www.samajalive.in
Sunday, December 14, 2025
16.1 C
Bhubaneswar

ବିପଦ ଆଡକୁ ଟାଣୁଛି କୃତ୍ରିମ ବନାଗ୍ନି

ହରଭଙ୍ଗା :  ବିପଦ ଆଡକୁ ଟାଣୁଛି କୃତ୍ରିମ ବନାଗ୍ନି। ଏହା ଯେ ଆଗକୁ ବଡ ବିପଦ ସୃଷ୍ଟି ନକରିବ ସେ କଥା କହିବା ମୁସ୍କିଲ। ବେଳ ଥାଉ ଥାଉ କୃତ୍ରିମ ବନାଗ୍ନିକୁ ରୋକାନଗଲେ ପ୍ରାଣୀଜଗତ ପାଇଁ ଏହା ଧ୍ୱଂସର ଲୀଳା ରଚିବା ଆଶଙ୍କ ରହିଛି। ସମ୍ପ୍ରତି କୃତ୍ରିମ ବନାଗ୍ନିରୁ ଜଙ୍ଗଲ ସମ୍ପଦ ସୁରକ୍ଷା ସମସ୍ତଙ୍କ ପାଇଁ ଏକ ବଡ ଆହ୍ୱାନ ସୃଷ୍ଟି କରିଛି। ପ୍ରକାଶ ଯେ ରାଜ୍ୟରେ ପ୍ରାକୃତିକ ଜଙ୍ଗଲ ପୋଡି ଯୋଗୁଁ ଜଙ୍ଗଲ ସମ୍ପଦ ଧ୍ୱଂସ ପାଇବାରେ ଲାଗିଛି । ଏହାର ପ୍ରଭାବରେ ପରିବେଶର ତାପମାତ୍ରା ଦ୍ୱିଗୁଣିତ ହେବା ସହିତ ପୃଥିବୀର ଜୈବ ବିବିଧତା ନଷ୍ଟ ହେଉଛି । ଜଙ୍ଗଲ ସମ୍ପଦକୁ ନିଆଁ ଦାଉରୁ ରକ୍ଷା ପାଇଁ ବନବିଭାଗର ଅହରାତ୍ର ପରିଶ୍ରମ ସାଙ୍ଗକୁ କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ୱେ ଆଧୁନିକ ମଣିଷ ଦ୍ୱାରା କୃତ୍ରିମ ବନାଗ୍ନିର ପୁନରାବୃତ୍ତି ଜଙ୍ଗଲ ବିଭାଗର ସବୁ ଏସଓପିକୁ ପଛରେ ପକାଇଛି । ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ଜରୀଆରେ ବନାଗ୍ନି ରୋକିବା ନିମନ୍ତେ ନୂଆ ନୂଆ ରଣନୀତି ଆପଣେଇବା ସତ୍ୱେ ଗୋଟିଏ ଗୋଟିଏ ଫାୟାର ପଏଣ୍ଟରେ ଦୁଇ ଦୁଇଥର ନିଆଁ ଲାଗୁଥିବା ଘଟଣା କୃତ୍ରିମ ବନାଗ୍ନିକୁ ପ୍ରମାଣିତ କରିଛି।ଏହାଦ୍ୱାରା ଯେ ଖାଲି ଜଙ୍ଗଲ ସମ୍ପଦ ନଷ୍ଟ ହେଉଛି ତାହା ନୁହେଁ ମଣିଷ ସମାଜ ପାଇଁ ଏକ ବଡ ବିପଦ ସୃଷ୍ଟି କରୁଛି । ତେଣୁ ଏ ଦିଗରେ ବନ ବିଭାଗ ଦ୍ୱାରା ଜାରି ରହିଥିବା ପ୍ରଚେଷ୍ଟାକୁ ସମାଲୋଚନା ବଦଳରେ ଉତ୍ସାହିତ ଓ ସମ୍ମାନ ଜଣାଇବାର ସମୟ ଆସିଛି । ବନବିଭାଗ ସାଥିରେ ସବୁ ବର୍ଗର ଜନସାଧାରଣ ସାଥି ହୋଇ କାର୍ଯ୍ୟକଲେ ଯାଇ କୃତ୍ରିମ ବନାଗ୍ନି ମହାମାରୀରୁ ଜଙ୍ଗଲ ସମ୍ପଦ ରକ୍ଷାପାଇବା ସହିତ ଧରାପୃଷ୍ଠ ଅତ୍ୟଧିକ ଉତ୍ତାପରୁ ମୁକ୍ତି ପାଇପାରନ୍ତା । ଏହାଦ୍ୱାରା ଉଭୟ ଜଙ୍ଗଲ ଏବଂ ପ୍ରାଣୀ ଜଗତ ପାଇଁ କଲ୍ୟାଣ ହୋଇପାରନ୍ତା । ଏଣୁ ସମସ୍ତେ ମିଳିତ ହୋଇ କୃତ୍ରିମ ଜଙ୍ଗଲ ପୋଡି କାର୍ଯ୍ୟରେ ନିଜକୁ ସାମିଲ କରିବା ଏବଂ ବନବିଭାଗ ହାତରେ ହାତ ମିଶାଇ ଆମର ପ୍ରାକୃତିକ ପ୍ରାଚୁର୍ଯ୍ୟ ଜଙ୍ଗଲ ସମ୍ପଦକୁ ରକ୍ଷାକରିବା ଏକ ବିପ୍ଲବରେ ନିଜକୁ ସାମିଲ କରିବା ଜରୁରୀ ହୋଇପଡିଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories