ନୂଆଦିଲ୍ଲୀ: ଥଣ୍ଡା ବଢିବା ସହ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଉଛି । ଆଜି ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ୨୯୨ରହିଛି ଏବଂ ଦିଲ୍ଲୀର ଅନେକ ଅଞ୍ଚଳରେ ଏକ୍ୟୁଆଇ ୪୦୦ରୁ ୫୦୦ ମଧ୍ୟରେ ରେକର୍ଡ କରାଯାଇଛି । ତେଣୁ ବର୍ଦ୍ଧିତ ବାୟୁ ପ୍ରଦୂଷଣ ଏବଂ ବିଷାକ୍ତ ବାୟୁର ପ୍ରତିକ୍ରିୟାରେ ସରକାର ରାଜଧାନୀରେ କୃତ୍ରିମ ବର୍ଷା ଘୋଷଣା କରିଛନ୍ତି । ଯାହା ଆସନ୍ତା ୨୯ ତାରିଖରେ ହୋଇପାରେ ।
ଏହି ଉଦ୍ଦେଶ୍ୟରେ ବୁରାଡିରେ ଏକ କ୍ଲାଉଡ ସିଡିଂ ପରୀକ୍ଷଣ କରାଯାଇଥିଲା । ଯାହା ସଫଳ ହୋଇଛି । ଭାରତୀୟ ପାଣିପାଗ ବିଭାଗ ଆସନ୍ତା ୨୮, ୨୯ ଓ ୩୦ତାରିଖରେ ଦିଲ୍ଲୀର ଆକାଶ ମେଘୁଆ ରହିବ ବୋଲି ଆକଳନ କରିଛି । ଯାହା ଯୋଗୁଁ ଦିଲ୍ଲୀ ସରକାର ୨୯ତାରିଖରେ କୃତ୍ରିମ ବର୍ଷା କରାଇବାକୁ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଳୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏନେଇ ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ କରି କୃତ୍ରିମ ବର୍ଷା କରିବାକୁ ଘୋଷଣା କରିଛନ୍ତି ।
କୃତ୍ରିମ ବର୍ଷାକୁ କ୍ଲାଉଡ ସିଡିଂ କୁହାଯାଏ । ବୈଜ୍ଞାନିକ ପଦ୍ଧତି ବ୍ୟବହାର କରି କୃତ୍ରିମ ବର୍ଷା କିମ୍ବା ତୁଷାରପାତ କରାଯାଏ । କ୍ଲାଉଡ୍ ସିଡିଂ ପ୍ରକ୍ରିୟାରେ, ସିଲଭର ଆୟୋଡାଇଡ୍, ପୋଟାସିୟମ୍ କ୍ଲୋରାଇଡ ଏବଂ ସୋଡିୟମ୍ କ୍ଲୋରାଇଡ୍ ଭଳି ରାସାୟନିକ ପଦାର୍ଥ ମିଶ୍ରଣ କରି ବିହନ ତିଆରି କରାଯାଏ, ଯାହା ପରେ ବିମାନରୁ ମେଘାଚ୍ଛନ୍ନ ମେଘ ଉପରେ ସ୍ପ୍ରେ କରାଯାଏ । ଏହି ବିହନଗୁଡିକ ମେଘରେ ଥିବା ପାଣିକୁ ବରଫରେ ପରିଣତ କରନ୍ତି, ଯାହା ଏକାଠି ଲାଗି ରହିଥାଏ ଏବଂ ଭୂମିରେ ପଡି ଫାଟି ପାଣି ହୁଏ ।



