www.samajalive.in
Tuesday, December 9, 2025
26.1 C
Bhubaneswar

ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ ପ୍ରସଙ୍ଗରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ବିଜେପି

ବିଶ୍ୱବିଦ୍ୟାଳୟ ବିଲ୍‍କୁ ରାଜ୍ୟ ସରକାରଙ୍କୁ ଫେରାଯାଉ ବା ରାଷ୍ଟ୍ରପତିଙ୍କ ପାଖକୁ ପଠାଯାଉ

ଭୁବନେଶ୍ୱର: ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦ ଏକ କଳା ଆଇନ। ଏହାଦ୍ୱାରା ବିଶ୍ୱବିଦ୍ୟାଳୟଗୁଡିକର ସ୍ୱତନ୍ତ୍ରତା ନଷ୍ଟ ହେବ। ରାଜ୍ୟ ସରକାର କ୍ଷମତାର ଅପବ୍ୟବହାର କରି ବିଶ୍ୱବିଦ୍ୟାଳୟ ସ୍ୱାଧୀନତା ଉପରେ ହସ୍ତକ୍ଷେପ କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ। ରାଜ୍ୟରେ ଉଚ୍ଚ ଶିକ୍ଷାର ସ୍ୱାର୍ଥ ଦୃଷ୍ଟିରୁ ମହାମହିମ ରାଜ୍ୟପାଳ ଏହି ଅଧିନିୟମକୁ ତୁରନ୍ତ ଫେରସ୍ତ କରନ୍ତୁ ବା ଏହି ବିଲକୁ ମହାମହିମ ରାଷ୍ଟ୍ରପତିଙ୍କ ପାଖକୁ ମତ ପାଇଁ ପଠାଇବାକୁ ରାଜ୍ୟପାଳଙ୍କ ପାଖରେ ନିବେଦନ କରିଛି ବିଜେପି।
ବିରୋଧୀ ଦଳ ନେତା  ପ୍ରଦୀପ୍ତ କୁମାର ନାଏକଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧି ଦଳ ରାଜ୍ୟପାଳଙ୍କ ନିକଟରେ ଅନୁରୋଧ କରି କହିଛନ୍ତି କି, ଓଡିଶାରେ ୟୁଜିସି ଦ୍ୱାରା ସ୍ୱୀକୃତିପ୍ରାପ୍ତ ୧୧ଟି ବିଶ୍ୱବିଦ୍ୟାଳୟ ରାଜ୍ୟସରକାରଙ୍କ ଅଧୀନରେ ରହିଛି। ଏହା ମଧ୍ୟରେ ଟେକ୍ନିକାଲ ଓ ମେଡିକାଲ ବିଶ୍ୱବିଦ୍ୟାଳୟ ଅର୍ନ୍ତଭୃକ୍ତ ନୁହେଁ। ସ୍ୱାଧୀନତା ପୂର୍ବରୁ ୧୯୪୩ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ୧୮୬୮ରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ଏହି ବିଶ୍ୱବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ରାଜ୍ୟ ତଥା ଦେଶ ପାଇଁ ଅନେକ ସୁନାମ ଆଣିଛନ୍ତି। ୟୁଜିସି ଅଧିନିୟମ ଦ୍ୱାରା ପରିଚାଳିତ ହୋଇଥିବାରୁ ଏହା ସମ୍ଭବ ହୋଇପାରିଥିଲା। କିନ୍ତୁ ଗତ ସେପ୍ଟେମ୍ବର ୪ ତାରିଖରେ ରାଜ୍ୟ ସରକାର ତରବରିଆ ଭାବେ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦କୁ ମଞ୍ଜୁରୀ ପ୍ରଦାନ କଲେ। ଏପରିକି ଏହି ଅଧିନିୟମ ପ୍ରସଙ୍ଗରେ କୈାଣସି ବୁଦ୍ଧିଜିବୀ, ଶିକ୍ଷାବିତ୍‍, ବିଶିଷ୍ଟ ନାଗରିକ, ହିତକ୍ଷାଙ୍କିଙ୍କ ସହ ଆଲୋଚନା ମଧ୍ୟ କରିଲେ ନାହିଁ। ଅନ୍ୟ ପଟେ ଏହି ଅଧିନିୟମ ପାସ୍‍ ନ ହେଉଣୁ ରାଜ୍ୟର ଶିକ୍ଷା ସଚିବ ବିଶ୍ୱବିଦ୍ୟାଳୟଗୁଡିକର କାର୍ଯ୍ୟରେ ହସ୍ତକ୍ଷେପ କରିବା ଆରମ୍ଭ କରିଦେଇଛନ୍ତି। ଏହା ଦ୍ୱାରା ବିଶ୍ୱବିଦ୍ୟାଳୟର ସ୍ୱାୟତତା କ୍ଷୁର୍ଣ୍ଣ ହେବା ସହ କୁଳାଧିପତିଙ୍କ ମର୍ଯ୍ୟାଦାର ହାନି ହେଉଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏହା ଦ୍ୱାରା ରାଜ୍ୟରେ ଉଚ୍ଚ ଶିକ୍ଷାର ମାନ ହ୍ରାସ ପାଇବ।

- Advertisement -

ଏହି ବିଲରେ ସିନେଟ ବ୍ୟବସ୍ଥା ଉଚ୍ଛେଦ କରି ଓପିଏସ ଜରିଆରେ ଅଧ୍ୟାପକ ନିଯୁକ୍ତି କରାଯିବାର ବ୍ୟବସ୍ଥା ରହିଛି। ସିନେଟକୁ ଉଚ୍ଛେଦ କରି ସିଣ୍ଡିକେଟକୁ ମଜବୁତ କରାଯାଇଛି। ରେଜିଷ୍ଟାର ପଦବୀ ରାଜ୍ୟସରକାର ନିଯୁକ୍ତ କରିବେ ଏବଂ ଏହି ସରକାରୀ କର୍ମଚାରୀ ସିଣ୍ଡିକେଟର ସଚିବ ମଧ୍ୟ ରହିବେ। ଏଭଳି ନିଷ୍ପତି ଦ୍ୱାରା ବିଶ୍ୱବିଦ୍ୟାଳୟର ଅଭିବୃଦ୍ଧିରେ ବାଧା ସୃଷ୍ଟି ହେବ ଏବଂ ବିଶ୍ୱବିଦ୍ୟାଳୟଗୁଡିକ ସ୍ୱାଧୀନ ଭାବେ ରିସର୍ଚ୍ଚ କ୍ଷେତ୍ର ଓ ପାଠକ୍ରମରେ କୌଣସି ନିଷ୍ପତି ନେଇ ପାରିବେ ନାହିଁ ବୋଲି ବିଜେପି ପ୍ରତିନିଧି ଦଳ ମାନ୍ୟବର ରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି।
