www.samajalive.in
Tuesday, December 9, 2025
26.1 C
Bhubaneswar

ଝାରସୁଗୁଡା ଉପ ନିର୍ବାଚନ ନବୀନ ପଟ୍ଟନାୟକଙ୍କ ଠାରୁ ବିଜେଡି ଟିକେଟ୍‌ ନେଲେ ଦୀପାଳି ଦାସ

ଭୁବନେଶ୍ୱର – ଝାରସୁଗୁଡା ବିଧାନସଭା ଉପ ନିର୍ବାଚନ ପାଇଁ ନବୀନ ନିବାସରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଠାରୁ ଦୀପାଳି ଦାସ ଦଳୀୟ ଟିକେଟ ଗ୍ରହଣ କରିଛନ୍ତି । ଦୀପାଳିଙ୍କ ସହ ତାଙ୍କ ଭାଇ ବିଶାଲ ଦାସ , ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର ଏବଂ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଏହି ସମୟରେ ଉପସ୍ଥିତ ଥିଲେ । ସେ ଝାରସୁଗୁଡାର ବିକାଶକୁ ଆହୁରି ତ୍ୱରାନିତ୍ୱ କରିବେ ବୋଲି କହିଛନ୍ତି ।

ବିଜେଡି ଶାସନ ବେଳେ ଝାରସୁଗୁଡାରେ ବିକାଶ ହୋଇଛି ବୋଲି ସେ କହିଛନ୍ତି । ବିମାନ ବନ୍ଦର ସହ ଅନେକ ନୂତନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ଦୀପାଳି ଦାସ ସୂଚନା ଦେଇଛନ୍ତି । ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଏହି ବିଧାନସଭା ଆସନ ଖାଲି ପଡିଥିଲା । ଆସନ୍ତା ୧୮ ତାରିଖରେ ଦୀପାଳିଦାସ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି ।

Hot this week

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

Related Articles

Popular Categories