www.samajalive.in
Saturday, December 13, 2025
14.1 C
Bhubaneswar

ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା ମୁକାବିଲା ଆଜି

କାର୍ଡିଫ୍‌ : ଇଂଲଣ୍ଡରେ ଖେଳାଯାଉଥିବା କ୍ରିକେଟ୍‌ ବିଶ୍ବକପ୍‌ରେ ଶନିବାର ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍‌ ଖେଳାଯିବ। ଚଳିତ ବିଶ୍ବକପ୍‌ରେ ନ୍ୟୁଜିଲାଣ୍ଡ ଦଳକୁ ଡାର୍କହର୍ସର ମାନ୍ୟତା ମିଳିଥିବାରୁ ପ୍ରଥମ ମ୍ୟାଚ୍‌ରେ ଏହି ଦଳ ଶ୍ରୀଲଙ୍କା ବିପକ୍ଷରେ କିପରି ପ୍ରଦର୍ଶନ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।
ଗତ ବିଶ୍ବକପ୍‌ର ଫାଇନାଲରେ ପ୍ରବେଶ କରିଥିଲା ନ୍ୟୁଜିଲାଣ୍ଡ। ଦଳ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା। ତେବେ ଚଳିତଥର ବିଶ୍ବକପ୍‌ ଚମ୍ପିଆନ୍‌ ହେବା ଲକ୍ଷ୍ୟ ନେଇ ନ୍ୟୁଜିଲାଣ୍ଡ ଦଳ ପଡ଼ିଆକୁ ଓହ୍ଲାଇବ। ଦଳର ନେତୃତ୍ବ ନେଉଛନ୍ତି କେନ୍‌ ୱିଲିୟମସନ୍‌। ୱିଲିୟମସନ୍‌ ଜଣେ ଭଲ ଅଧିନାୟକ ସହ ବିଶ୍ବସ୍ତରୀୟ ବ୍ୟାଟସମ୍ୟାନ୍ ହୋଇଥିବାରୁ ଶ୍ରୀଲଙ୍କା ବିପକ୍ଷରେ କିପରି ପ୍ରଦର୍ଶନ କରୁଛନ୍ତି ତାହା ଦେଖିବା କଥା। ବିଶ୍ବକପ୍‌ ପୂର୍ବରୁ ଆୟୋଜିତ ଅଭ୍ୟାସ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଭାରତକୁ ପରାସ୍ତ କରିଥିବା ବେଳେ ୱେଷ୍ଟଇଣ୍ଡିଜ ନିକଟରୁ ପରାସ୍ତ ହୋଇଥିଲା। ନ୍ୟୁଜିଲାଣ୍ଡ ବିଶ୍ବକପ୍‌ ଦଳର ନେତୃତ୍ବ ନେଉଥିବା ୱିଲିୟମସନ୍‌ ବ୍ୟାଟିଂ ମାନ୍ୟତାର ୧୨ନଂରେ ରହିଥିବା ବେଳେ ଅଭିଜ୍ଞ ବ୍ୟାଟସମ୍ୟାନ୍‌ ମାର୍ଟିନ ଗପଟିଲ୍‌ ୧୦ମ ସ୍ଥାନରେ ରହିଛନ୍ତି। ସେହିପରି ଏହି ଦଳରେ ରହିଛନ୍ତି ଟ୍ରେଣ୍ଟ ବୋଲଟ୍‌, କଲିନ୍‌ ଡି’ ଗ୍ରାଣ୍ଡହୋମ୍‌ ଓ ଟିମ୍‌ ସାଉଦୀ ଭଳି ଦ୍ରୁତ ବୋଲର। ଏହି ଦ୍ରୁତ ବୋଲରମାନେ ବେଶ୍‌ ଦକ୍ଷ ହୋଇଥିବାରୁ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରି​‌େ​‌ବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ଦଳରେ ସ୍ପିନର ଭାବେ ମିଚେଲ୍ ସାଣ୍ଟ୍‌ନର ଓ ଇସ୍‌ ସୋଧି ରହିଛନ୍ତି। ଏହି ଦୁଇ ସ୍ପିନର ଇଂଲଣ୍ଡ ପିଚ୍‌ରେ ବେଶ୍‌ ସଫଳତା ପାଇବେ ବୋଲି ଆଶା କରାଯାଉଛି। ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡ ବିଜୟୀ ହେବ ବୋଲି ଆଶା କରାଯାଉଛି।
ଅନ୍ୟପକ୍ଷରେ ଦିନିକିଆ ମାନ୍ୟତାର ୯ମ ସ୍ଥାନରେ ରହିଥିବା ଶ୍ରୀଲଙ୍କା ଦଳର ନେତୃତ୍ବ ନେଉଛନ୍ତି ଦିମୁଥ କରୁଣାରତ୍ନେ। ଶ୍ରୀଲଙ୍କା ଦଳ ୧୯୯୬ ବିଶ୍ବକପ୍‌ ଚମ୍ପିଆନ୍ ହୋଇଥିବା ବେଳେ ଦୁଇଥର ରନର୍ସଅପ୍‌ ହୋଇଛି। ଦଳ ବିଶେଷ ଶକ୍ତିଶାଳୀ ବୋଲି ମନେ ହେଉନଥିଲେ ମଧ୍ୟ ବିଶ୍ବକପ୍‌ରେ ଭଲ ପ୍ରଦର୍ଶନ କରିବ ବୋଲି ଏହି ଦଳର ପ୍ରଶଂସକମାନେ ଆଶା ରଖିଛନ୍ତି। ଏହି ଦଳରେ ବରିଷ୍ଠ ଦ୍ରୁତ ବୋଲର ମାଲିଙ୍ଗା ରହିଛନ୍ତି। ଶ୍ରୀଲଙ୍କା ଦଳର ବିଜୟରେ ମାଲିଙ୍ଗାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ। ହେସିପରି ଏହି ଦଳରେ ଆଞ୍ଜେ​‌େ​‌ଲା ମ୍ୟାଥୁସ୍‌, କୁଶଳ ପରେରା ଓ କୁଶଳ ମେଣ୍ଡିସ୍‌ଙ୍କ ପରି କ୍ରିକେଟର୍‌ ରହିଥିବାରୁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଶ୍ରୀଲଙ୍କା ଦଳ ଲଢୁଆ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ବିଶ୍ବକପ୍‌ରେ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ୧୦ଟି ମ୍ୟାଚ୍‌ ଖେଳାଯାଇଥିବା ବେଳେ ନ୍ୟୁଜିଲାଣ୍ଡ ୪ଟି ଓ ଶ୍ରୀଲଙ୍କା ୬ଟି ମ୍ୟାଚ୍‌ରେ ବିଜୟୀ ହୋଇଛି।

Hot this week

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

Related Articles

Popular Categories