ବିଶ୍ୱବିଦ୍ୟାଳୟମାନଙ୍କରେ କୁଳପତି ଚୟନ ପ୍ରକ୍ରିୟା ରାଜ୍ୟପାଳଙ୍କ ଦ୍ୱାରା ସ୍ଥିର ହୋଇଥିବା ସର୍ଚ୍ଚ କମିଟି ଜରିଆରେ ହୋଇଥାଏ। କିନ୍ତୁ ଏବେ ସରକାରୀ ଓ ଅମଲାତନ୍ତ୍ର ନୋମିନି ମାନେ କୁଳପତି ଚୟନ କରିବେ। ଅନୁଷ୍ଠାନର ମୁଖ୍ୟ ଜଣେ ପ୍ରଶାସନିକ ଅଧିକାରୀ ହେଲେ, ରାଜନୈତିକ ହସ୍ତକ୍ଷେପ ଓ ଚାପ କାରଣରୁ ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷାର ମାନ ହ୍ରାସ ପାଇବ। ପୂର୍ବରୁ ପ୍ରଫେସର, ସହଯୋଗୀ ପ୍ରଫେସର, ଅନ୍ୟ ଅଧ୍ୟାପକ, ନନ୍‍ ଟିଂଚିଙ୍ଗ ଷ୍ଟାଫ ମାନଙ୍କୁ କୁଳପତିଙ୍କ ଦ୍ୱାରା ଚୟନ କମିଟି ନିଯୁକ୍ତି ଦେଉଥିଲା। ଏବେ ‘ଓଡିଶା ଜନ ସେବା ଆୟୋଗ’ ଶିକ୍ଷକ ଓ ରିସର୍ଚ୍ଚର ମାନଙ୍କୁ ଏବଂ ନନ୍‍ ଟିଂଚିଙ୍ଗ ଷ୍ଟାଫମାନଙ୍କୁ ‘ଷ୍ଟାଫ୍‍ ସିଲେକ୍ସନ ବୋର୍ଡ’ ଦ୍ୱାରା ନିଯୁକ୍ତି କରାଯିବ। ଓପିଏସ ଦ୍ୱାରା ନିଯୁକ୍ତି ହେଲେ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚର ଉଦ୍ଦେଶ୍ୟକୁ ପୂରଣ କରିପାରିବ ନାହିଁ। କୋର୍ଟ ମାମଲା ଏବଂ ଓପିଏସ ପରୀକ୍ଷାରେ ବିଳମ୍ବ ହେବାର ଖରାପ ଟ୍ରାକ ରେକର୍ଡ ରହିଛି। ଏକ ନିର୍ଦ୍ଦିଷ୍ଟ ବିଶ୍ୱବିଦ୍ୟାଳୟରେ ଗୋଟିଏ ପଦବୀ ପାଇଁ କମିଶନ ନିଯୁକ୍ତି କରିବେ ନାହିଁ। ଅନେକ ପଦବୀ ପୂରଣ କରିବା ପାଇଁ ଏହି ପ୍ରକ୍ରିୟା ଚାଲିଲେ ଅନେକ ବିଲମ୍ବ ହେବାର ଆଶଙ୍କା ରହିଛି ବୋଲି ବିଜେପି ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ କହିଛନ୍ତି।

ବିଶ୍ୱବିଦ୍ୟାଳୟରେ ଅଡିଟ ରିପୋର୍ଟ ନରଖିବା ହେଉଛି ମୁଖ୍ୟ ପ୍ରସଙ୍ଗ। ଏହା କେବଳ ବିଶ୍ୱବିଦ୍ୟାଳୟ ୱେବସାଇଟରେ ରହିବ। ପୂର୍ବରୁ ନିର୍ବାଚିତ ପ୍ରତିନିଧୀ ମାନେ ବିଶ୍ୱବିଦ୍ୟାଳୟର ଦାୟୀତ୍ୱ ନେଉଥିଲେ। ଏବେ ବିଶ୍ୱବିଦ୍ୟାଳୟଗୁଡିକୁ ରାଜ୍ୟସରକାର ନିଜ ନିୟନ୍ତ୍ରଣକୁ ଆଣିବା ଫଳରେ କେନ୍ଦ୍ର ସରକାର ଦେଉଥିବା କୋଟି କୋଟି ଟଙ୍କାର ଅନୁଦାନ ଆଉ ଯାଂଚ ହୋଇପାରିବ ନାହିଁ ବୋଲି ବିଜେପି ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ କହିଛନ୍ତି। ନୂତନ ଶିକ୍ଷାନୀତି -୨୦୨୦ ଦ୍ୱାରା କେନ୍ଦ୍ର ସରକାର ବିଶ୍ୱବିଦ୍ୟାଳୟ ଗୁଡିକୁ ଅନେକ ସ୍ୱତନ୍ତ୍ରତା ପ୍ରଦାନ କରିଛନ୍ତି। କେନ୍ଦ୍ରସରକାର ବିଶବବିଦ୍ୟାଳୟ ଗୁଡିକର ଶିକ୍ଷାଭିତିଭୂମି, ଲ୍ୟାବ, ଗବେଷଣା ଆଦିକୁ ଉନ୍ନତ ମାନର କରିବା ପାଇଁ ୟୁଜିସି ଶିକ୍ଷକ ମାନଙ୍କୁ ଅନେକ ଟଙ୍କା ପ୍ରଦାନ କରୁଛନ୍ତି। ଯଦି କୁଳପତିଙ୍କ ଉପରେ ରାଜ୍ୟସରକାରଙ୍କ ଅଙ୍କୁୁଶ ରହିବ ତେବେ ଅନ୍ୟ ସରକାରୀ କର୍ମଚାରୀ ପରି ସେ ଦାୟୀତ୍ୱ ତୁଲାଇବେ। ଶିକ୍ଷକ ଓ ଅଣଶିକ୍ଷକମାନଙ୍କୁ ପ୍ରକ୍ରିୟା ଅନୁସାରେ ନିଯୁକ୍ତି ଦେବା ହେଉଛି ବିଶ୍ୱବିଦ୍ୟାଳୟମାନଙ୍କର ମୈାଳିକ ସ୍ୱାଧୀନତା ଏବଂ ଏଥି ସହ ଉନ୍ନତମାନର ଶିକ୍ଷା ପ୍ରଦାନ କରିବାର ସ୍ୱାଧୀନତା ରହିଛି। ପ୍ରଶାସନିକ ଅଧିକାରୀମାନେ ବିଶ୍ୱବିଦ୍ୟାଳୟର ଦାୟୀତ୍ୱ ନେଲେ ସୁଚାରୁରୂପେ କାର୍ଯ୍ୟ ସଂପାଦନା କରିପାରିବା ନେଇ ପ୍ରଶ୍ନ ଉଠୁଛି। ରାଜ୍ୟର ସମସ୍ତ ଶିକ୍ଷାବିତ୍‍, ବୁଦ୍ଧିଜୀବି, ବିଶିଷ୍ଟ ନାଗରିକ, ହିତକ୍ଷାଂକୀମାନେ ଏହି “ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦”କୁ ବିରୋଧ କରୁଥିବାବେଳେ, ତରବରିଆ ଏବଂ ଜୋରଜବରଦସ୍ତ ଭାବେ ଏହାକୁ କାର୍ଯ୍ୟକାରୀ କରାଇ ରାଜ୍ୟ ସରକାର ନିଜର ଉଚ୍ଚ ଶିକ୍ଷା ବିରୋଧୀ ବାର୍ତାକୁ ସ୍ପଷ୍ଟ କରିଛନ୍ତି ବୋଲି ବିଜେପି ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ କହିଛନ୍ତି।
ତେଣୁ ରାଜ୍ୟର ଉଚ୍ଛ ଶିକ୍ଷାମାନର ସୁରକ୍ଷା ପାଇଁ ରାଜ୍ୟପାଳ ଏହି ବିଲ୍‍କୁ ଫେରାଇ ଦିଅନ୍ତୁ ବା ବିଚାର ପାଇଁ ମହାମହିମ ରାଷ୍ଟ୍ରପତିଙ୍କ ପାଖକୁ ପଠାଇବା ପାଇଁ ବିଜେପି ପ୍ରତିନିଧି ଦଳ ଅନୁରୋଧ କରିଛନ୍ତି। ଏହି ପ୍ରତିନିଧି ଦଳରେ ବିରୋଧୀ ଦଳ ସଚେତକ ବିଧାୟକ ମୋହନ ମାଝୀ, ଡ.ମୁକେଶ ମହାଲିଙ୍ଗ ଏବଂ ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ସାମିଲ ଥିଲେ।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories