bjd gruha runa

ହିନ୍ଦୀରେ ଦୀପାବଳିର ଶୁଭେଚ୍ଛା ବାର୍ତ୍ତା ଦେଲେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ

BJD Bijuli 480×75 Mob
0

ନୂଆଦିଲ୍ଲୀ . – ସାରା ଦେଶ ବୁଧବାରରେ ଦୀପାବଳି ପାଳନ କରୁଛି । ଏଥିପାଇଁ ଭାରତବାସୀଙ୍କୁ ଦେଶ ବିଦେଶ ଚାରିଆଡୁ ଶୁଭେଚ୍ଛା ବାର୍ତ୍ତା ଛୁଟିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ ହିନ୍ଦୀରେ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିଜର ବନ୍ଧୁବୋଲି ସମ୍ବୋଧନ କରିବା ସହ ସାରା ଭାରତବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ପ୍ରଦାନ କରିଛନ୍ତି । ନିଜ ଟ୍ୱିଟର ଆକାଉଣ୍ଟରେ ସେ ଏହି ଶୁଭେଚ୍ଛା ବାର୍ତ୍ତାକୁ ପୋଷ୍ଟ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ବି ପ୍ରତ୍ୟୁତ୍ତୋରରେ ସୀମାରେ ଯବାନ୍‌ମାନଙ୍କ ସହ ଦୀପାବଳି ପାଳନ କରୁଥିବା ଉଲ୍ଲେଖ କରିଛନ୍ତି । ଇସ୍ରାଏଲ୍‌ କୁହାଯାଉଥିବା ହିବ୍ରୁ ଭାଷାରେ ପ୍ରଧାନମନ୍ତ୍ରୀ ମୋଦି ନିଜର ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି ।

Leave A Reply