ବାସ୍ତୁ ; ଏହି ୨ଟି ଧଳା ଜିନିଷ ହାତରୁ ଖସିବା ଦେଇଥାଏ ଅଶୁଭ ସଙ୍କେତ..
ବାସ୍ତୁ ଅନୁସାରେ ରୋଷେଇ ଘରେ କିଛି ଜିନିଷ ହାତରୁ ଖସିବାକୁ ଅଶୁଭ କୁହାଯାଇଛି । ଲଗାତାର ଏହି ଜିନିଷ ହାତରୁ ଖସିବା ଦ୍ୱାରା ଏହା ଖରାପ ସମୟ ଆସିବାର ସଙ୍କେତ ଦେଇଥାଏ । ତେଣୁ ଏହାକୁ ଅଣଦେଖା କରନ୍ତୁ ନାହିଁ । ଜାଣନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ କେଉଁ ଜିନିଷ ହାତରୁ ଖସିବାକୁ ଅଶୁଭ ବୋଲି କୁହାଯାଏ ।
ଲୁଣ- ଲୁଣକୁ ଶୁଦ୍ଧତା ଓ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ । ଖାଦ୍ୟ ପ୍ରସ୍ତୁତି ସମୟରେ ହାତରୁ ବାରମ୍ବାର ଲୁଣ ଖସି ତଳେ ପଡିବା ଶୁଭଙ୍କର ନୁହେଁ । ଏହା ଆର୍ଥିକ କ୍ଷେତ୍ରରେ କ୍ଷତି ହେବାର ସଙ୍କେତ ଦେଇଥାଏ । ଏହାସହ ଗୃହରେ କଳହ ମଧ୍ୟ ହୋଇଥାଏ । ପୂର୍ବପୁରୁଷ ଅସନ୍ତୋଷ ଥିବାର ମଧ୍ୟ ଏହା ସଙ୍କେତ ଦେଇଥାଏ ।
କ୍ଷୀର- ରୋଷେଇ ଘରେ ବାରମ୍ବାର ହାତରୁ କ୍ଷୀର ଖସିବା ମଧ୍ୟ ଶୁଭଙ୍କର ନୁହେଁ । ଏହା ପୂର୍ବପୁରୁଷ ଅସନ୍ତୁଷ୍ଟ ଥିବାର ସଙ୍କେତ ଦେଇଥାଏ । ତେଣୁ ଏହାକୁ ଅଣଦେଖା କରନ୍ତୁ ନାହିଁ । ପୂର୍ବପୁରୁଷ ଶାନ୍ତି ପାଇଁ ଦାନ ସହ ପଣ୍ଡିତଙ୍କ ପରାମର୍ଶ ନିଅନ୍ତୁ ।
କ୍ଷୀର ହାତରୁ ବାରମ୍ବାର ଖସିଲେ କାର୍ଯ୍ୟରେ ଅସଫଳତା ସହ ବାଧା ଲାଗି ରହିଥାଏ ।
ଶନି ଗ୍ରହଙ୍କୁ ଶାନ୍ତି କରିବା ପାଇଁ ସୋରିଷ ତେଲ ଅର୍ପଣ କରାଯାଏ । ମାତ୍ର ହାତରୁ ଲଗାତାର ସୋରିଷ ତେଲ ଖସିବା ଅଶୁଭ ସଙ୍କେତ ଦେଇଥାଏ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ସହ ପାରିବାରରେ ଅଶାନ୍ତି ହୋଇଥାଏ ।
Comments are closed.