www.samajalive.in
Monday, December 8, 2025
16.1 C
Bhubaneswar

ବାଲିର କୃତ୍ରିମ ଅଭାବ; ଅସମ୍ପୂର୍ଣ୍ଣ ଅବସ୍ଥାରେ ୧୫୭୨ ଆବାସ ଘର

ହରଭଙ୍ଗା: ବାଲି ଉପରେ ବୌଦ୍ଧ ଜିଲ୍ଲା ପ୍ରଶାସନର ନାଲି ଆଖି ସମ୍ପ୍ରତି ଖଟିଖିଆ ଦିନ ମଜୁରିଆ ଶ୍ରମିକଠାରୁ ଆରମ୍ଭ କରି ଟ୍ରାକ୍ଟର ଡ୍ରାଇଭର, ଆବାସ ହିତାଧିକାରୀ ଏବଂ ଟ୍ରାକ୍ଟର, ସିମେଣ୍ଟ, ଲୁହାଛଡ ବ୍ୟବସାୟୀଙ୍କ ଉପରେ ଦାଉ ସାଜିଛି। ବାଲି ଉପରେ ରାଜସ୍ୱ ବିଭାଗ ଏବଂ ପୁଲିସର କଡା କାର୍ଯ୍ୟାନୁଷ୍ଠାନ ଭୟରେ ଏହି ବ୍ୟବସାୟରୁ ଲୋକେ ସମ୍ପୂର୍ଣ୍ଣ ମୁହଁ ଫେରାଇବାକୁ ବାଧ୍ୟ ହେଲେଣି। ଯାହାଫଳରେ ବାଲି ଭଳି ଅତ୍ୟାବଶ୍ୟକ ସାମଗ୍ରୀର କୃତ୍ରିମ ଅଭାବ ଯୋଗୁଁ ବର୍ତମାନ ହରଭଙ୍ଗା ବ୍ଲକରେ ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିବା ୧୫୭୨ଟି ଆବାସ ଘର ସମ୍ପୂର୍ଣ୍ଣ ହେବା ଆଶା ମଉଳିଲାଣି। ଅନ୍ୟପଟେ ଆବାସ ଘର ସମ୍ପୂର୍ଣ୍ଣ ପାଇଁ ଜିଲ୍ଲାପ୍ରଶାସନର କଡା ଆଭିମୂଖ୍ୟ ଯୋଗୁଁ ହରଭଙ୍ଗା ବ୍ଲକର ୧୬ଜଣ ପଂଚାୟତ ପିଇଓ, ଜଣେ ଏବିଡିଓ ସାଙ୍ଗକୁ ଜଣେ ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ଦରମା ବନ୍ଦ ହୋଇଥିବା ସୂଚନା ମିଳିଛି। ମାତ୍ର ଆବାସ ଘର ନିର୍ମାଣ ପାଇଁ ବାଲିର ଆବଶ୍ୟକତା ପଡୁଥିବାବେଳେ ପ୍ରଶାସନ ଏହା ଉପରେ ମଧ୍ୟ କଠୋର ନୀତି ଅବଲମ୍ବନ ଯୋଗୁଁ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଥିବା ଆବାସଘର ସମ୍ପୂର୍ଣ୍ଣ ହେବା ମଧ୍ୟ ଅସମ୍ଭବ ହୋଇପଡ଼ିଛି। ଏପଟୁ ମାରିଲେ ଗୋ-ହତ୍ୟା, ସେପଟୁ ମାରିଲେ ବ୍ରହ୍ମ ହତ୍ୟା ନ୍ୟାୟରେ ବ୍ଲକ କର୍ମଚାରୀ ଦିନ ଗଣୁଥିବା ବେଳେ ଗରିବ ହିତାଧିକାରୀମାନେ ଘର ନିର୍ମାଣରୁ ବଂଚିତ ହୋଇ ଶୀତ କାକରରେ ରାତି କାଟୁଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ବ୍ଲକରେ ସରସରା-୧୦୯, ତଳଗାଁ-୧୩୨, ଆଡେଣିଗଡ଼-୧୦୧, ବାମଣ୍ଡା-୧୧୧, ତିଲେଶ୍ୱର-୮୩, ବନ୍ଧାପଥର-୩୫, ବାଣିଭୂଷଣପୁର-୬୮, ହରଭଙ୍ଗା-୨୬, ବୀରନରସିଂହପୁର-୧୫୪, ଛତ୍ରଙ୍ଗ-୮୭, ଧଳପୁର-୭୬, କରଂଜକଟା-୭୦, କୁଶଙ୍ଗ-୪୧, ଲୁଣିବାହାଲ-୯୨, ମହାଲ୍ଲିକପଡ଼ା-୧୪୦, ମଥୁରା-୬୩, ପୁରୁଣାକଟକ-୮୧, ପିତାମ୍ବରପୁର-୩୮, ରାଧାନଗର-୨୨, ରାମଗଡ଼-୫୨, ସାମ୍ପୋଚ-୮୮ ଭଳି ୨୨ପଂଚାୟତରେ ୧୫୭୨ ଆବାସ ଘର ଅସମ୍ପୂର୍ଣ୍ଣ ରହିଛି। ସବୁ ଦୃଷ୍ଟିକୋଣରୁ ବାଲିର ଆବଶ୍ୟକତା ଆଜିର ସମୟରେ ଗୁରୁତ୍ୱ ରଖୁଥିବାବେଳେ ଏ ଦିଗରେ ରାଜସ୍ୱ ବିଭାଗ, ଜିଲ୍ଲାପ୍ରଶାସନ ବିଚାରବିମର୍ଷ କରି ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ସବୁ ମହଲରୁ ଦାବୀ ଉଠୁଛି। ନଚେତ୍‌‌ ଆଗକୁ ନେଡିଗୁଡ କହୁଣିକୁ ବୋହିଯିବା ଅବସ୍ଥା ଆସିବ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ତୁରନ୍ତ ଏ ଦିଗରେ ଜିଲ୍ଲାପାଳ ଦୃଷ୍ଟିଦେବାର ସମୟ ଆସିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories