www.samajalive.in
Saturday, December 13, 2025
17.1 C
Bhubaneswar

ଆଫଗାନିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆ ଫେଭରିଟ୍‌

ବ୍ରିଷ୍ଟଲ : ଶନିବାର ଏଠାରେ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ମଧ୍ୟରେ ବିଶ୍ବକପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ମ୍ୟାଚ ଖେଳାଯିବ। ଦୁଇ ଦଳର ଶକ୍ତି ଓ ସାମର୍ଥ୍ୟକୁ ତୁଳନା କଲେ ଅଷ୍ଟ୍ରେଲିଆ ନିଶ୍ଚିତଭାବେ ଫେଭରିଟ୍‌ ମାନ୍ୟତା ସହ ପଡିଆକୁ ଓହ୍ଲାଇବ। ଆଇସିସି ଦିନିକିଆ ମାନ୍ୟତା ତାଲିକାରେ ଅଷ୍ଟ୍ରେଲିଆ ୫ମ ସ୍ଥାନରେ ଥିବାବେଳେ ଆଫଗାନିସ୍ତାନ ୧୦ମ ସ୍ଥାନରେ ରହିଛି। ପୁନଶ୍ଚ ଅଷ୍ଟ୍ରେଲିଆ ସର୍ବାଧିକ ପାଞ୍ଚଥର ବିଶ୍ବକପ ଚମ୍ପିଆନ ହୋଇଥିବାବେଳେ ଆଫଗାନିସ୍ତାନ ଦଳ ଦ୍ବିତୀୟ ଥର ପାଇଁ ବିଶ୍ବକପ ଖେଳିବାକୁ ଯାଉଛି। ଅଷ୍ଟ୍ରେଲିଆ ଦଳରେ ଡେଭିଡ ୱାର୍ଣ୍ଣର, ଆରୋନ ଫିଞ୍ଚ୍‌, ଷ୍ଟିଭେନ ସ୍ମିଥ୍‌, ଉସମାନ ଖାୱାଜା, ଗ୍ଲେନ ମ୍ୟାକ୍ସୱେଲ ଓ ସନ୍‌ ମାର୍ଶଙ୍କ ଭଳି ବ୍ୟାଟସମ୍ୟାନ ରହିଛନ୍ତି। ବାସନ୍ଦାଦେଶ ଉଠିବାପରେ ୱାର୍ଣ୍ଣର ଓ ସ୍ମିଥ୍‌ ପୁଣି ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଫଳରେ ଦଳର ବ୍ୟାଟିଂ ଲାଇନଅପ୍‌ ଅଧିକ ଶକ୍ତିଶାଳୀ ହୋଇପାରିଛି। ତେବେ ସ୍ମିଥ୍‌ଙ୍କ ଉପରେ କଟକଣା ଲାଗୁ ହୋଇଥିବାରୁ ଫିଞ୍ଚ୍‌ ବର୍ତ୍ତମାନ ଅଷ୍ଟ୍ରେଲିଆ ଦଳର ନେତୃତ୍ବ ନେଉଛନ୍ତି। ଅଷ୍ଟ୍ରେଲିଆ ଦଳର ବୋଲିଂ ଲାଇନଅପ୍‌ ମଧ୍ୟ ଅନୁରୂପଭାବେ ଶକ୍ତିଶାଳୀ। ମିଚେଲ ଷ୍ଟାର୍କ, ପ୍ୟାଟ୍‌ କମିନ୍‌ସ, ନାଥାନ କୌଟର-ନାଇଲ ଓ ଜାସନ ବେହେରନଡର୍ଫ ଦଳର ଫାଷ୍ଟ ବୋଲିଂ ବିଭାଗକୁ ସମ୍ଭାଳୁଥିବାବେଳେ ଦୁଇ ସ୍ପିନର ନାଥାନ ଲାୟନ ଓ ଆଦାମ ଜମ୍ପା ଦଳୀୟ ପ୍ରଦର୍ଶନକୁ ଆଗେଇ ନେବେ ବୋଲି ଆଶା କରାଯାଉଛି। ବିଶ୍ବକପ ପୂର୍ବରୁ ଇଂଲଣ୍ଡ ଓ ଶ୍ରୀଲଙ୍କା ବିପକ୍ଷ ଅଭ୍ୟାସ ମ୍ୟାଚରେ ଉଭୟ ଲାୟନ ଓ ଜମ୍ପା ଉନ୍ନତ ବୋଲିଂ ପ୍ରଦର୍ଶନ କରିଥିଲେ।
ଅପରପକ୍ଷରେ ବିଗତ କିଛି ବର୍ଷ ଧରି ଆନ୍ତର୍ଜାତିକ କ୍ରିକେଟରେ ଆଫଗାନିସ୍ତାନ ନିଜର ଉପସ୍ଥିତିକୁ ମଜଭୁତ କରିବାରେ ସଫଳ ହୋଇଛି। ବିଶ୍ବକପ ଆରମ୍ଭ ହେବାର କିଛି ମାସ ପୂର୍ବରୁ ଅଭିଜ୍ଞ ଅସଗର ଆଫଗାନଙ୍କ ପରିବର୍ତ୍ତେ ଗୁଲବଦିନ ନାଏବଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି। ଆଫଗାନିସ୍ତାନ କ୍ରିକେଟ ବୋର୍ଡର ଏହି ନିଷ୍ପତ୍ତିକୁ ଦଳର ଅଧିକାଂଶ ବରିଷ୍ଠ ଖେଳାଳି ନାପସନ୍ଦ କରିଛନ୍ତି। ଏହାସତ୍ତ୍ବେ ଆଫ୍‌ଗାନ ଦଳ ବିଶ୍ବକପ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଛି। ଏହି ମ୍ୟାଚରେ ଦଳର ଟ୍ରମ୍ପକାର୍ଡ ପାଲଟିବେ ଲେଗ୍‌ସ୍ପିନର ରସିଦ ଖାନ୍‌। ରସିଦ ଦିନିକିଆ ବୋଲରଙ୍କ ମାନ୍ୟତା ତାଲିକାରେ ୩ୟ ସ୍ଥାନରେ ରହିଛନ୍ତି। ତାଙ୍କୁ ସହାୟତା ପ୍ରଦାନ କରିବେ ଅନ୍ୟତମ ସ୍ପିନର ମୁଜିବ ଉର ରେହମାନ। ନୁର ଅଲ୍ଲୀ ଜାଦ୍ରାନ, ହସମତୁଲ୍ଲା ସାହିଦି, ହଜରତୁଲ୍ଲା ଜାଜାଇ, ଅସଗର ଆଫଗାନଙ୍କ ଉପରେ ଦଳର ବ୍ୟାଟିଂ ନିର୍ଭର କରୁଥିବାବେଳେ ମହମ୍ମଦ ନବି ଓ ରେହମତ ଶାହଙ୍କ ଭଳି ଅଲରାଉଣ୍ଡରଙ୍କ ଉପସ୍ଥିତିକୁ ନେଇ ଆଫଗାନିସ୍ତାନ ଦଳ ବେଶ ଉତ୍ସାହିତ ରହିଛି।
ମୋଟ ଉପରେ କହିବାକୁ ଗଲେ ଅଷ୍ଟ୍ରେଲିଆ ଏହି ମ୍ୟାଚରେ ଜିତିବାର ସମ୍ଭାବନା ନିଶ୍ଚିତ ଭାବେ ଅଧିକ ରହିଛି। ତେବେ କ୍ରିକେଟ ଏକ ଅନିଶ୍ଚିତତାର ଖେଳ ହୋଇଥିବାରୁ ଚୂଡାନ୍ତ ଫଳାଫଳ କାହା ସପକ୍ଷରେ ଯିବ, ତାହା ଆଗାମୀ ସମୟ ହିଁ କହିବ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories