ଖିର ଗାଡ଼ି- ସ୍କୁଲ ଭ୍ୟାନ୍‌ ଧକ୍କା: ଜଣେ ମୃତ, ୧୭ ଆହତ

0

ନୂଆଦିଲ୍ଲୀ : ଉତ୍ତର-ପଶ୍ଚିମ ଦିଲ୍ଲୀର କେଶବପୁରମ୍‌ ଅଞ୍ଚଳରେ ଏକ ସ୍କୁଲ ଭ୍ୟାନ୍‌ ଓ ଖିର ଗାଡ଼ି ମଧ୍ୟରେ ସାମ୍ନାସାମ୍ନି ଧକ୍କା ହେବା ଫଳରେ ଜଣେ ଛାତ୍ରର ମୃତ୍ୟୁ ହୋଇଛି ଓ ୧୭ଜଣ ଆହତ ହୋଇଛନ୍ତି। ୪ଜଣ ଛାତ୍ରଙ୍କ ଅବସ୍ଥା ଗୁରୁତର ରହିଛି। ଉଭୟ ଗାଡ଼ିର ଚାଳକ ମଧ୍ୟ ଆହତ ହୋଇଛନ୍ତି। ପୁଲିସ ସେମାନଙ୍କୁ ଗିରଫ କରିବା ସହ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି। ସ୍କୁଲ ଭ୍ୟାନ୍‌ କେନ୍ଦ୍ରୀୟ ବିଦ୍ୟାଳୟ ଓ ନମ୍ବର ୱାନ୍‌ ସ୍କୁଲର ୭ରୁ ୧୫ବର୍ଷ ବୟସ ମଧ୍ୟରେ ୧୮ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବାବେଳେ ଦୁର୍ଘଟଣା ଘଟିଥିôଲା। ଏଥିରେ ଗରିମା ନାମକ ୭ବର୍ଷୀଆ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା।

Leave A Reply