www.samajalive.in
Sunday, December 7, 2025
26.1 C
Bhubaneswar

ପ୍ରତି ବ୍ଲକରେ ଆରମ୍ଭ ହେବ ନ୍ୟାୟାଳୟ: ମୁଖ୍ୟମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ଲୋକଙ୍କ ଦୁଆରେ ପହଞ୍ଚିବ ନ୍ୟାୟ। ପ୍ରତି ବ୍ଲକରେ ଆରମ୍ଭ ହେବ ନ୍ୟାୟାଳୟ। ଗୁରୁବାର ଏପରି ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଭୁବନେଶ୍ଵରରେ ଆଇନ ବିଭାଗ ପକ୍ଷରୁ ଗୁରୁବାର ଆୟୋଜିତ ହୋଇଛି ଭାରତୀୟ ନ୍ୟାୟ ସଂହିତା(ବିଏନଏସ) ଏବଂ ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନଏସଏସ) ଜାଗୃତିକରଣ କାର୍ଯ୍ୟକ୍ରମ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗଦେଇ କହିଥିଲେ, ଆଇନ ସମ୍ପର୍କରେ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ସଚେତନ କରାଇବେ। ନୂଆ ଆଇନ ବିଏନଏସ ଏବଂ ବିଏନଏସଏସ ସମ୍ପର୍କରେ ଜନସାଧାରଣ ଅବଗତ ନାହାନ୍ତି। ଏହି ନୂଆ ଆଇନ ବିଷୟରେ ସଚେତନତା ସୃଷ୍ଟି କରାଯିବ। ଲୋକଙ୍କ କିପରି ତ୍ଵରିତ ନ୍ୟାୟ ମିଳିବ ସେ ଦିଗରେ ପଦକ୍ଷେପ ନିଆଯିବ। ସେଥିଲାଗି ପ୍ରତି ବ୍ଲକରେ ନ୍ୟାୟାଳୟ ଆରମ୍ଭ ହେବ। ଏହାଦ୍ଵାରା ନ୍ୟାୟ ଲୋକଙ୍କ ନିକଟରେ ପହଞ୍ଚି ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories