ନୂଆଦିଲ୍ଲୀ : ପ୍ରତିରକ୍ଷା ସଚିବ ସଞ୍ଜୟ ମିତ୍ରଙ୍କ କାର୍ଯ୍ୟକାଳକୁ ୩ ମାସ ବୃଦ୍ଧି କରାଯାଇଛି। ୧୯୮୨ ବ୍ୟାଚ ପଶ୍ଚିମବଙ୍ଗ କ୍ୟାଡର ଆଇଏଏସ୍ ଅଫିସର ଶ୍ରୀ ମିତ୍ର ଶୁକ୍ରବାର ଅବସର ଗ୍ରହଣ କରିବାକୁ ଥିବାବେଳେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ୨୦୧୭ ମେ’ରେ ଦୁଇବର୍ଷ ପାଇଁ ମିତ୍ରଙ୍କୁ ପ୍ରତିରକ୍ଷା ସଚିବ ପଦେର ନିଯୁକ୍ତି ଦିଆଯାଇଥିଲା। ପ୍ରତିରକ୍ଷା ସଚିବ ପଦରେ ନିଯୁକ୍ତି ପୂର୍ବରୁ ଶ୍ରୀ ମିତ୍ର କେନ୍ଦ୍ର ସଡକ ପରିବହନ ମନ୍ତ୍ରଣାଳୟ ସଚିବ ଓ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରିଥିଲେ।
Popular Categories



