ଡେସ୍କ: ଦକ୍ଷିଣ ଆଫ୍ରିକାରୁ ଆସିଥିବା ୨୦୦ ଜଣ ବୌଦ୍ଧ ସନ୍ୟାସୀ ଉତ୍ତରପ୍ରଦେଶ କୁସିନଗର ସ୍ଥିତ ମହାନିର୍ବାଣ ମନ୍ଦିରରେ ସ୍ୱତନ୍ତ୍ର ପ୍ରାର୍ଥନା ସହ ବିଶ୍ୱଶାନ୍ତି ପାଇଁ କାମନା କରିଛନ୍ତି। ସେହି ସନ୍ୟାସୀ ମାନେ ବୋଧଗୟା ଠାରୁ ଚାଲି ଚାଲି ଯାଇଥିଲେ। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କୂଟନୈତିକ ସମ୍ପର୍କର ୫୦ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବା ଲାଗି ଏଭଳି ଆୟୋଜନ କରାଯାଇଛି।
ସୂଚନା ଅନୁଯାୟୀ, ଭାରତ ସରକାରଙ୍କ ଅତିଥି ଭାବରେ ଦକ୍ଷିଣ ଆଫ୍ରିକାରୁ ଆସିଥିବା ଅତିଥିମାନେ ଭଗବାନ ବୁଦ୍ଧଙ୍କ ଜୀବନୀ ସହ ଜଡିତ ସ୍ଥାନଗୁଡିକ ପରିଦର୍ଶନ କରିବା ସହ ସ୍ୱତନ୍ତ୍ର ପୂଜାର୍ଚନା କରିଛନ୍ତି। ଏହି ପ୍ରତିନିଧି ଦଳରେ ୧୯ ଜଣ ବିଶିଷ୍ଟ ବ୍ୟକ୍ତି ଓ ୮୯ ଜଣ ସହଯୋଗୀ ଅଛନ୍ତି।
ମହାପରିନିର୍ବାଣ ମନ୍ଦିରରେ ପୂଜାର୍ଚ୍ଚନା ପରେ ବୌଦ୍ଧ ସନ୍ୟାସୀ ପ୍ରତିନିଧି ଦଳ ଚଳିତ ମାସ ୧୧ରେ ନେପାଳର ଲୁମ୍ବିନି ଗସ୍ତ କରିବେ। ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହି ଦକ୍ଷିଣ ଆଫ୍ରିକା ବୌଦ୍ଧ ସନ୍ୟାସୀମାନେ ୪୩ ଦିନରେ ପାଦରେ ଚାଲି ଚାଲି ୧ ହଜାର ୧୦୦ କିଲୋମିଟର ଅତିକ୍ରମ କରିବେ।



