହେବ। ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି।

ମକର: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପ୍ରାପ୍ତ କ୍ଷମତାର ବିକେନ୍ଦ୍ରୀକରଣ କରି ଆଶ୍ରିତ ଓ ଅନୁଗତଙ୍କ ନମସ୍ୟ ହେବେ। ବିବାଦରେ ବିଜୟୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

କୁମ୍ଭ: ଅନଟନର ସମ୍ମୁଖୀନ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ଉତ୍କଟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଆଧ୍ୟାତ୍ମ ବଳରେ ବ୍ୟକ୍ତିତ୍ବର ସୁରକ୍ଷା କରିବେ।

ମୀନ: ଆଜି ଦିନଟି ଆପଣଙ୍କ ପାଇ ଅତ୍ୟନ୍ତ ସୁଖଦାୟକ ହୋଇପାରେ। କର୍ମକ୍ଷେତ୍ରରୁ ସଫଳତା ପାଇବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ରୁଚିକର ଭୋଜନ ସହିତ ଆନନ୍ଦ ଉପଭୋଗ କରିବେ।

Hot this week

ନ୍ୟାୟପାଳିକା, ପ୍ରେସ୍‌ ପ୍ରତି ଜନବିଶ୍ବାସ ରହିଛି : ମାଲବ୍ୟ

ଭୁବନେଶ୍ୱର: ଏବେ ଖବରର ରୁଚି ବଦଳିଛି। ଲୋକ ଯାହା ଚାହୁଁଛନ୍ତି ତାହା...

ଆଜି ସରକାର ଗଠନ ଦାବି କରିବେ ନୀତୀଶ !

ପାଟନା: ବିହାର ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସର୍ବାଧିକ ୨୦୨ ଆସନରେ...

ରାମାୟଣ ମଞ୍ଚରେ ‘ସୀତା’ଙ୍କୁ ଉଲଗ୍ନ: ସୀମା ଟପିଲା ଅଶ୍ଲୀଳତା, ଭକ୍ତିଭାବନା ପ୍ରତି କୁଠାରଘାତ

ଦିଗପହଣ୍ଡି: ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ରାମାୟଣ ନାଟକର ସୀତା ହରଣର...

୩ କି.ମି ପାହାଡ଼ ଚଢ଼ି ଦୁଃଖ ବୁଝିଲେ ବିଡିଓ

ନନ୍ଦାହାଣ୍ଡି: ଦୁର୍ଗମ ଅଞ୍ଚଳବାସିନ୍ଦା ସରକାରୀ ସୁବିଧାସୁଯୋଗରୁ ଯେପରି ବଞ୍ଚିତ ନହୁଅନ୍ତି ତାହାକୁ...

ଅସରନ୍ତି ଦୁଃଖର ଅନ୍ଧାରି ଉପତ୍ୟକା ତେଣ୍ଡା

କପ୍ତିପଦା: ଆକାଶର ଆଉଟା କିରଣ ପଡ଼ିଲେ ତରତର ହୁଏ ତେଣ୍ଡା। ଅନ୍ଧାରର...

Related Articles

Popular Categories