www.samajalive.in
Sunday, December 14, 2025
26.1 C
Bhubaneswar

ଜାତୀୟ ବିପର୍ଯ୍ୟୟ ପ୍ରଶମନ ମଞ୍ଚକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀରେ ତୃତୀୟ ଜାତୀୟ ବିପର୍ଯ୍ୟୟ ପ୍ରଶମନ ମଞ୍ଚକୁ ଉଦ୍‌ଘାଟନ କରିବେ । ଏ ସମ୍ବନ୍ଧରେ ଜାତୀୟ ଦୁର୍ବିପାକ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ଯେ, ଚଳିତ ବର୍ଷର ଏହାର ଶୀର୍ଷକ ରହିଛି ‘ଜଳବାୟୁ ପରିବର୍ତ୍ତନରେ ସ୍ଥାନୀୟ ସ୍ତରୀୟ ସମାଧାନ’ । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମନ୍ତ୍ରିସ୍ତରୀୟ ଅଧିବେଶନରେ ଅଧ୍ୟକ୍ଷତା କରିବେ । ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମାନଙ୍କର ମନ୍ତ୍ରୀମାନଙ୍କ ସହ ଏଥିରେ ବ୍ୟାପକ ଆଲୋଚନା ହେବ ।

ଆୟୋଜନ ସ୍ଥଳୀରେ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଏଥିରେ ଷ୍ଟାର୍ଟଅପ୍‌ ଗୁଡ଼ିକ ଦ୍ୱାରା ବିକଶିତ ବୈଷୟିକ ଜ୍ଞାନକୌଶଳର ପ୍ରଦର୍ଶନ ହେବ। ତୃତୀୟ ଅଧିବେଶନରେ ୧ ହଜାରରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିବେ। ସେମାନଙ୍କ ମଧ୍ୟରେ ବହୁ କେନ୍ଦ୍ରମନ୍ତ୍ରୀ, ରାଜ୍ୟର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ସାଂସଦ, ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥା ପ୍ରତିନିଧି, ସ୍ୱତନ୍ତ୍ର ଦୁର୍ବିପାକ ପରିଚାଳନା ସଂସ୍ଥାଗୁଡ଼ିକର ମୁଖ୍ୟ, ଶିକ୍ଷା କ୍ଷେତ୍ରର ପ୍ରତିନିଧି ଓ ସାମାଜିକ ସଂଗଠନ ସାମିଲ ହେବେ ବୋଲି ଜଣାପଡ଼ିଛି ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories