ମୁମ୍ବଇ: ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇ ଚର୍ଚ୍ଚାରେ ଥିବା ସେଲିବ୍ରିଟି ଦମ୍ପତ୍ତି ରଣବୀର ସିଂହ ଓ ଦୀପିକା ପାଦୁକୋନ ଖୁବଶୀଘ୍ର ପରଦାରେ ଏକାଠି ନଜର ଆସିବାର ଖବର ମିଳିଛି। କେବଳ ବାସ୍ତବିକ ଜୀବନରେ ନୁହେଁ ଖୁବଶୀଘ୍ର ଦୁହିଁଙ୍କୁ ରୂପେଲୀ ପରଦାରେ ପତିପତ୍ନୀ ଭୂମିକାରେ ଦେଖିବାକୁ ମିଳିବ। ନିକଟରେ ମିଳିଥିବା ସୂଚନା ଅନୁଯାୟୀ, କ୍ରିକେଟର କପିଲ ଦେବଙ୍କ ବାୟୋପିକ୍ ‘୮୩’ ରେ ରଣବୀର ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ଜଣାପଡିଛି। ତେବେ ଏହି ଫିଲ୍ମରେ ଦୀପିକା କପିଲଙ୍କ ପତ୍ନୀ ରୋମି ଭାଟିଆଙ୍କ ଚରିତ୍ରରେ ଅଭିନୟ କରିବାର ଯୋଜନା ଚାଲିଛି। କବିର ଖାନଙ୍କ ନିର୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ‘୮୩’ ରେ ଯଦି ଦୀପିକା ଅଭିନୟ କରନ୍ତି ତେବେ ବିବାହ ପରେ ପ୍ରଥମ ଥର ପାଇଁ ଦୀପବୀରଙ୍କୁ ଅନସ୍କ୍ରିନ୍ କପୁଲ ଭାବେ ଦେଖିବାକୁ ମିଳିବ।
Popular Categories



